କାମାକ୍ଷାନଗର ୦୭/୦୭: ୪୦ଟିକିଆ ହାତୀପଲ ନଦୀପାର ବେଳେ ଅଘଟଣ । ବ୍ରାହ୍ମଣୀ ନଦୀ ପାରହେଉଥିବାବେଳେ ଭାସିଗଲେ ୩ ହାତୀ । ଦିର୍ଘ ସମୟଧରି ସଂଘଂର୍ଷ ପରେ ଉଦ୍ଧାର ପାଇଲେ ହାତୀ ତିନୋଟି । ମହାବିରୋଡ ରେଞ୍ଜ ପାଳସାହି ନିକଟରେ ୪୦ ଟିକିଆ ହାତୀ ନଦୀ ପାର ହେଉଥିବାବେଳ ସେଥିରୁ ୩ ଟି ହାତୀ ନଦୀ ଟାପୁରେ ରହିଯାଇଥିଲେ ।
ସୂଚନାଥାଉକି, ରବିବାର କାଲି ସନ୍ଧ୍ୟା ସମୟରେ ୪୦ ଟିକିଆ ହାତୀପଲ ମହାବିରୋଡ ରେଞ୍ଜ ବାରବାଙ୍କ ଜଙ୍ଗଲରୁ ବାହାରି ପାଳସାହି ନିକଟରେ ବ୍ରାହ୍ମଣୀ ନଦୀ ପାର ହେଉଥିଲେ। ଏହି ସମୟରେ ନଦୀରେ ପାଣି ମାଡି ଆସିଥିଲା । ସମସ୍ତ ହାତୀ ନଦୀ ପାର ହୋଇଯାଇଥିବା ବେଳେ ସେଥିରୁ ୩ ଟି ହାତୀ ନଦୀ ଟାପୁରେ ଅଟକି ରହିଥିଲେ । କିଛି ସମୟ ବ୍ୟବଧାନରେ ହାତୀ ୩ଟି ନଦୀ ପାର ହେବାପାଇଁ ଉଦ୍ୟମ କରୁଥିବାବେଳେ ନଦୀ ସ୍ରୋତରେ ଭାସିଯାଇଥିଲେ ୩ ହାତୀ ।
ଦୀର୍ଘ ସମୟ ଧରି ହାତୀ ୩ଟି ସଂଘର୍ଷ କରିବା ପରେ ଭୋର ସମୟରେ ହାତୀଙ୍କୁ ସୁରକ୍ଷିତ ଭାବେ ନଦୀରୁ ପାରହୋଇ ଖଡଗପ୍ରସାଦ ଅଞ୍ଚଳକୁ ଚାଲିଯାଇଥିଲେ । ରାତି ତମାମ ବନବିଭାଗ ହତୀ ୩ ଟିକୁ ଜଗି ରହି ନାକେଦମ ହେବାକୁ ପଡିଥିଲା।