ବିନିକା ୦୪।୦୩ : ବିନିକା ପୋଲିସକୁ ସଫଳତା l ଜୁଆଆଡ୍ଡା ଉପରେ ଚଡାଉ କରି ମୋଟର ସାଇକଲ, ବାଇ ସାଇକଲ, ଟଙ୍କା, ଜୁଆ ଖେଳ ସାମଗ୍ରୀ ଜବତ କରିଛି । ଏହାସହ ଚାରିଜଣ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବିନିକା ପୋଲିସ l
{"id":916951,"sizeSlug":"full","linkDestination":"none"}
ଖବର ଅନୁଯାୟୀ, ଦୀର୍ଘଦିନ ହେବ ବିନିକା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଜୁଆ ଖେଳ ଚାଲୁଥିଲା l ଜୁଆ ଖେଳ ହେଉଥିବା ସ୍ଥାନରେ ପୂର୍ବରୁ ପୋଲିସ ଚଡାଉ କରି ବିଫଳ ହେଉଥିଲା l ଶେଷରେ ରବିବାର ସନ୍ଧ୍ୟା ସମୟରେ ବିନିକା ଥାନା ସାରଙ୍ଗପାଲି ଗାଁ ନିକଟରେ ଜୁଆ ଖେଳ ଚାଲିଥିବାର ଖବର ପାଇଥିଲା ପୋଲିସ l ବିନିକା ଥାନା ଅଧିକାରୀ ସାରଙ୍ଗଧର ପାଣିଗ୍ରାହୀଙ୍କ ନେତୃତ୍ୱରେ ପୋଲିସ ଟିମ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲା l ଚଢ଼ାଉ ସମୟରେ ପୋଲିସକୁ ଦେଖି କିଛି ବ୍ୟକ୍ତି ଫେରାର ହୋଇଥିବା ବେଳେ ୪ ଜଣ ବ୍ୟକ୍ତିଙ୍କୁ କାବୁ କରିଥିଲା ପୋଲିସ l
{"id":916952,"sizeSlug":"full","linkDestination":"none"}
ତେବେ ଗିରଫ ହୋଇଥିବା ବ୍ୟକ୍ତି ମାନେ ହେଲେ ଉଲୁଣ୍ଡା ଥାନା ଅଞ୍ଚଳର ସୁଦାମ ଭୋଇ,ରାମପୁର ଥାନା ଅଞ୍ଚଳର ଶତୃଘ୍ନ ମେହେର, ବିନିକା ଥାନା ଅଞ୍ଚଳର ସନାତନ ବେହେରା ଓ କନିଷ୍ଠ ହରିପାଳ l ଜୁଆଆଡ୍ଡାରୁ ଛଅଟି ମୋଟର ସାଇକେଲ, ଗୋଟିଏ ବାଇସାଇକଲ, ଚାରୋଟି ମୋବାଇଲ ଫୋନ, ନଗଦ ଟଙ୍କା ଓ କିଛି ଜୁଆ ସାମଗ୍ରୀ ଜବତ କରାଯାଇଥିଲା l ବିନିକା ଥାନାରେ ମାମଲା ରୁଜୁ କରି ୪ଜଣଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ।
wp:embed {"url":"https://www.prameyanews7.com/mahamad-mokim-reaction-on-highcourt-verdict/","type":"wp-embed","providerNameSlug":"prameya-news-7"}