ବ୍ରହ୍ମଗିରି ୧୩।୬: ପୂର୍ବ ଶତ୍ରୁତାକୁ ନେଇ ବ୍ରହ୍ମଗିରି ଥାନା ଛୋଟପୁର ଗାଁରେ ଏସିଡ୍ ଓ ବୋମାମାଡ଼ । ଦୁଇ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ଆହତ ବ୍ରଜବନ୍ଧୁ ମହାପାତ୍ର ଓ ଆଲୋକ ମହାପାତ୍ର ଚିକିତ୍ସା ପାଇଁ ପୁରୀ ସଦର ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି ।ଅନ୍ୟପଟେ ଖବର ପାଇ ବ୍ରହ୍ମଗିରି ପୋଲିସ ସାଇଣ୍ଟିଫିକ୍ ଟିମ୍ ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଛି ଏସିଡ୍ ଜବତ କରିବା ସହିତ ଫୁଟିଥିବା ବୋମାର ଅଂଶକୁ ଜବତ କରିଛି । ଅଭିଯୁକ୍ତ ଶୁକଦେବ ମିଶ୍ର ଫେରାର ହୋଇଯାଇଛି । ପୋଲିସର ଏକ ଟିମ୍ ଅଭିଯୁକ୍ତକୁ ଧରିବାକୁ ଚଢ଼ାଉ ଜାରି ରଖିଛି । ବ୍ରଜବନ୍ଧୁ ଗାଁରେ ଏକ ରାସନ ଦୋକାନ କରିଛନ୍ତି । ଶୁକ୍ରବାର ଅପରାହ୍ନରେ ବ୍ରଜବନ୍ଧୁ ଦୋକାନରେ ବସିଥିବା ବେଳେ ଶୁକଦେବ ଏକ ଥଣ୍ଡା ପାନୀୟ ବୋତଲରେ ଏସିଡ୍ ପୁରାଇବା ସହ ଏକ ବୋମା ନେଇ ଯାଇଥିଲେ । ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଗୁରୁବାର ଉଭୟଙ୍କ ଭିତରେ ପାଟିତୁଣ୍ଡ ହୋଇଥିବା ବେଳେ ଶୁକ୍ରବାର ସକାଳୁ ମଧ୍ୟ ପାଟିତୁଣ୍ଡ ହୋଇଥିଲା । ଦୋକାନକୁ ଶୁକଦେବ ଯାଇ ପାଟିତୁଣ୍ଡ କରିବା ପରେ ଏସିଡ୍ ମାଡ଼ ସହିତ ବୋମାମାଡ଼ କରିଛି । ଦୋକାନକୁ ସଉଦା ପାଇଁ ଆସିଥିବା ଆଲୋକ ମଧ୍ୟ ଏସିଡ ଓ ବୋମାମାଡ଼ରେ ଆହତ ହେଇଛନ୍ତି । ପୋଲିସ ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ଫେରାର ରହିଛି ।
You Can Read:
ଝିଅକୁ ହତ୍ୟା ଅଭିଯୋଗରେ ଶାଶୁ-ଶ୍ବଶୁରଙ୍କୁ ନିର୍ଦ୍ଧୁମ ଛେଚିଲେ ବାପଘର ଲୋକ, ଜ୍ବାଇଁଙ୍କୁ ଫାଶୀ ଦେବାକୁ ଦାବି