ବ୍ରହ୍ମଗିରି ୧୫।୦୬ : ମହାପ୍ରଭୁ ଶ୍ରୀ ଅଲାରନାଥଙ୍କ ଅନବସର ଦର୍ଶନର ୪ର୍ଥ ଦିନ । ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ସୁସ୍ଥ କରିବା ପାଇଁ ଦଇତା ସେବାୟତଙ୍କ ଦ୍ୱାରା ଅଣସର ପିଣ୍ଡିରେ ଚାଲିଛି ଉପଚାର ସେବା । ସେପଟେ ଜଗନ୍ନାଥଙ୍କୁ ଦର୍ଶନ ନପାଇ ଭକ୍ତ ବ୍ରହ୍ମଗିରିର ଅଲାରନାଥ ପୀଠରେ ଶଙ୍ଖ ଚକ୍ର ଗଦା ପଦ୍ମ ଧାରୀ ଚତୁର୍ଭୁଜ ନାରାୟଣଙ୍କୁ ଦର୍ଶନ କରୁଛନ୍ତି ।
ରବିବାର ଭୋଟ ୪ଟା ସମୟରେ ମହାପ୍ରଭୁଙ୍କ ଦ୍ୱାର ଫିଟା ଯାଇ ମଙ୍ଗଳ ଆଳତୀ ହୋଇଥିଲା । ଏହାପରେ ତଡ଼ପାଲିଗ, ଅବକାଶ, ବେଶ ଓ ଗୋପାଳବଲ୍ଲବ ସରିବ ପରେ ସକାଳ ୬.୧୫ରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି । ଯାହାକୁ ନେଇ ବ୍ରହ୍ମଗିରି ଅଲାରନାଥ ପୀଠ ଚଳଚଞ୍ଚଳ ହୋଇପଡିଛି । ଶ୍ରଦ୍ଧାଳୁମାନେ ଧାଡ଼ିରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି । ପ୍ରଶାସନ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।