Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଟ୍ରେନ୍ ଦୁର୍ଘଟଣାକୁ ସାମ୍ପ୍ରଦାୟୀକ ରଙ୍ଗ ଦେବା ଉଦ୍ୟମ ପରେ ଆକ୍ସନରେ ଓଡ଼ିଶା ପୋଲିସ, ଦୃଢ କାର୍ଯ୍ୟାନୁଷ୍ଠାନ ଚେତାବନୀ

4/06/2023 at 5:00 PM

ଭୁବନେଶ୍ୱର: ବାଲେଶ୍ୱର ବାହାନଗାରେ ହୋଇଥିବା ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା ଉପରେ ତଦନ୍ତ ଜାରି ରହିଛି । ଦୁର୍ଘଟଣା କାରଣ ଖୋଜା ଚାଲିଛି । ତେବେ ଏହାରି ଭିତରେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଅପପ୍ରଚାର କରାଯାଉଥିବା ନଜରକୁ ଆସିଛି । ଏହାପରେ ସତର୍କ ହୋଇଛି ଓଡ଼ିଶା ପୋଲିସ । ଓଡ଼ିଶା ପୋଲିସ ଚେତାବନୀ ଦେଇ କହିଛି ଯେ ଟ୍ରେନ ଦୁର୍ଘଟଣାକୁ ଯେଉଁମାନେ ସମ୍ପ୍ରଦାୟୀକ ରଙ୍ଗ ଦେବାକୁ ଉଦ୍ୟମ କରୁଛନ୍ତି ସେମାନଙ୍କ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ମିଛ ଏବଂ ଖରାପ ଉଦ୍ଦେଶ୍ୟ ଥିବା ପୋଷ୍ଟର ପ୍ରସାରଠାରୁ ଦୂରେଇ ରହିବାକୁ କୁହାଯାଇଛି  ।

ଓଡ଼ିଶା ପୋଲିସ ନିଜ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡଲରୁ ଟ୍ୱିଟ୍ କରି କହିଛି, ବାଲେଶ୍ୱରରେ ହୋଇଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାକୁ କିଛି ସୋସିଆଲ ମଡିଆ ୟୁଜର ସାମ୍ପ୍ରଦାୟୀକ ରଙ୍ଗ ଦେବାକୁ ଉଦ୍ୟମ କରୁଥିବା ନଜରକୁ ଆସିଛି । ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଅଟେ । ଜିଆରପି ଏବଂ  ଓଡ଼ିଶା ଦ୍ୱାରା ଦୁର୍ଘଟଣାର ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରହିଛି ।  

ଏହାସହ ଓଡିଶା ପୋଲିସ କହିଛି, ମିଛି ଏବଂ ଖରାପ ଉଦ୍ଦେଶ୍ୟ ରଖି କରାଯାଉଥିବା ପୋଷ୍ଟ ଠାରୁ ସମସ୍ତେ ଦୂରେଇ ରହନ୍ତୁ । ମିଛି ପ୍ରଚାର କରି ଯେଉଁ ସାମ୍ପ୍ରଦାୟୀତ ସଦଭାବନାକୁ ନଷ୍ଟ କରିବାକୁ ଉଦ୍ୟମ କରୁଛନ୍ତି ସେମାନଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯିବ ।

ଓଡ଼ିଶା ପୋଲିସ ଏହି ଅପିଲ୍ ଏପରି ସମୟରେ ଆସିଛି, ଯେତେବେଳେ ଟ୍ରେନ ଦୁର୍ଘଟଣା ଫଟୋ ଏବଂ ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରାଯାଇଛି । ଯେଉଁଥିରେ କିଛି ୟୁଜର ସାମ୍ପ୍ରଦାୟୀକ ଦିଗ ଦର୍ଶାଇବାକୁ ଉଦ୍ୟମ କରୁଛନ୍ତି ଏବଂ ଦାବି କରୁଛନ୍ତି ଯେ ଦୁର୍ଘଟଣାସ୍ଥଳରୁ ଅଳ୍ପ ଦୂରରେ ଏକ ମସଦିଜ ରହିଛି ।

ପଢନ୍ତୁ: ସୁପ୍ରିମକୋର୍ଟରେ ବାହାନଗା ଟ୍ରେନ୍ ଟ୍ରାଜେଡି; ‘କବଚ’ ସିଷ୍ଟମ୍ ଶୀଘ୍ର ଲାଗୁ କରିବାକୁ ଆବେଦନ

ତେବେ ଫ୍ୟାକ୍ଟ ଚେକିଂ ୱେବସାଇଟ୍ ବୁମ ଫାକ୍ଟ ଚେକ୍ ଅନୁସାରେ ଦୁର୍ଘଟଣାସ୍ଥଳରେ ମସଜିଦ ଥିବା ଦାବି ମିଛ ।

READ ALSO: SCBରେ କର୍ଣ୍ଣାଟକ ଶ୍ରମ ମନ୍ତ୍ରୀ, ‘ଓଡିଶାକୁ ସବୁ ପ୍ରକାର ସହାୟତା ପାଇଁ ଦେଲେ ପ୍ରତିଶୃତି’

   Related Posts