ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଝାରସୁଗୁଡା : ଝାରସୁଗୁଡାରେ ୬ଟିକିଆ ହାତୀ ପଲ, ଜଗିଛନ୍ତି ବନ ବିଭାଗର ସ୍ବତନ୍ତ୍ର ସ୍କ୍ବାଡ୍
  • ||
  • ପାଟଣା : ହଷ୍ଟେଲରେ ପଶି ୫ମ ଶ୍ରେଣୀ ଛାତ୍ରୀଙ୍କୁ ଟଣାଓଟରା କଲେ ଯୁବକ, ଫାଟକରେ ତାଲା ପକାଇଲେ ଅଭିଭାବକ
  • ||
  • ଜଳେଶ୍ବର : ମହିଳାଙ୍କୁ କମେଣ୍ଟ ମାରି ଯୁବକ ହଟହଟା : ଚପଲରେ ମାଡ ଖାଇଲେ, କାନ ଧରି ଉଠବସ୍ ହେଲେ
  • ||
  • ସୁବର୍ଣ୍ଣପୁର : ବନ୍ଧାହେଲା ଦୁଇ ଲୁଟେରା, ଡିକି ଭାଙ୍ଗି ଲୁଟି ନେଇଥିଲେ ୨ ଲକ୍ଷ ଟଙ୍କା
  • ||
  • ବଲାଙ୍ଗୀର : କୋଚିଂ ସେଣ୍ଟରରେ ଚାଲିଥିଲା ନକଲି ସାର୍ଟିଫିକେଟ୍ ତିଆରି, ୮ ଅଭିଯୁକ୍ତ ଅଟକ
  • ||
  • ଭୁବନେଶ୍ବର : କେନ୍ଦ୍ର ପରିବହନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ, ଏନ୍‌ଏଚ୍‌ ୫୫ କାମ ତୁରନ୍ତ ସାରିବାକୁ ଅନୁରୋଧ
  • ||
  • ଦେବଗଡ : ବନ୍ଦ ଘରେ ପଡିଛି ରକ୍ତ ଜୁଡୁବୁଡୁ ମୃତଦେହ, ହନୁମାନ ଟଙ୍କା କାରବାରରେ ଗତବର୍ଷ ଧରାପଡିଥିଲେ ମୃତକ
  • ||
  • ବାରଙ୍ଗ : ପେଟରୁ ଅଣ୍ଡା କାଢିବା ବେଳେ ଆଖିବୁଜିଲା ଧଳା ମୟୁର
  • ||
  • ଟିଟିଲାଗଡ : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା’ ଆତ୍ମହତ୍ୟା ?
  • ||
  • ବାଲିଗୁଡା: ନୀଳ ଜହରର ହବ୍ ପାଲଟିଛି ବାଲିଗୁଡା, ଦୁଇ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ
  • ||

ତୁର୍କୀରେ କାହିଁକି ଆସେ ଅଧିକ ଭୂକମ୍ପ ? ୨୦୨୦ ମସିହାରେ ୩୩,୦୦୦ ଥର ଲାଗିଥିଲା ଝଟକା

8/02/2023 at 9:30 PM

ନୂଆଦିଲ୍ଲୀ: ତୁର୍କୀ ଏବଂ ସିରିଆରେ ସୋମବାର ଭୋର ୪ଟାରେ ହୋଇଥିବା ଭୂକମ୍ପରେ ମୃତକଙ୍କ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ୧୧୦୦୦ ଟପି ସାରିଛି । ୨୦ ହଜାରରୁ ଅଧିକ ଲୋକ ଆହତ ଥିବା କୁହାଯାଉଛି । ତୁର୍କୀରେ ହୋଇଥିବା ଭୂକମ୍ପରେ ହଜାର ହଜାର ବିଲ୍ଡିଂ ଧ୍ୱଂସ ହୋଇଯାଇଛି । ଭଗ୍ନାବଶେଷ ତଳେ ଏବେ ବି ଅନେକ ଜୀବନ ଫଶି ରହିଛି । ତେବେ ତୁର୍କୀରେ ଭୂକମ୍ପ ହେବା ଏକ ସାଧାରଣ ଘଟଣା ବୋଲି କୁହାଯାଏ, ଅନେକ ଥର ଏଠାରେ ଗୋଟିଏ ବର୍ଷ ଭିତରେ ହିଁ ହଜାର ହଜାର ଥର ଭୂକମ୍ପର ଝଟକା ଅନୁଭବ କରାଯାଇଛି ।

୨୦୨୦ରେ ୩୩୦୦୦ରୁ ଅଧିକ ଥର ଥରିଛି ଭୂମି

ତୁର୍କୀରେ ନିୟମିତ ସମୟ ବ୍ୟବଧାନରେ ଭୂକମ୍ପର ଝଟକା ଅନୁଭବ ହୋଇଥାଏ, ତେଣୁ ଏହି ଅଞ୍ଚଳକୁ ଭୂକମ୍ପର ସବୁଠୁ ବିପଦଜ୍ଜନକ ସ୍ଥାନ ମଧ୍ୟରେ ଗଣାଯାଏ । ତୁର୍କୀର ବିପର୍ଯ୍ୟୟ ଏବଂ ଜରୁରିକାଳୀନ ପ୍ରାଧିକରଣ (ଏଏଫଏଡି)ର ଡାଟା ଅନୁସାରେ କେବଳ ୨୦୨୦ ମସିହାରେ ୩୩,୦୦୦ରୁ ଅଧିକ ଭୂକମ୍ପ ଘଟଣା ରକେର୍ଡ କରାଯାଇଛି । ଏଥିରୁ ୩୨୨ ଭୂକମ୍ପର ତୀବ୍ରତା ୪.୦ ରହିଥିଲା ।

ଗତ ବର୍ଷ ମଧ୍ୟ ଦୁନିଆରେ ଘଟିଥିବା ତିନି ବଡ଼ ଭୂକମ୍ପ ତୁର୍କୀ ଅଖାପାଖ ଅଞ୍ଚଳରେ ହୋଇଥିଲା । ଜାନୁଆରୀରେ ପୂର୍ବ ଉଲେଡୁହରେ ୪୧ ଜଣଙ୍କ ମୃତ୍ୟୁ ହୋଇଥିଲା । ସେହି ବର୍ଷ ଅକ୍ଟୋବରରେ ପଶ୍ଚିମ ଇଜମିରରେ ୬.୬ ତୀବ୍ରତାର ଭୂକମ୍ପ ହୋଇଥିଲା, ଏଥିରେ ୧୧୭ ଜଣଙ୍କ ମୃତ୍ୟୁ ହୋଇଥିଲା । ତୁର୍କୀରେ ୧୯୩୯ ମସିହାରେ ମଧ୍ୟ ୭.୮ ତୀବ୍ରତାର ଭୂକମ୍ପ ହୋଇଥିଲା, ଏଥିରେ ୩୨ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ।

ତୁର୍କୀରେ ବାରମ୍ୱାର ଭୂକମ୍ପ ଆସିବା ପଛର କାରଣ ହେଉଛି ଟେକ୍ଟୋନିକ୍ ପ୍ଲେଟ୍ସ । ପ୍ରାୟ ୮ କୋଟି ଜନସଂଖ୍ୟା ଥିବା ଦେଶ ୪ଟି ଟେକ୍ଟୋନିକ ପ୍ଲେଟ୍ ଉପରେ ରହିଛି, ଏଥିରୁ ଗୋଟିଏର ପ୍ଲେଟର ଚଳନ ଦ୍ୱାରା ପୂରା ଅଞ୍ଚଳରେ ଝଟକା ଅନୁଭୂତ ହୋଇଥାଏ । ତୁର୍କୀର ସବୁଠୁ ବଡ଼ ଭାଗ ଏନାଟୋଲିୟନ ପ୍ଲେଟ୍ ଉପରେ ରହିଛି, ଯାହା ଦୁଇଟି ପ୍ରମୁଖ ପ୍ଲେଟ୍, ୟୁରେସିୟନ ଏବଂ ଆଫ୍ରିକି ଏବଂ ଏକ ଛୋଟିଆ ଆରେବିୟନ ମଧ୍ୟରେ ରହିଛି । ଆଫ୍ରିକି ଏବଂ ଅରବ ପ୍ଲେଟ୍ ସିଫ୍ଟ ହେବା ସମୟରେ ତୁର୍କୀ ଥରିଥାଏ ।

   Related Posts