ଭୀଷଣ ଭୂମିକମ୍ପ ପରେ ୫ ମିଟର ଦବିଲା ତୁର୍କୀ, ବୈଜ୍ଞାନିକଙ୍କ ଚାଞ୍ଚଲ୍ୟକର ଖୁଲାସା

Published By : Prameya-News7 Bureau | February 09, 2023 IST

ନୂଆଦିଲ୍ଲୀ: ଭୀଷଣ ଭୂମିକମ୍ପରେ ଛାରଖାର ତୁର୍କୀ ଏବଂ ସିରିୟା। ହଜାର  ହଜାର କୋଠାଘର ଭୁଶୁଡି ପଡିଛି। ଏ ପର୍ଯ୍ୟନ୍ତ ୧୬ ହଜାରରୁ ଅଧିକ ମୃତଦେହ ଉଦ୍ଧାର କରାଗଲାଣି। ଭାରତ ସମେତ ବିଶ୍ଵର ଅନେକ ଦେଶ ତୁର୍କୀକୁ ସହାୟତାର ହାତ ବଢାଇଛନ୍ତି। ତେବେ ଏହା ମଧ୍ୟରେ ବୈଜ୍ଞାନିକମାନେ ଏକ ଚାଞ୍ଚଲ୍ୟକର ଦାବି କରିଛନ୍ତି। ବୈଜ୍ଞାନିକଙ୍କ ମତରେ ତୁର୍କୀ ପଡୋଶୀ ଦେଶ ସିରିୟା ତୁଳନାରେ ପାଞ୍ଚରୁ ଛଅ ମିଟର ତଳକୁ ଦବି ଯାଇଛି। ଏହା ଟେକ୍ଟୋନିକ ପ୍ଲେଟ୍ କାରଣରୁ ହୋଇଥାଇପାରେ। ଇତାଲଭି ସିମ୍ସୋଲଜିଷ୍ଟ ପ୍ରଫେସର କାର୍ଲୋ ଡୋଗ୍ଲିୟୋନୀ ଦାବି କରିଛନ୍ତି ଯେ, ଦୁଇଟି ପ୍ଲେଟ୍ ଖସିବା ପରେ ସିରିୟା ତୁଳନାରେ ତୁର୍କୀ ପାଞ୍ଚରୁ ଛଅ ମିଟର ତଳକୁ ଦବି ଯାଇଛି। ଅନାତୋଲିୟନ ପ୍ଲେଟ ଦକ୍ଷିଣ-ପଶ୍ଚିମ ଆଡକୁ ଚଳନ କରିବାରୁ ଏମିତି ଭୟାନକ ଭୂମିକମ୍ପ ହୋଇଥିବା ପ୍ରଫେସର କାର୍ଲୋ କହିଛନ୍ତି।

ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ଜିଓଫିଜିକ୍ସ ଆଣ୍ଡ ଜ୍ଵାଳାମୁଖୀ ବିଜ୍ଞାନର ଅଧ୍ୟକ୍ଷ ପ୍ରଫେସର ଡୋଗ୍ଲିୟୋନୀ କହିଛନ୍ତି ରିକ୍ଟର ସ୍କେଲରେ କ୍ରମଶଃ ୭.୮ ଏବଂ ୭.୨ର ଦୁଇଟି ଭୂମିକମ୍ପ  ଚାରୋଟି ପ୍ଲେଟ୍ ମଧ୍ୟରେ  ହୋଇଥିବା ଚଳନ କାରଣରୁ ହୋଇଛି। ଏହି ଚାରୋଟି ପ୍ଲେଟ୍ ଏନାଟୋଲିୟନ, ଅରେବିକା, ୟୁରେିୟନ ଏବଂ ଆଫ୍ରିକାରେ ରହିଛି। ଭୂକମ୍ପର କେନ୍ଦ୍ରସ୍ଥଳ ୧୯୦ କିଲୋମିଟର ଲମ୍ବା ଥିଲା ଏବଂ ଏହାର ଓସାର ୨୫ କିଲୋମିଟର ରହିଥିଲା। ପ୍ଲେଟ୍‌ର ମାତ୍ରାଧିକ ଚଳନ କାରଣରୁ ଏତେ ବଡ ଭୂମିକମ୍ପ ହୋଇଥିଲା। ଏହା ପରେ ବି ୫ ଡିଗ୍ରୀ ତୀବ୍ରତାର ଅନେକ ଥର ଭୂମିକମ୍ପ ଝଟକା ତୁର୍କୀରେ ଅନୁଭୂତ ହୋଇଥିଲା।

wp:heading {"level":4}

ଏ ଖବର ପଢନ୍ତୁ- ତୁର୍କୀରେ କାହିଁକି ଆସେ ଅଧିକ ଭୂକମ୍ପ ? ୨୦୨୦ ମସିହାରେ ୩୩,୦୦୦ ଥର ଲାଗିଥିଲା ଝଟକା

/wp:heading

ଭୂମିକମ୍ପର ତୀବ୍ରତା ଏତେ ଜୋର ଥିଲା ଯେ, ବହୁତ କମ ସଂଖ୍ୟାରେ ଲୋକ ଘର ଭିତରୁ ବାହାରିବାରେ ସକ୍ଷମ ହୋଇଥିଲେ। ହଜାର ହଜାର ସଂଖ୍ୟାରେ ଲୋକ କୋଠା ଭିତରେ ରହି ଯାଇଥିଲେ। ତିନି ହଜାରରୁ ଉର୍ଦ୍ଧ୍ଵ କୋଠା ତାସପତା ପରି  ଭୁଶୁଡି ପଡିଥିଲା। ଦେଶର ସାତ ରାଜ୍ୟ ଭୂମିକମ୍ପିରେ ଛିନ୍ନଭିନ୍ନ ହୋଇ ଯାଇଛି। ସ୍ଥିତି ବହୁତ ଭୟାନକ ଏବଂ ବେଦନାଦାୟକ ରହିଛି। ଲୋକଙ୍କୁ ନାହିଁ ନଥିବାର ଅସୁବିଧା ସମ୍ମୁଖୀନ ହେବାକୁ ପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.