ଝାରସୁଗୁଡା ୧୮/୦୮: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ରେଳ ଷ୍ଟେସନରୁ ଉଦ୍ଧାର ହେଲା ୨୦ ଟି ଇଂପୋର୍ଟେଡ଼ ପାର୍ସିଆନ ବିଲେଇ । ମୁମ୍ୱାଇରୁ କୋଲକାତା ହେଉଥିଲା ଚାଲାଣ ବେଳେ ଜବତ ହୋଇଛି । ମୁମ୍ବାଇ ଶାଲୀମାର ଟ୍ରେନରେ ବଡ଼ ଛୋଟ ମିଶାଇ ୨୦ ଟି ପାର୍ସିଆନ ବିଲେଇକୁ ଏକ ଦମ୍ପତି ମୁମ୍ବାଇରୁ ଆଣି କୋଲକାତା ସାନ୍ତରାଗାଛିକୁ ନେଉଥିଲେ । ଆରପିଏଫ ତରଫରୁ ସୂଚନା ମିଳିଛି ।
ତେବେ ସାନ୍ତରାଗାଛିର ଏକ ଫାର୍ମରେ ବିକ୍ରି କରିବାର ଉଦେଶ୍ୟରେ ଏହି ବିଦେଶୀ ବିଲେଇ ଟ୍ରେନ ଯୋଗେ ଚାଲାଣ ହେଉଥିବା ଅନୁମାନ କରୁଛି ବ୍ରଜରାଜନଗର ଆରପିଏଫ । ମୁମ୍ବାଇ ସାଲିମାର ଟ୍ରେନ ରବିବାର ରାତି ପ୍ରାୟ ୨.୩୦ରେ ବ୍ରଜରାଜନଗର ଷ୍ଟେସନରେ ପହଁଚିବା ପରେ ଆରପିଏଫ ତରଫରୁ ବିଲେଇ ନେଇ ଯାଉଥିବା ଦମ୍ପତ୍ତିଙ୍କୁ ଅଟକ କରାଯିବ ସହ ବିଲେଇ ମାନଙ୍କୁ ଉଦ୍ଧାର କରାଯାଇଛି ।
ମୁମ୍ବାଇର ଆମୀନ ଶୈୟଦ ନିଜ ସ୍ତ୍ରୀ ଏବଂ ଚାରି ମାସର ଶିଶୁକୁ ନେଇ ଏହି ବିଲେଇ ନେଇ ଟ୍ରେନରେ ଯାଉଥିବା ଜଣାପଡିଛି । ତେବେ କାହିଁକ ଏବଂ କେଉଁ ଉଦେଶ୍ୟରେ ଆମୀନ ଶୈୟଦ ବିଲେଇ ଗୁଡିକୁ ଟ୍ରେନରେ ନେଇ ଯାଉଥିଲେ ସେନେଇ ଆରପିଏଫ ପକ୍ଷରୁ ତଦନ୍ତ ଚାଲିଛି l