ପଦ୍ମପୁର ୧୪।୬: ଶୁଦ୍ଧିକ୍ରିୟା ଭୋଜି ଖାଇ ଅସୁସ୍ଥ । ଗାଁର ୬୪ ଜଣ ଅସୁସ୍ଥ ହୋଇଥିବା ଜଣାପଡିଛି । ଏଭଳି ଘଟଣା ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ କୁଆପାଲି ଗାଁରେ ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ ଯେ, ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ କୁଆପାଲି ଗାଁରେ ଜଣେ ବ୍ୟକ୍ତିଙ୍କ ଘରେ ଶୁଦ୍ଧିକ୍ରିୟା ଭୋଜି ଚାଲିଥିଲା । ଉକ୍ତ ଶୁଦ୍ଧିକ୍ରିୟା ଭୋଜିରେ ସେ ତାଙ୍କ ଗାଁର ବନ୍ଧୁବାନ୍ଧବ ତଥା ଅନ୍ୟ ଗାଁର ବନ୍ଧୁବାନ୍ଧବ ମାନଙ୍କୁ ନିମନ୍ତ୍ରିତ କରିଥିଲେ । ଉକ୍ତ ଲୋକମାନେ ଶୁଦ୍ଧିକ୍ରିୟା ଭୋଜି ଖାଇସାରିବା ପରେ ଶୁକ୍ରବାର ରାତିରେ ଅସୁସ୍ଥ ଅନୁଭବ କରିଥିଲେ । ସେମାନଙ୍କ ମଧ୍ୟରୁ ୬୪ ଜଣଙ୍କ ଅବସ୍ଥା ଗୁରୁତର ରହିଥିଲା । ଏ ବିଷୟରେ ବୁକୁରାମୁଣ୍ଡାର ଡାକ୍ତର ସୁଦୀପ୍ତ ସାହୁ ଖବର ପାଇ ଡାକ୍ତରୀ ଟିମ୍ ସହ ଉକ୍ତ ଗାଁରେ ପହଞ୍ଚି ଗୁରୁତର ମାନଙ୍କ ଚିକିତ୍ସା ଆରମ୍ଭ କରିଥିଲେ । ସମସ୍ତଙ୍କ ଅବସ୍ଥା ଏବେ ଠିକ୍ ରହିଥିବା ଜଣାପଡିଛି । ଏହାସହ ବରଗଡ଼ ସିଡିଏମ୍ଓ ନିଜେ କୁଆପାଲି ଗାଁକୁ ପହଞ୍ଚି ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । କୁଆପାଲି ଗାଁ ନିକଟସ୍ଥ ଗାଁ ଗୁଡିକରେ ମଧ୍ୟ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରୁଥିବା ଜଣାପଡିଛି ।
You Can Read:
ଘରୋଇ କଳହର କରୁଣ ପରିଣତି, ସ୍ତ୍ରୀ ଓ ଶାଶୁକୁ କତାରେ ହାଣି ଘାଇଲା କଲା ସ୍ବାମୀ