ବିଷାକ୍ତ ମଧ୍ୟାହ୍ନ ଭୋଜନ ଖାଇ ୨୨ରୁ ଉର୍ଦ୍ଧ୍ୱ ଶିଶୁ ଗୁରୁତର, ଖାଦ୍ୟରେ ପଡ଼ିଥିଲା ଝଟିପିଟି

Published By : Prameya-News7 Bureau | March 04, 2024 IST

ଭଦ୍ରକ: ବିଷାକ୍ତ ମଧ୍ୟାହ୍ନ ଭୋଜନ ଖାଇ ୨୨ରୁ ଉର୍ଦ୍ଧ୍ବ ଶିଶୁ ଗୁରୁତର। ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ଘଟିଛି ଭଦ୍ରକ ପୌରପାଳିକା ଅନ୍ତର୍ଗତ ବଡଶଙ୍କରପୂର ଠାରେ ଥିବା ଉର୍ଦ୍ଦୁ UGME ସ୍କୁଲରେ । ସୂଚନା ଅନୁଯାୟୀ, ଦ୍ବିପ୍ରହର ସମୟରେ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ଖାଇବାକୁ ଦିଆଯାଇଥିଲା। କିନ୍ତୁ ସେହି ଖାଦ୍ୟରେ ଝିଟିପିଟି ବାହାରିଥିବା ଅଭିଯୋଗ ହୋଇଛି। ଆଉ ସେହି ଖାଦ୍ୟ ଖାଇ ପିଲାମାନେ ଅସୁସ୍ଥ ହୋଇପଡ଼ିଛନ୍ତି।

ତେବେ ବର୍ତ୍ତମାନ ସବୁ ପିଲାଙ୍କୁ ଭଦ୍ରକ ମେଡିକାଲରେ ଚିକିତ୍ସା କରାଯାଉଥିବାବେଳେ, ବ୍ଲକ ଶିକ୍ଷାଧିକାରୀ ମଧ୍ୟ ମେଡିକାଲ ଯାଇ ସ୍ଥିତି ପରଖିଛନ୍ତି । ଏହା ସହ ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବିଇଓ। ସେପଟେ ପିଲାମାନଙ୍କ ଅଭିଭାବକ ମଧ୍ୟ ଘଟଣାରେ ତଦନ୍ତ ସହ, ଯେପରି ଆଗୁକ ଏଭଳି ନଘଟିବ ତାହାର ସମାଧାନ ପାଇଁ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ:ଜୁଆ ଆଡ୍ଡାରେ ବିନିକା ପୋଲିସର ଚଢାଉ, ଗିରଫ ୪ କୋର୍ଟ ଚାଲାଣ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.