ସୁବର୍ଣ୍ଣପୁର ୧୮।୭: ଗଞ୍ଜେଇ ଭର୍ତ୍ତି ପିକଅପ୍ ଭ୍ୟାନ୍କୁ ଗୋଡ଼େଇ ଗୋଡ଼େଇ ଧରିଲା ପୋଲିସ । ପିକଅପ୍ ଭ୍ୟାନ୍ରୁ ୯୩୦ ପ୍ୟାକେଟ୍ ଗଞ୍ଜେଇ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ହେବ ୯ କ୍ବିଣ୍ଟାଲ ୩୦ କେଜି ଗଞ୍ଜେଇ । ପୋଲିସ ପିକଅପ୍ ଭ୍ୟାନ୍ ଜବତ କରିଥିବା ବେଳେ ଗାଡ଼ି ଡ୍ରାଇଭର ଫେରାର ମାରିଛି । ସୁବର୍ଣ୍ଣପୁର ଜିଲ୍ଲା ତରଭା ପୋଲିସ ଗଞ୍ଜେଇ ଭର୍ତ୍ତି ପିକଅପ୍ ଭ୍ୟାନ୍କୁ ରାଣିସର୍ଡା ଛକ ନିକଟରେ ଧରିଲା ପୋଲିସ ।
ସୂଚନାଯୋଗ୍ୟ ଯେ, ବୌଦ୍ଧ ଜିଲ୍ଲା କଣ୍ଟାମାଳ ପଟରୁ ଏକ ପିକଅପ୍ ଭ୍ୟାନ୍ରୁ ଦ୍ରୁତ ଗତିରେ ପଳାଉଥିବାରୁ ସନ୍ଦେହ କରି ତରଭା ପୋଲିସ ପିଛା କରିବା ସହ ମେଣ୍ଡା ଫାଣ୍ଡିକୁ ଖବର ଦେଇଥିଲା । ମେଣ୍ଡା ଓ ତରଭା ପୋଲିସର ମିଳିତ ସହଯୋଗରେ ରାଣିସର୍ଡା ଛକ ନିକଟରେ ପିକଅପ୍ ଭ୍ୟାନ୍ଟିକୁ କାବୁ କରିଥିଲା । ଗାଡ଼ିରେ ଥିବା ଡ୍ରାଇଭର ଫେରାର ମାରିଛି l ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି l ଗାଡିରେ ୯୩୦ ପ୍ୟାକେଟ୍ ଗଞ୍ଜେଇ ରହିଥିବା ବେଳେ ମୋଟ୍ ୯ କ୍ବିଣ୍ଟାଲ ୩୦ କେଜି ଗଞ୍ଜେଇ ହେବ ବୋଲି ସୂଚନା ମିଳିଛି l ଗଞ୍ଜେଇର ମୂଲ୍ୟ ୯ କୋଟି ଟଙ୍କା ହେବ ବୋଲି ସନ୍ଦେହ କରାଯାଉଛି l
You Can Read:
ଭରତପୁର ମସଜିଦ ବସ୍ତିରେ ମର୍ଡର, ବାଇକ୍ ଚୋରି ପ୍ରତିବାଦ କରିବାରୁ ଯୁବକଙ୍କୁ ହତ୍ୟା