ରଘୁନାଥପୁର ଥାନା ଅଞ୍ଚଳରେ ପୁଣି ଚାଞ୍ଚଲ୍ୟ : ଛେଳି ଚରାଇ ଫେରୁଥିବା ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ଥାନାରେ ଅଭିଯୋଗ

Published By : Prameya-News7 Bureau | August 07, 2025 IST

ଜଗତସିଂହପୁର ୦୭।୦୮ : ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ଅଞ୍ଚଳରେ ପୁଣି ଚାଞ୍ଚଲ୍ୟ । ଛେଳି ଚରାଇ ଫେରୁଥିବା ବେଳେ ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ସହ ମାଡ଼ ମାରିଥିବାର ଅଭିଯୋଗ ହୋଇଛି । ଏନେଇ ରଘୁନାଥପୁର ଥାନାରେ ଅଭିଯୋଗ ପରେ ପୋଲିସ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଜଣେ ମହିଳା ଛେଳି ଚରାଇ ଫେରୁଥିଲେ । ଏହି ସମୟରେ ତାଙ୍କୁ ଜଣେ ଦୁର୍ବୃତ୍ତ ଦୁଷ୍କର୍ମ ଉଦ୍ୟମ ସହ ମାଡ଼ ମାରି ଲହୁଲୁହାଣ କରିଥିବାର ଅଭିଯୋଗ ହୋଇଛି । ଘଟଣା ବାବଦରେ ପୀଡିତା ମହିଳା ତାଙ୍କ ସ୍ୱାମୀଙ୍କ ସହ ରଘୁନାଥପୁର ଥାନାକୁ ଯାଇ ଏତଲା ଦେଇଥିଲେ । ଏହାପରେ ପୋଲିସ ତାଙ୍କୁ ଚିକିତ୍ସା କରିବା ପରେ ଘରକୁ ପଠାଇ ଦେଇଥିଲା । ହେଲେ ଥାନା ଠାରୁ ତାଙ୍କ ଘରର ଦୂରତା ପ୍ରାୟ ୧୦ କିଲୋମିଟର ଦୂର । ଯାହାଫଳରେ ସେ ରାତିରେ ଚାଲି ଚାଲି ଯାଉଥିବା ବେଳେ ହଠାତ୍‌ ବାଟରେ ଅସୁସ୍ଥ ହୋଇପଡିଥିଲେ ।ଏହା ଦେଖିବା ପରେ ସ୍ଥାନୀୟ ଗ୍ରାମବାସୀ ମହିଳାଙ୍କୁ ଉଦ୍ଧାର କରି ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଛନ୍ତି। ତେବେ ରାତିରେ ଜଣେ ପୀଡିତାଙ୍କୁ ପୋଲିସ କିପରି ଅସୁରକ୍ଷିତ ଭାବେ ଘରକୁ ପଠାଇଦେଲା । ତାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.