ଢେଙ୍କାନାଳରେ ମଦ ମୃତ୍ୟୁ ଅଭିଯୋଗ : ବିଷାକ୍ତ ଦେଶୀ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଓ ୩ ଗୁରୁତର

Published By : Prameya-News7 Bureau | July 12, 2025 IST

ଢେଙ୍କାନାଳ ୧୨।୭: ଢେଙ୍କାନାଳ ବମ୍ପା ଗ୍ରାମରେ ମଦ ମୃତ୍ୟୁର ବିଭୀଷିକା । ହିନ୍ଦୋଳ ଉପଖଣ୍ଡର ବମ୍ପା ଗ୍ରାମରେ ବିଷାକ୍ତ ଦେଶୀ ମଦକୁ ନେଇ ଆତଙ୍କ । ବିଷାକ୍ତ ଦେଶୀ ମଦ ପିଇ ଦୁଇ ଜଣଙ୍କ ମୃତ୍ୟୁ ଓ ତିନି ଗୁରୁତର ଅଭିଯୋଗ । ଚଳିତ ସପ୍ତାହରେ ୭ ଜଣଙ୍କର ମଦଜନିତ ମୃତ୍ୟୁ ଘଟିଛି । ଗୁରୁତର ମାନଙ୍କୁ ଢେଙ୍କାନାଳ ଓ କଟକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ଢେଙ୍କାନାଳରେ ମଦ ମୃତ୍ୟୁ ଅଭିଯୋଗ । ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଅନ୍ତର୍ଗତ  ବମ୍ପା ଗ୍ରାମରେ ଏହି ବିଷାକ୍ତ ଦେଶୀ ମଦ ପିଇ  ଶନିବାର ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ମାନଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକ ଦୁଇ ଜଣ ବମ୍ପା ଗ୍ରାମର ମନ୍ମଥ ସାମଲ ଓ ପ୍ରଫୁଲ ସାମଲ ବୋଲି ଜଣାପଡିଛି । ଗୁରୁତର ମାନେ ସୁଶାନ୍ତ ମାଝୀ, ରାହସ ମାଝୀ ବୋଲି ଜଣାପଡିଛି । ଗତ ଅପରାହ୍ନରେ ସେମାନେ ଦେଶୀ ମଦ ପିଇଥିଲେ । ତେବେ ପିଇବା ପରେ ଛାତି ବିନ୍ଧିବା ସହିତ ଅଣନିଶ୍ୱାସୀ ହୋଇ ପ୍ରବଳ ବାନ୍ତି ହୋଇଥିଲା ବୋଲି ପ୍ରକାଶ କରିଛନ୍ତି ଚିକିତ୍ସିତ ହେଉଥିବା ସୁଶାନ୍ତ ମାଝୀ । ତେବେ ଉକ୍ତ ଗ୍ରାମର ଚଳିତ ସପ୍ତାହରେ ଏହି ଦୁଇ ଜଣଙ୍କୁ ମିଶାଇ ୭ ଜଣଙ୍କର ଏହି ଦେଶୀ ମଦ ପିଇ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ ମାନେ ସୁରେଶ ପାତ୍ର, ଦୟାନିଧି ସେଠୀ, ଗୌରା ମାଝୀ, ଡ୍ରାଇଭର ଭୋଇ ଓ ସୁରେଶ ପାତ୍ର ବୋଲି ଜଣାପଡିଛି । ସମସ୍ତେ ଉକ୍ତ ବମ୍ପା ଗ୍ରାମର ଓ ସମସ୍ତଙ୍କ ବୟସ ୪୫ରୁ ୫୫ମଧ୍ୟରେ ହେବ ବୋଲି ଜଣାପଡିଛି । ଉକ୍ତ ଗ୍ରାମରେ ଦେଶୀ ବିଷାକ୍ତ ଜନିତ ମଦ ଯୋଗୁଁ ଗ୍ରାମରେ ଏକ ପ୍ରକାର ଭୟର ବାତାବରଣ ଖେଳି ଯାଇଛି ।

You Can Read:

ନିର୍ଯାତନା ଅଭିଯୋଗରେ ଆତ୍ମହତ୍ୟା ଉଦ୍ୟମ କଲେ ଛାତ୍ରୀ, ଅଧ୍ୟାପକଙ୍କୁ ହେପାଜତକୁ ନେଲା ପୋଲିସ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.