ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଲକ ଫଟାମୁଣ୍ଡା ପଞ୍ଚାୟତ ପାଣ୍ଡେସରା ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ। ଭତ୍ତା ପାଇଁ ଜଣେ ବୟସ୍କା ଭିନ୍ନକ୍ଷମ ବିଧବା ମହିଳା ସୁରେଖା ନାଗ କେମିତି ଘୁଷୁଡ଼ି ଘୁଷୁଡ଼ି ଯାଉଛନ୍ତି ତାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି।
ସୂଚନା ଅନୁଯାୟୀ, ଏଇ ବୃଦ୍ଧା ମହିଳାଙ୍କ ସ୍ୱାମୀ ନରସିଂ ନାଗଙ୍କ କିଛି ବର୍ଷ ପୂର୍ବରୁ ମୃତ୍ୟୁ ହୋଇସାରିଛି। ତାଙ୍କର ପରିବାରରେ ବୋଲି ଆଉ କେହି ନାହାନ୍ତି। ତେଣୁ ସବୁଦିନ ଭତ୍ତା ପାଇଁ କୌଣସି ଏକ ଗାଡ଼ିରେ ଯାଇଥାନ୍ତି ହେଲେ ସେଦିନ ତାଙ୍କ ପାଖରେ ପଇସା ନଥିବାରୁ ଭତ୍ତା ଟଙ୍କା ଉଠାଣ ପାଇଁ ୨ କିମି ଦୂରରେ ଥିବା କୁଡାପଦାର ଗାଁକୁ ଘୋଷାଡ଼ି ଘୋଷାଡ଼ି ଯାଉଥିଲେ।
ଏଇ ଘଟଣାକୁ ସେ ଅଞ୍ଚଳର ଯୁବ ସମାଜସେବୀ କରୁଣା କର ମିଶ୍ର ଦେଖିବାରୁ ତାଙ୍କ ଟ୍ରାକ୍ଟରରେ ବସାଇ ଘରକୁ ପହଞ୍ଚାଇ ଦେଇଥିଲେ। ସରକାର ଏମିତି ବୃଦ୍ଧା ଭିନ୍ନକ୍ଷମ ମହିଳାଙ୍କୁ ଭତ୍ତାଟଙ୍କା ଘରକୁ ପହଞ୍ଚାଇ ଦେବାର ନିୟମ ଥାଇ ସୁଦ୍ଧା କାହିଁକି ଆଜି ଏ ଅବସ୍ଥା ହେଲା ତାହା ତଦନ୍ତ ସାପେକ୍ଷ। ଏଇ ଘଟଣା ଉପରେ ସମସ୍ତ ଅଧିକାରୀ ବିରୋଧରେ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଅଞ୍ଚଳରେ ଦାବି ହେଉଛି।