OSSC ଅଧ୍ୟକ୍ଷ ପଦରୁ ଅଭୟଙ୍କ ଇସ୍ତଫା, କାର୍ଯ୍ୟକାରୀ ଅଧ୍ୟକ୍ଷ ହେଲେ ସୁଧାକର ବୁର୍ଗୀ

Published By : Prameya-News7 Bureau | May 22, 2025 IST

ଭୁବନେଶ୍ୱର: ଓଡ଼ିଶା କର୍ମଚାରୀ ଚୟନ ଆୟୋଗ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ଅଭୟ । ରାଜ୍ୟ ସରକାର ତାଙ୍କ ଇସ୍ତଫାକୁ ତୁରନ୍ତ ଗୃହୀତ କରିଛନ୍ତି । ଏହାସହ ଅବସରପ୍ରାପ୍ତ ଆଇଏଏସ୍‌ ସୁଧାକର ବୁର୍ଗୀଙ୍କୁ ଓଏସଏସସି କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି । ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଜ୍ଞପ୍ତି ଜାରି କରି ଏ ବାବଦରେ ସୂଚନା ଦିଆଯାଇଛି । ପରବର୍ତ୍ତୀ ନିର୍ଦେଶ ଯାଏ ସେ ଏହି ଦାୟିତ୍ୱରେ ରହିବେ । ନିକଟରେ OSSC ସଦସ୍ୟ ଭାବେ ନିଯୁକ୍ତି ପାଇଥିଲେ ସୁଧାକର ବୁର୍ଗୀ । 

ଉଲ୍ଲେଖଯୋଗ୍ୟ ୨୦୨୧ ଡିସେମ୍ବର ୩୧ରେ ଡିଜିପି ପଦରୁ ଆଇପିଏସ୍‌ ଅଭୟ ଅବସର ନେଇଥିଲେ । ଏହାପରେ ୨୦୨୨ ଏପ୍ରିଲ୍ ୧୩ରେ ତାଙ୍କୁ ତତ୍‌କାଳୀନ ସରକାର ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ । ସେବେଠୁ ଆଇପିଏସ୍‌ ଅଭୟ OSSC ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଆସୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.