୩ ଜିଲ୍ଲା ପରେ ଏବେ କଟକ ଜିଲ୍ଲାରେ ଝାଡ଼ାବାନ୍ତି ଆତଙ୍କ, ରବିବାର ଘଟଣାସ୍ଥଳ ପରିଦର୍ଶନ କରିବେ ୧୪ ଜଣିଆ କେନ୍ଦ୍ରୀୟ ଟିମ୍

Published By : Prameya-News7 Bureau | June 14, 2025 IST

ଭୁବନେଶ୍ବର ୧୪।୬: ଝାଡାବାନ୍ତି ବ୍ୟାପିବା ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର । ସେ କହିଛନ୍ତି, ୪ ଜିଲ୍ଲାକୁ ବ୍ୟାପିଲା ଝାଡାବାନ୍ତି । ଯାଜପୁର, ଭଦ୍ରକ, କେନ୍ଦୁଝର ପରେ କଟକ ଜିଲ୍ଲାରେ ଏବେ ଝାଡାବାନ୍ତି ଆତଙ୍କ ଦେଖାଦେଇଛି । କଟକ ସଦର ଝିଙ୍କିରିଆ ଗ୍ରାମ ପଞ୍ଚାୟତରେ ବି କିଛି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଯାଜପୁରର ୮ ଜଣଙ୍କୁ ଛାଡ଼ି ଆଉ କୌଣସି ହଇଜା ରୋଗୀ ନାହାନ୍ତି । ଶନିବାର କେନ୍ଦ୍ରରୁ ୧୪ ଜଣିଆ ଟିମ୍ ଆସି ରବିବାର ଘଟଣାସ୍ଥଳ ପରିଦର୍ଶନ କରିବେ । ସେମାନଙ୍କ ମଧ୍ୟରେ ICMR, NCDC, WHO, ଖାଦ୍ୟ ନିରାପତ୍ତା ସଦସ୍ୟ ରହିବେ । ସେହିପରି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଓ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବି ଘଟଣାସ୍ଥଳକୁ ଯିବେ । 

ଶନିବାର ସକାଳୁ ଯାଜପୁରରୁ ୨୧୩ ରୋଗୀଙ୍କୁ ଚିକିତ୍ସା ଦିଆଯାଉଥିବା ଖବର ଆସିଛି । ଯେଉଁ ୫ ଜଣଙ୍କ ମୃତ୍ୟୁ ଖବର ଆସିଛି, ସେମାନଙ୍କ ଅଟୋପ୍ସି ରିପୋର୍ଟକୁ ଅପେକ୍ଷା କରାଯାଇଛି । ସଂଗୃହୀତ ନମୁନାରୁ ବିଷାକ୍ତ ଜଳର ପ୍ରମାଣ ମିଳିଛି । ସେହିପରି ଖାଦ୍ୟ ବି ବିଷାକ୍ତ ଥିଲା । ଯାହା ଯାଞ୍ଚ କରୁଛି ଖାଦ୍ୟ ସୁରକ୍ଷା ବିଭାଗ । ଗତକାଲି ନିଜେ ପଞ୍ଚାୟତିରାଜ ସଚିବ ଘଟଣାସ୍ଥଳରେ ସମୀକ୍ଷା କରିଛନ୍ତି ବୋଲି ନୀଳକଣ୍ଠ ମିଶ୍ର କହିଛନ୍ତି ।

You Can Read:

ଶୁଦ୍ଧିକ୍ରିୟା ଭୋଜି ଖାଇ ୬୪ ଜଣ ଅସୁସ୍ଥ, ଗାଁରେ ପହଞ୍ଚିଲେ ଡାକ୍ତରୀ ଟିମ୍

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.