କଟକ: ଏସସିବି ପ୍ଲାଷ୍ଟିକ ସର୍ଜରୀ ବିଭାଗରୁ ନୂତନ ଗୋଡ଼ ସହ ଫେରିଛି ସାତ ବର୍ଷର କୁନି ଝିଅ ବୈଷ୍ଣବୀ ସିଂହ। ଦୀର୍ଘ ତିନି ମାସ କାଳ ଏସସିବିରେ ଚିକିତ୍ସିତ ବୈଷ୍ଣବୀ କୃତ୍ରିମ ଗୋଡ ସାହାଯ୍ୟରେ ଧିରେ ଧିରେ କରି ଚାଲିବା ଆରମ୍ଭ କରିଛି। ଗତ ମାର୍ଚ୍ଚରେ ବୈଷ୍ଣବୀ ନିଜ ମାମୁ ସହିତ ମୟୂରଭଞ୍ଜ ବେତନଟୀ ନିକଟକୁ ମେଳା ବୁଲିବାକୁ ଯାଉଥିବା ବେଳେ ଦୁର୍ଘଟଣାରେ ବାମ ଗୋଡ କଟି ଯାଇଥିଲା। ତୁରନ୍ତ ଏସସିବିକୁ ଅଣାଯାଇ ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଭର୍ତ୍ତି କରାଯାଇଥିଲା। ଏଥି ସହ ପ୍ଲାଷ୍ଟିକ ସର୍ଜରୀ ଏଚଓଡି ବିଭୂତି ଭୂଷଣ ନାୟକଙ୍କ ନେତୃତ୍ଵରେ ଟିମ୍ ତାର ଅପରେସନ କରିଥିଲେ।
ଅପରେସନର ତିନି ଦିନ ପରେ ଜଣା ପଡିଲା ଅପରେସନ ହୋଇଥିବା ଗୋଡ଼ଟି ନଷ୍ଟ ହୋଇ ଯାଇଛି ଯଦି ଗୋଡ଼ ନ କଟା ଯାଏ ବୈଷ୍ଣବୀ ଙ୍କୁ ବଞ୍ଚାଇବା କଷ୍ଟ ହେବ ତେଣୁ। ବହୁ ପ୍ରତିଘାତ ଭିତରେ ବାମ ଗୋଡ କାଟିବାକୁ ପଡ଼ିଥିଲା। ଯେହେତୁ ବୈଷ୍ଣବୀ ବହୁତ୍ ଛୋଟ ପିଲା ତେଣୁ ତା ଭବିଷ୍ୟତ କଥା ଚିନ୍ତା କରାଯାଇଥିଲା। ରାଜ୍ୟ ସରକାର ଓ ମୟୁରଭଞ୍ଜ ବିଧାୟକଙ୍କ ସହଯୋଗ ଓ ପ୍ଲାଷ୍ଟିକ ସର୍ଜରୀ ବିଭାଗ ଟିମ୍ ସହାୟତାରେ ବୈଷ୍ଣବୀ ପାଇଁ ଏକ ଗୋଡ଼ ତିଆରି କରାଯାଇଥିଲା।
ଆଜି ମୟୁରଭଞ୍ଜ ଏମ ଏଲ ସନାତନ ବିଜୁଳୀଙ୍କ ଉପସ୍ଥିତିରେ ତିଆରି ହୋଇଥିବା କୂତ୍ରିମ ଗୋଡ଼ ପ୍ରଦାନ କରାଯାଇଛି। ତେବେ ସବୁ ଠାରୁ ବଡ କଥା ହେଲା ବୈଷ୍ଣବୀ ଏକା କି ତାଙ୍କ ମାଆ ଙ୍କ ପାଖରେ ରହୁଥିଲେ ଓ ସେ ବହୁତ ଗରିବ ପରିବାରର। ତେଣୁ ଆଗକୁ ବୈଷ୍ଣବୀ ର ସବୁ ଦାୟିତ୍ଵ ରାଜ୍ୟ ସରକାର ଗ୍ରହଣ କରିବେ ବୋଲି କହିଛନ୍ତି ବିଧାୟକ। ତେବେ ଆଗକୁ ଧିରେ ଧିରେ ବୈଷ୍ଣବୀ ସାଧାରଣ ଲୋକ ଙ୍କ ଭଳି ଜୀବନ ବିତାଇ ପାରିବ ବୋଲି କହିଛନ୍ତି ପ୍ଲାଷ୍ଟିକ ବିଭାଗର ମୁଖ୍ୟ।