ଇସ୍ରାଏଲ ଆକ୍ରମଣ ଯୋଗୁ ଇରାନ ଏୟାରସ୍ପେସ୍ ବନ୍ଦ, Air Indiaର ୧୬ ଫ୍ଲାଇଟ୍ ଡାଇଭର୍ଟ

Published By : Prameya-News7 Bureau | June 13, 2025 IST

ନୂଆଦିଲ୍ଲୀସ ୧୬।୬: ଶୁକ୍ରବାର ତେହେରାନ ଉପରେ ଇସ୍ରାଏଲର ବିମାନ ଆକ୍ରମଣ ପରେ ଇରାନ ନିଜ ଏୟାରସ୍ପେସ୍ ବନ୍ଦ କରିଦେଇଛି। ଏହା ପରେ ଏୟାର ଇଣ୍ଡିଆର ୧୬ଟି ଫ୍ଲାଇଟ୍ ରୁଟ୍ ଡାଇଭର୍ଟ ହୋଇଛି। ଏହି ବିମାନଗୁଡିକ ଫେରସ୍ତ ଆସିବାକୁ ବାଧ୍ୟ ହୋଇଛନ୍ତି। ଏୟାରଲାଇନ୍ସ ଅନୁସାରେ ପ୍ରଭାବିତ ସେବାରେ ନ୍ୟୁୟର୍କ-ଦିଲ୍ଲୀ, ଦିଲ୍ଲୀ-ମୁମ୍ବାଇ-ଲଣ୍ଡନ ଓ ନ୍ୟୁୟର୍କ ଫ୍ଲାଇଟ ସବୁଥିଲା। 

ଏଥିରେ ଡାଇଭର୍ଟ ହୋଇଥିବା ଫ୍ଲାଇଟ୍ ରେ ଏଆଇ-୧୩୦ ଲଣ୍ଡନ ହେଥ୍ରୋ-ମୁମ୍ବାଇକୁ ଭିଏନା ଆଡକୁ ଯିବାକୁ ଦିଆଯାଇଛି। ସେହିପରି ଏଆଇ ୧୦୨ ନ୍ୟୁୟର୍କ-ଦିଲ୍ଲୀକୁ ଶାରଜାହ ଯିବାକୁ ଦିଆଯାଇଛି। ଏଆଇ ୧୧୬ ନ୍ୟୁୟର୍କ-ମୁମ୍ବାଇକୁ ଜେଦ୍ଦାହ, ଏଆଇ୨୦୧୮ ଲଣ୍ଡନ ହେଥ୍ରୋ-ଦିଲ୍ଲୀକୁ ମୁମ୍ବାଇ, ଏଆଇ ୧୨୯ମୁମ୍ବାଇ-ଲଣ୍ଡନ ହେଥ୍ରୋକୁ ମୁମ୍ବାଇ ଫେରସ୍ତ ଅଣାଯାଇଛି। ଏଆଇ ୧୧୯ ମୁମ୍ବାଇ-ନ୍ୟୁୟର୍କକୁ ମୁମ୍ବାଇ ଫେରାଇ ଅଣାଯାଇଛି। 

ଏଆଇ୧୦୩ ଦିଲ୍ଲୀ-ୱାସିଂଟନକୁ ଦିଲ୍ଲୀ ଫେରାଇ ଅଣାଯାଇଥିବା ବେଳେ ଏଆଇ୧୦୬ ନ୍ୟୁୟର୍କ-ଦିଲ୍ଲୀକୁ ଦିଲ୍ଲୀ ଫେରାଇ ଅଣାଯାଇଛି। ଏଆଇ୧୮୮ ଭାଙ୍କୋଭର-ଦିଲ୍ଲୀକୁ ଜେଦ୍ଦାହ ପଠାଯାଇଥିବା ବେଳେ ଏଆଇ୧୦୧ ଦିଲ୍ଲୀ-ନ୍ୟୁୟର୍କ-ଫ୍ରାଙ୍କଫୋର୍ଟକୁ ମିଲାନକୁ ପଠାଯାଇଛି। ଏଆଇ୧୨୬ ଚିକାଗୋ-ଦିଲ୍ଲୀ ବିମାନକୁ ଜେଦ୍ଦାହ ଡାଇଭର୍ଟ କରାଯାଇଛି। ସେହିପରି ଏଆଇ ୧୩୨ ଲଣ୍ଡନ ହେଥ୍ରୋ-ବେଙ୍ଗାଲୁରୁକୁ ଶାରଜାହ ଡାଇଭର୍ଟ କରାଯାଇଥିବା ବେଳେ ଏଆଇ ୨୦୧୬ ଲଣ୍ଡନ ହେଥ୍ରୋ-ଦିଲ୍ଲୀକୁ ଭିଏନା ଛଡାଯାଇଛି। 

ଏଆଇ୧୦୪ ୱାସିଂଟନ-ଦିଲ୍ଲୀକୁ ଭିଏନା ଡାଇଭର୍ଟ କରାଯାଇଥିବା ବେଳେ ଏଆଇ ୧୯୦ ଟୋରଣ୍ଟୋ-ଦିଲ୍ଲୀ ବିମାନକୁ ଫ୍ରାଙ୍କଫୋର୍ଟ ଛଡାଯାଇଛି। ଏଆଇ୧୮୯ ଦିଲ୍ଲୀ-ଟୋରଣ୍ଟୋକୁ ଦିଲ୍ଲୀ ଫେରାଇ ଅଣାଯାଇଛି। ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ ଏହି ପଦକ୍ଷେପ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ନିଆଯାଇଛି। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ରିଫଣ୍ଡ ଅଥବା କମ୍ପ୍ଲିମେଣ୍ଟ୍ରି ରିସେଡ୍ୟୁଲେସନ ବ୍ୟବସ୍ଥା ସହିତ ଯାତ୍ରୀଙ୍କ ବିକଳ୍ପ ଯାତ୍ରା ବ୍ୟବସ୍ଥା କରାଯାଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.