ବର୍ଷା ଆଶଙ୍କାରେ ଜିଲ୍ଲାପାଳଙ୍କ ନିଷ୍ପତ୍ତି, ସରକାରୀ ଓ ବେସରକାରୀ ସ୍କୁଲ ସହ ଅଙ୍ଗନବାଡି ଛୁଟି

Published By : Prameya-News7 Bureau | June 30, 2025 IST

ଭୁବନେଶ୍ୱର ୩୦/୦୬: ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ  ମୟୂରଭଞ୍ଜ ଓ ବାଲେଶ୍ୱରକୁ ବନ୍ୟା ଭୟ ବଢ଼ିଯାଇଛି । ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ଜଳକା ନଦୀ  ଫୁଲୁଛି । ରବିବାର ରାତି ୧୧ଟାରେ  ରାଜଘାଟଠାରେ ସୁବର୍ଣ୍ଣରେଖା ନଦୀ ଜଳସ୍ତର ବିପଦ ସଙ୍କେତ ସ୍ତର ଛୁଇଁଛି । ବୁଢ଼ାବଳଙ୍ଗ ନଦୀ ଜଳସ୍ତର ବଢୁଛି ଓ ସୋମବାର ସୁଦ୍ଧା ବିପଦ ସଙ୍କେତ ସ୍ତର ଛୁଇଁପାରେ । 

ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ସ୍କୁଲ ଦିନ ବନ୍ଦ ରହିବ । ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ୩୦ ତାରିଖ ସୋମବାରଠୁ ୩ ଦିନ ଯାଏ ଜିଲ୍ଲାର ସମସ୍ତ ସ୍କୁଲ ଏବଂ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରହିବ ବୋଲି ଜିଲ୍ଲାପାଳ ହେମକାନ୍ତ ସୟ ଘୋଷଣା କରିଛନ୍ତି । ଏଚ୍‌ଏସ୍‌ସି ସପ୍ଲିମେଣ୍ଟାରୀ ପରୀକ୍ଷା ଯଥାରୀତି ଚାଲୁ ରହିବ ବୋଲି ସୂଚନା ରହିଛି।

ରବିବାର ଅପରାହ୍ନ ୩ଟା ସୁଦ୍ଧା ସୁବର୍ଣ୍ଣରେଖା ନଦୀର  ରାଜଘାଟଠାରେ ଜଳସ୍ତର ୮.୪୧  ମିଟର ଥିଲା । ଏଠାରେ ନଦୀର ବିପଦ  ସଙ୍କେତ ସ୍ତର ହେଉଛି ୧୦.୩୬  ମିଟର । କିନ୍ତୁ ରାତି ୧୧ଟା ସୁଦ୍ଧା  ନଦୀର ଜଳସ୍ତର ୧୦.୩୬ ମିଟର  ପହଞ୍ଚିବା ସହିତ ବିପଦ ସଙ୍କେତ  ଛୁଇଁ ଯାଇଛି । ବୁଢ଼ାବଳଙ୍ଗ ନଦୀର  ଗୋବିନ୍ଦପୁର ଠାରେ ଜଳସ୍ତର ୬.୯୪  ମିଟର ରହିଛି ।

ଏଠାରେ ବିପଦ ସଙ୍କେତ ସ୍ତର ରହିଛି ୮.୧୩  ମିଟର । ରାତି ୯ଟା ବେଳକୁ ଜଳସ୍ତର ୭.୨୨ ଓ  ରାତି ୧୧ ଟା ବେଳକୁ ୭.୨୪ ମିଟର ଥିଲା । ଜଳସ୍ତର  ଏବେ ସତର୍କ ସଙ୍କେତ ଉପରେ ଚାଲିଛି । ନଦୀ  ବଢୁଥିବାରୁ ସୋମବାର ସକାଳ ସୁଦ୍ଧା ବିପଦ ସଙ୍କେତ  ଛୁଇଁ ଯାଇପାରେ । ଜଳକା ନଦୀରେ ମାଥାନିରେ  ଜଳସ୍ତର ୬.୬୫ ମିଟର ରହିଛି । ବିପଦ ସଙ୍କେତ  ସ୍ତର ହେଉଛି ୬.୫୦ ମିଟର ଥିବାବେଳେ ରାତି ୧୧ଟା ବେଳକୁ ଜଳସ୍ତର ୭.୧୩ ମିଟର ଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.