ପାଟ୍ରୋଲିଂ ବେଳେ ଧରାପଡିଲେ ୭ ଅପରାଧୀ, ପିସ୍ତଲ-ଗୁଳି ସହ ଅଫୁଟା ବୋମା ଜବତ

Published By : Prameya-News7 Bureau | May 31, 2025 IST

ବ୍ରହ୍ମପୁର ୩୧ପାଟ୍ରୋଲିଂ ବେଳେ ଧରାପଡିଲେ ଅପରାଧୀ । ବ୍ରହ୍ମପୁର ଗୋସାଇଁନୂଆଗାଁ ଓ ବି.ଏନ.ପୁର ପୋଲିସ ଥାନା ଅଞ୍ଚଳର ଦୁଇଟି ମାମଲାରେ ୭ ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ୪ଟି ପିସ୍ତଲ ସହ ଗୋଟିଏ ଦେଶୀ ବନ୍ଧୁକ, ୪୩ଟି ଗୁଳି, ୫ଟି ବୋମା, ୬ଟି ମୋବାଇଲ ଫୋନ, ୬ଟି ମାଗାଜିନ, ୨୨ଟି ଏଟିଏମ କାର୍ଡ, ଗୋଟିଏ ଗାଡି, ନଗଦ ଏକ ଲକ୍ଷ ୧୧ ହଜାର ୫ ଶହ ଟଙ୍କା ଜବତ ହୋଇଛି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସ୍‌ପି ଶ୍ରବଣ ବିବେକ ଏମ୍ ସୂଚନା ଦେଇଛନ୍ତି । ଗୋସାଇଁନୂଆଗାଁ ଥାନା ପକ୍ଷରୁ ୫ ଜଣ ଏବଂ ବୈଦ୍ୟନାଥପୁର ଥାନା ପକ୍ଷରୁ ୨ ଜଣଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି । 

ତେବେ ତଦନ୍ତ ବେଳେ ବାହାରିଲା ଖୋର୍ଦ୍ଧା ଲିଙ୍କ୍ । ଖୋର୍ଦ୍ଧା ଅଞ୍ଚଳର ଅପରାଧୀ ବି ସାମିଲ ଥିବା ସୂଚନା ରହିଛି । ଘଟଣାରେ ଅଧିକ ତଦନ୍ତ ଜାରି ରହିଥିବା ଏସ୍‌ପି କହିଛନ୍ତି । 

You Can Read:

ଆର୍ଯ୍ୟପଲ୍ଲୀରେ କୂଳ ଖାଉଛି ସମୁଦ୍ର, ଲୋକେ ଭୟଭୀତ : ସ୍ଥାୟୀ ପଦକ୍ଷେପ ନେବାକୁ ପ୍ରଶାସନ ନିକଟରେ ନିବେଦନ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.