ଆସନ୍ତା ୨୦ ତାରିଖରେ ଟ୍ବିନ୍‌ସିଟିରେ ସବୁ ସ୍କୁଲ ଛୁଟି, ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ନିଷ୍ପତ୍ତି

Published By : Prameya-News7 Bureau | June 18, 2025 IST

ଭୁବନେଶ୍ବର ୧୮।୬: ଆସନ୍ତା ୨୦ ତାରିଖରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ୨୦ ତାରିଖରେ ଟ୍ବିନ୍‌ସିଟିରେ ସ୍କୁଲ ଘୋଷଣା କରାଯାଇଛି । ଭୁବନେଶ୍ବର, କଟକ ମହାନଗରରେ ସମସ୍ତ ସ୍କୁଲ ଛୁଟି ରହିବ । ଏ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଖୋର୍ଦ୍ଧା, କଟକ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଦୃଷ୍ଟିରୁ ସ୍କୁଲ ଛୁଟି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ପାଇଁ ବିପୁଳ ଜନ ସମାଗମ ହେବ । ଟ୍ରାଫିକ୍‌ ସମସ୍ୟା ଆଶଙ୍କା କରି ସ୍କୁଲ୍ ଛୁଟି ପାଇଁ ବିଭାଗ ନିଷ୍ପତ୍ତି ନେଇଛି ।

ବିଭିନ୍ନ ଯୋଜନାର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ, ଲକ୍ଷପତି ଦିଦିଙ୍କୁ ସମ୍ମାନିତ କରିବେ

ସୂଚନାଯୋଗ୍ୟ ଯେ, ଆଉ ଦିନକ ପରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମାେଦୀ । ମୋହନ ସରକାରଙ୍କ ଏକ ବର୍ଷପୂର୍ତ୍ତି ପାଳନ ପାଇଁ ଭୁବନେଶ୍ବର ଜନତା ମଇଦାନରେ ରହିଛି କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସରକାର ଲାଗିପଡ଼ିଛନ୍ତି । ପ୍ରଧାନମନ୍ତ୍ରୀ ବିମାନ ବନ୍ଦରରୁ ଜନତା ମଇଦାନ ପର୍ଯ୍ୟନ୍ତ କରିବେ ରୋଡ୍ ସୋ' । ଏଥିପାଇଁ ମଙ୍ଗଳବାର ଏସ୍‌ପିଜି ପ୍ରଧାନମନ୍ତ୍ରୀ ଗସ୍ତର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ । ଜନତା ମଇଦାନରେ ପହଞ୍ଚି ରାଜସ୍ବ, ପୂର୍ତ୍ତ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ସମୀକ୍ଷା କରିଥିବା ବେଳେ ମୁଖ୍ୟ ଶାସନ ସଚିବ ପ୍ରଧାନମନ୍ତ୍ରୀ ଗସ୍ତର ପ୍ରସ୍ତୁତି ନେଇ ସମୀକ୍ଷା କରିଥିଲେ । 

ଜନତା ମଇଦାନରେ ହେବାକୁ ଥିବା ମୋହନ ସରକାରଙ୍କ ଏକ ବର୍ଷପୂର୍ତ୍ତି ପାଳନ ଉତ୍ସବରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେଥିପାଇଁ ଜନତା ମଇଦାନରେ ୧ ଲକ୍ଷ ଲୋକଙ୍କ ସମାଗମ ହେବେ । ପ୍ରତି ବ୍ଲକରୁ ବିଜେପିର କର୍ମୀ ଏହି ଉତ୍ସବରେ ଯୋଗଦେବେ । ସେଥିପାଇଁ ସମସ୍ତ ବିଧାୟକଙ୍କୁ ଦାୟିତ୍ବ ଦିଆଯାଇଛି । ଜନତା ମଇଦାନରେ ଗୋଟିଏ ବଡ ଷ୍ଟେଜ କରାଯାଇଛି । ଯେଉଁଥିରେ ପ୍ରଧାନମନ୍ତ୍ରୀ ବସିବା ସହିତ ତିନି କେନ୍ଦ୍ର ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀ ମାନେ ବସିବେ । ତଳେ ଭିଭିଆଇପି, ଭିଆଇପି, ନେତା, ସାମ୍ବାଦିକ ଏବଂ କର୍ମୀଙ୍କ ପାଇଁ ଅଲଗା ଅଲଗା ବ୍ଲକ କରାଯାଇଛି । ସେହି  ଦିନ ମୋଦୀ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ପାଇଁ ମୂଳଦୂଆ ପକାଇବେ । ପ୍ରାୟ ୧୭ ହଜାର କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ କରିବା ସହ ଅନେକ ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ।   ଏପରିକି ପ୍ରଧାନମନ୍ତ୍ରୀଙ୍କ ଆଗରେ ମୋହନ ସରକାର, ୨୦୩୬ ବିକଶିତ ଓଡ଼ିଶା ପାଇଁ ପ୍ରସ୍ତୁତ କରିଥିବା ଭିଜନ ଡକ୍ୟୁମେଣ୍ଟାରୀକୁ ପ୍ରଦର୍ଶନ କରିବେ ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛି ଏସପିଜି । ଓଡ଼ିଶାରେ ଦୁଇ ଘଣ୍ଟା ରହିବେ ମୋଦୀ । ବିମାନବନ୍ଦରରୁ ଜନତା ମଇଦାନ ରୋଡ୍ ସୋ' କରିବେ । ଏହି ସମୟରେ ବିମାନ ବନ୍ଦରରୁ ଜନତା ମଇଦାନ ପର୍ଯ୍ୟନ୍ତ ୨୮ଟି ପଏଣ୍ଟରେ ପ୍ରଧାନମନ୍ତ୍ରୀଙ୍କୁ ବାଜା ବାଣରେ ସ୍ବାଗତ କରାଯିବ । ସେଥିପାଇଁ ଆଜି ବିମାନବନ୍ଦରରେ ଏସପିଜି, ବିମାନବନ୍ଦର ନିର୍ଦ୍ଦେଶକ, କମିଶନରେଟ ପୋଲିସ, ଅଗ୍ନିଶମ ବିଭାଗ, ଏକାମ୍ର ବିଧାୟକ ବାବୁ ସିଂ, ବିଜେପି ନେତା ଜଗନ୍ନାଥ ପ୍ରଧାନ ଏବଂ ପ୍ରିୟଦର୍ଶୀ ମିଶ୍ରଙ୍କୁ ନେଇ ବସିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ । 

ଭୁବନେଶ୍ବରରେ ବିମାନ ବନ୍ଦରରୁ ଏଜି ଛକ, ରାଜଭବନରୁ ଜୟଦେବ ବିହାର ରାସ୍ତା ଦେଇ ପ୍ରଧନାମନ୍ତ୍ରୀ ଜନତା ମଇଦାନକୁ ଗସ୍ତ କରିବେ । ଏହି ରୁଟ ଲାଇନରେ ଫିଲଡ ଭିଜିଟ କରି ସୁରକ୍ଷା ଯାଞ୍ଚ କରିଛି ଏସପିଜି । ମୁଖ୍ୟ ଶାସନ ସଚିବ ପ୍ରଧାନମନ୍ତ୍ରୀ ଗସ୍ତର ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି । ପ୍ରଧାନମନ୍ତ୍ରୀ ଷଷ୍ଠ ଥର ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏଥର କେନ୍ଦ୍ର ସରକାରଙ୍କ ୧୧ ବର୍ଷର ହିସାବ ରଖିବେ ମୋଦୀ ।

You Can Read:

ଗୋପାଳପୁର ଗଣଦୁଷ୍କର୍ମ ଘଟଣାରେ କ୍ରାଇମବ୍ରାଞ୍ଚର ତନାଘନା : ଘଟଣାସ୍ଥଳରେ ଯାଞ୍ଚ କଲା ଟିମ୍


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.