ଭୁବନେଶ୍ଵର: ଦୋଷ ନ ଥାଇ ଜେଲ୍ ଗଲେ ଯୁବକ । ଆଉ ଏବେ ନ୍ୟାୟ ପାଇବା ପାଇଁ ଭୁବନେଶ୍ବର ଡିସିପିଙ୍କ ଦ୍ବାରସ୍ଥ ହୋଇଛନ୍ତି ପୀଡ଼ିତ । ରାଜଧାନୀରେ ଭୁବନେଶ୍ୱରରେ ଘଟିଛି ଘଟଣା । କୋର୍ଟରୁ ଜାମିନ ଆସିବାପରେ ଏମିତି ଘଟଣାକୁ ନେଇ ଭୁବନେଶ୍ବର ଡିସିପି ଜଗମୋହନ ମୀନାଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅଭିଯୋଗକାରୀ ସୁଧାଂଶୁ ଶେଖର ଦାସ ।
ଦାରୁଠେଙ୍ଗ ଅଞ୍ଚଳରେ କିଛି ଦୃର୍ବୁତ୍ତ ମାନେ ମିଥ୍ୟା କେସରେ ଫସାଇ ଦେଇ ସୁଧାଂଶୁ ଶେଖର ଦାସ ନାମକ ଯୁବକଙ୍କ ନାମରେ ଅଭିଯୋଗ କରିଥିଲେ । ଗତ ଏପ୍ରିଲ ମାସର ୫ ତାରିଖରେ ସଂପୃକ୍ତ ଯୁବକଙ୍କୁ ପୋଲିସ ଘରୁ ଉଠାଇ ନେଇ ଗିରଫ କରି ଜେଲ ପଠାଇଥିଲା । ଏହି ଘଟଣାରେ ସେ ଜାମିନରେ ଆସିବା ପରେ ଡିସିପିଙ୍କ ନିକଟରେ ନ୍ୟାୟ ପାଇଁ ଆବେଦନ କରିଛନ୍ତି । ପୂର୍ବରୁ ସେ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇ ଅଭିଯୋଗ ଜଣାଇଛନ୍ତି । ପୋଲିସ୍ ମହାନିର୍ଦ୍ଦେଶକଙ୍କ ନିକଟରେ ନ୍ୟାୟ ପାଇଁ ଅଭିଯୋଗ କରିଛନ୍ତି ।
Also read: ଅହମ୍ମଦାବାଦ ପ୍ଲେନ୍ କ୍ରାସ ପରେ ଚେତିଲା DGCA, ଭୁବନେଶ୍ଵର ବିମାନ ବନ୍ଦର ଚାରିପଟେ ସର୍ଭେ କରୁଛି ସ୍ଵତନ୍ତ୍ର ଟିମ୍
ସୂଚନା ଅନୁସାରେ ନନ୍ଦନକାନନ ଥାନା ପୋଲିସ କିଛି କେସକୁ ନେଇ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ। ଏହି ସମୟରେ ସୁଧାଂଶୁ ଦାସଙ୍କ ଏକ ଫ୍ଲେକ୍ସ ଦୋକାନ ରହିଛି ଯେଉଁଥିରେ ପୋଲିସ୍ ପହଞ୍ଚି ତାଙ୍କୁ ଗିରଫ କରିଥିଲା । ଏହାପରେ ସେ ଜେଲ ଯାଇଥିଲେ। କିନ୍ତୁ ସେ କୌଣସି ଘଟଣା ଜାଣିନଥିବାରୁ ସେ ଏବେ ସବୁ ବରିଷ୍ଠ ଅଧିକାରୀଙ୍କୁ ନ୍ୟାୟ ପାଇଁ ଦୌଡ଼ୁଛନ୍ତି ।