ବାହାନଗା ଟ୍ରେନ୍ ଟ୍ରାଜେଡି: ଗୌତମ ଆଦାନୀଙ୍କ ବଡ଼ ଘୋଷଣା, ଅଭିଭାବକ ହରାଇଥିବା ପିଲାଙ୍କ ପାଠ ପଢା ବୁଝିବେ
4/06/2023 at 6:26 PM

ନୂଆଦିଲ୍ଲୀ: ବାଲେଶ୍ୱର ଜିଲ୍ଲାର ବାହାନଗାରେ ହୋଇଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ପୀଡିତଙ୍କ ପାଇଁ ଆଦାନୀ ଗ୍ରୁପ ବଡ଼ ଘୋଷଣା କରିଛି । ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ ଟ୍ୱିଟ୍ କରି ଘୋଷଣା କରିଛନ୍ତି ଯେ ଦୁର୍ଘଟଣାରେ ଯେଉଁ ପିଲମାନେ ନିଜ ବାପା-ମାଆଙ୍କୁ ହରାଇଛନ୍ତି ସେମାନଙ୍କ ପାଠ ପଢା ଦାୟିତ୍ୱ ଆଦାନୀ ଗ୍ରୁପ ନେବ । ଯେଉଁମାନେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ସେମାନଙ୍କୁ କେହି ଫେରାଇ ଆଣିପାରିବନି, କିନ୍ତୁ ଆଦାନୀଙ୍କ ଏହି ବୟାନ ପୀଡିତଙ୍କ ପିଲାଙ୍କ ଭବିଷ୍ୟତ ପାଇଁ ଏକ ବଡ଼ ପଦକ୍ଷେପ ବୋଲି କୁହାଯାଇପାରେ ।
ଗୌତମ ଆଦାନୀ ଟ୍ୱିଟ୍ କରି କହିଛନ୍ତି, ‘ଓଡ଼ିଶା ରେଳ ଦୁର୍ଘଟଣାରେ ଆମେ ସମସ୍ତେ ବ୍ୟଥିତ ଅଛୁ । ଆମେ ନିଷ୍ପତ୍ତି ନେଇଛୁ ଯେ ଯେଉଁ ପିଲାମାନେ ଏହି ଦୁର୍ଘଟଣାରେ ନିଜ ଅଭିଭାବକଙ୍କୁ ହରାଇଛନ୍ତି ସେମାନଙ୍କ ସ୍କୁଲ ଶିକ୍ଷା ଦାୟିତ୍ୱ ଆଦାନୀ ଗ୍ରୁପ ଉଠାଇବ । ପୀଡିତ ଏବଂ ସେମାନଙ୍କ ପରିଜନଙ୍କୁ ସମ୍ୱଳ ଏବଂ ପିଲାଙ୍କ ଭଲ ଭବିଷ୍ୟତ ପାଇଁ ଆମ ସମସ୍ତଙ୍କ ମିଳିତ ଦାୟିତ୍ୱ ଅଟେ’।
ପଢନ୍ତୁ: ଟ୍ରେନ୍ ଦୁର୍ଘଟଣାରେ ପୀଡିତଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କଲେ ଆନ୍ଧ୍ର ସରକାର, ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା
उड़ीसा की रेल दुर्घटना से हम सभी बेहद व्यथित हैं।
— Gautam Adani (@gautam_adani) June 4, 2023
हमने फैसला लिया है कि जिन मासूमों ने इस हादसे में अपने अभिभावकों को खोया है उनकी स्कूली शिक्षा की जिम्मेदारी अडाणी समूह उठाएगा।
पीड़ितों एवं उनके परिजनों को संबल और बच्चों को बेहतर कल मिले यह हम सभी की संयुक्त जिम्मेदारी है।
ଏହା ପୂର୍ବରୁ ରବିବାର ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ବାଲେଶ୍ୱର ରେଳ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ପରିବାର ପିଛା ୧୦ ଲକ୍ଷ ଟଙ୍କା ଲେଖାଏଁର ଅନୁକମ୍ପା ରାଶି ଘୋଷଣା କରିଥିଲେ । ସେହିପରି ଗୁରୁତର ଆହତ ବ୍ୟକ୍ତିଙ୍କ ପାଇଁ ୫ ଲକ୍ଷ ଏବଂ ଆହତ ବ୍ୟକ୍ତିଙ୍କ ପାଇଁ ୧ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଆନ୍ଧ୍ର ସରକାରଙ୍କ ପକ୍ଷରୁ ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ ।
ଉଲ୍ଲେଖଯୋଗ୍ୟ ଯେ ଶୁକ୍ରବାର ସଂଧ୍ୟାରେ ବାହାନଗା ଠାରେ ହୋଇଥିବା ଭୟଙ୍କର ରେଳ ଦୁର୍ଘଟଣାରେ ୨୭୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦୦ରୁ ଅଧିକ ଆହତ ହୋଇଥିଲେ ।
READ ALSO:ଟ୍ରେନ୍ ଦୁର୍ଘଟଣାକୁ ସାମ୍ପ୍ରଦାୟୀକ ରଙ୍ଗ ଦେବା ଉଦ୍ୟମ ପରେ ଆକ୍ସନରେ ଓଡ଼ିଶା ପୋଲିସ, ଦୃଢ କାର୍ଯ୍ୟାନୁଷ୍ଠାନ ଚେତାବନୀ