ବାରଙ୍ଗ ୦୪/୦୨: ପୁଣି ମୋ ବସ ନେଲା ଏକ ଜୀବନ । ଘରୁ ସାଇକେଲରେ ନନ୍ଦନକାନନ ଛକକୁ ଯାଉଥିଲେ । ପଛରୁ ଧକ୍କା ଦେଇ ଘୋଷାରି ନେଇଥିଲା। ଦୁର୍ଘଟଣା ପରେ ମୋ ବସ ନନ୍ଦନକାନନ ଥାନାରେ ଆତ୍ମସମର୍ପଣ କରିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିଛି ।
ତେବେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ସ୍ଥାନୀୟ ଲୋକମାନେ ରାସ୍ତାରୋକ କରିଛନ୍ତି । ମୃତ ଝିଅ ଜଣକ ନର୍ସରୀରେ କାମ କରୁଥିବା ରାମୁ ଝିଅ ବୋଲି ଜଣାପଡିଛି।
ସୂଚନା ଥାଉକି, ରାଜଧାନୀରେ ପୁଣି ଦୁର୍ଘଟଣା ଘଟାଇଲା ମୋ ବସ୍ । ମୋ ବସ୍ ଧକ୍କାରେ ଛୋଟ ଝିଅର ମୃତ୍ୟୁ ହୋଇଛି । ମଙ୍ଗଳବାର ନନ୍ଦନକାନନ ରାସ୍ତା ରଘୁନାଥ ପୁର, ଡ୍ରିମ୍ ଭିଲ୍ଲା ସାମ୍ନାରେ ମୋ ବସ୍ ଧକ୍କାରେ ୧୩ ବର୍ଷର ଛାତ୍ରୀ ମୃତ୍ୟୁ ହୋଇଛି ।
also read...
ଭୟଙ୍କର ସିରିଜ୍ ଦୁର୍ଘଟଣା, ୭ ବାଇକ୍କୁ ଧକ୍କା ଦେଇ ଓଲଟିଲା କାର