Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମଣିପୁର ହିଂସା: ଏନଏଚରୁ ଅବରୋଧକ ହଟାଇବାକୁ ଅମିତ ଶାହଙ୍କ ଅପିଲ୍‌

4/06/2023 at 6:44 PM

ନୂଆଦିଲ୍ଲୀ, ୦୪/୦୬: ମଣିପୁର ହିଂସା ପରେ ରାଜ୍ୟରେ ଶାନ୍ତି ଫେରିବା ପାଇଁ ଜୋରଦାର ଉଦ୍ୟମ ଚାଲିଛି । ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ସ୍ଥିର ରଖିବା ପାଇଁ ସେନା ପୂରା ଶକ୍ତି ଲଗାଇ ଦେଇଛି । ଧୀରେ ଧୀରେ ସ୍ଥିତି ସୁଧୁରିବାକୁ ଆରମ୍ଭ କରିଛି। ଏହାରି ମଧ୍ୟରେ ମଣିପୁର ହିଂସା ପୀଡିତ ଲୋକଙ୍କୁ ଏନଏଚ-୨ରେ ଥିବା ଅବରୋଧକକୁ ହଟାଇବାକୁ ଅପିଲ୍‌ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।

ଏହାଦ୍ବାରା ଖାଦ୍ୟ ସାମଗ୍ରୀ, ଔଷଧ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ସୁରୁଖୁରୁରେ ଆସିପାରିବ ବୋଲି କହିଛନ୍ତି ଅମିତ ଶାହ । ରବିବାର ଏକ ଟ୍ବିଟ୍‌ କରି ଶାହ, ଇମ୍ଫାଲ-ଦିମାପୁର ଏନଏଚ-୨ରେ ଥିବା ଅବରୋଧକକୁ ହଟାଇବାକୁ ଲୋକଙ୍କୁ ଅପିଲ୍‌ କରିଛନ୍ତି। ଏହାସହ ସେ ସାମାଜିକ ସଂଗଠନ ସଂସ୍ଥାକୁ ଶାନ୍ତିପ୍ରତିଷ୍ଠା ପାଇଁ ଆଗକୁ ଆସିବାକୁ କହିଛନ୍ତି।

ଆହୁରି ପଢ଼ନ୍ତୁ: ମଣିପୁରରେ ଫେରୁଛି ଶାନ୍ତି; ଯବାନଙ୍କ ଦ୍ବାରା ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ

ନିକଟରେ ଅମିତ ଶାହ ଅପିଲ୍‌ କରିଥିଲେ ଯେ, ଯେଉଁମାନଙ୍କ ପାଖରେ ଅବୈଧ ହତିଆର ରହିଛି ସେମାନେ ଏହାକୁ ଫେରାଇଦିଅନ୍ତୁ। ଯାହାପରେ ପୋଲିସ୍‌ ନିକଟରେ ୧୪୦ ହତିଆର ଶୁକ୍ରବାର ଜମା ହୋଇଥିଲା। ଅମିତ ଶାହ ଚେତାବନୀ ଦେଇଥିଲେ ଯେ, ଏକ ମିଳିତ ଅପରେସନ ଆରମ୍ଭ ହେବ ଖୁବ୍‌ଶୀଘ୍ର, ଏବଂ ଯଦି କେହି ଅବୈଧ ହତିଆର ମିଳିଲା ତାଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଆଊ ଏହି ଘୋଷଣାର କିଛି ଦିନ ପରେ ଅମିତ ଶାହଙ୍କ ଏହି ଅପିଲ୍‌ ସାମ୍ନାକୁ ଆସିଛି।

ଉଲ୍ଲେଖଯୋଗ୍ୟ, ମଣିପୁର ହାଇକୋର୍ଟ ଏକ ନିଷ୍ପତ୍ତି ଶୁଣାଣି ଥିଲେ ଯେଉଁଥିରେ ମୈତେଇ ସମୁଦାୟର ଲୋକଙ୍କୁ ଏସଟି ମାନ୍ୟତା ଉପରେ ବିଚାର କରିବାକୁ ସରକାରଙ୍କୁ ପରାମର୍ଶ ଦିଆଯାଇଥିଲା। ଏହା ପରେ ରାଜ୍ୟରେ କୁକି ସମୁଦାୟର ଲୋକେ ବିରୋଧ କରିଥିଲେ। ପରେ ସେମାନେ କରିଥିବା ମେ୩ରେ ଏକ ରାଲି ସମୟରେ ଉତ୍ତେଜନା ଦେଖାଦେଇଥିଲା। ଯାହା ଉଗ୍ର ରୂପ ନେଇଥିଲା। ମଣିପୁର ହିଂସାରେ ୮୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବାବେଳେ ୩୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ୩୫ ହଜାର ନାଗରିକ ପଡ଼ୋଶୀ ରାଜ୍ୟ ମିଜେରାମ, ଆସମର ଶରଣ ନେଇଛନ୍ତି। ଉଭୟ କୂକୀ ଏବଂ ମୈତେଇ ଉଭୟ ସମୁଦାୟ ସମ୍ପ୍ରଦାୟର ଲୋକଙ୍କୁ ଘର ଛାଡ଼ିବାକୁ ପଡ଼ିଛି।

ଆହୁରି ପଢ଼ନ୍ତୁ: ମଣିପୁରରେ ଦେଖିବାକୁ ମିଳିଲା ଅମିତ୍ ଶାହାଙ୍କ ଅପିଲ୍‌ର ପ୍ରଭାବ, ବିପୁଳ ମାତ୍ରାରେ ହତିଆର ଥାନାରେ ଜମା କଲେ ଲୋକେ

   Related Posts