ଦଶମ ଶ୍ରେଣୀ ଛାତ୍ରକୁ ଛୁରି ଭୁସି ହତ୍ୟା, ସ୍କୁଲ ବାହାରେ ଉତ୍ୟକ୍ତ ଲୋକଙ୍କ ଭଙ୍ଗାରୁଜା

Published By : Prameya-News7 Bureau | August 20, 2025 IST

ଗୁଜରାଟ ୨୦/୦୮: ଗୁଜରାଟ ଅହମ୍ମଦାବାଦରେ ଦଶମ ଶ୍ରେଣୀ ଛାତ୍ରକୁ ଛୁରି ଭୁସି ହତ୍ୟା । ଦଶମ ଶ୍ରେଣୀ ଛାତ୍ରକୁ ଛୁରି ଭୁସି ହତ୍ୟା କଲା ଅଷ୍ଟମ ଶ୍ରେଣୀ ଛାତ୍ର । ଘରୋଇ ସ୍କୁଲରେ ଏଭଳି ଅଭାବନୀୟ ଘଟଣା ପରେ ତୁମୁଳକାଣ୍ଡ । ଯେଉଁଠାରେ ଆଜି ତାଙ୍କର ମୃତ୍ୟୁ ହୋଇଛି। ପରେ ସ୍କୁଲ୍‌ରେ ଉତ୍ୟକ୍ତ ଲୋକଙ୍କ ଭଙ୍ଗାରୁଜା, ବସ୍ ଉପରକୁ ଟେକାମାଡ଼ । ସ୍କୁଲ୍‌ ଭିତରକୁ ଧସେଇ ପଶିଲେ ଅଭିଭାବକ ଓ ସ୍ଥାନୀୟ ଲୋକେ । ସ୍କୁଲ୍‌ କର୍ମଚାରୀଙ୍କୁ ମାଡ଼, ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସର ଲାଠିଚାର୍ଜ । 

ଘଟଣାଟି ଅହମ୍ମଦାବାଦର ଖୋଖରାରେ ଅବସ୍ଥିତ ଏକ ଘରୋଇ ସ୍କୁଲରେ ଘଟିଛି । ଏଠାରେ, ମଙ୍ଗଳବାର ଦିନ ଦଶମ ଶ୍ରେଣୀର ୧୫ ବର୍ଷୀୟ ଛାତ୍ର ନୟନଙ୍କୁ ୯ମ ଶ୍ରେଣୀର ଜଣେ ଛାତ୍ର ଛୁରୀରେ ଆକ୍ରମଣ କରିଥିଲେ । ନୟନଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଛି । 

ମୃତ ଛାତ୍ର ସିନ୍ଧି ସମ୍ପ୍ରଦାୟର ହୋଇଥିବା ବେଳେ ଅଭିଯୁକ୍ତ ଛାତ୍ର ମୁସଲମାନ । ଯାହା ଯୋଗୁଁ ସାମ୍ପ୍ରଦାୟିକ ଉତ୍ତେଜନା ବ୍ୟାପିଛି । ବୁଧବାର ଉତ୍ତ୍ୟକ୍ତ ଜନତା ସ୍କୁଲରେ ଭଙ୍ଗାରୁଜା କରିଥିଲେ। ସ୍କୁଲ ସମ୍ପତ୍ତି ନଷ୍ଟ କରାଯାଇଥିଲା, ବସ୍ ଉପରେ ମଧ୍ୟ ପଥର ମାଡ଼ କରାଯାଇଥିଲା। 

ସକାଳଠାରୁ ସିନ୍ଧି ସମ୍ପ୍ରଦାୟର ଲୋକମାନେ ବହୁ ସଂଖ୍ୟାରେ ସ୍କୁଲରେ ପହଞ୍ଚିଥିଲେ । ଛାତ୍ରଙ୍କ ମୃତ୍ୟୁରେ କ୍ରୋଧିତ ଅଭିଭାବକ, ହିନ୍ଦୁ ସଂଗଠନ ଏବଂ ABVP କର୍ମୀମାନେ ସ୍କୁଲରେ ଭଙ୍ଗାରୁଜା କରିଛନ୍ତି । ଏହା ସହିତ, ସ୍କୁଲ କର୍ମଚାରୀମାନଙ୍କୁ ମଧ୍ୟ ମାଡ଼ ମାରିଛନ୍ତି । 

ସୁରକ୍ଷା ଦୃଷ୍ଟିରୁ ସ୍କୁଲରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ନୟନଙ୍କୁ ଆକ୍ରମଣ କରିଥିବା ନବମ ଶ୍ରେଣୀ ଛାତ୍ରକୁ ପୋଲିସ ଅଟକ ରଖିଛି। ପୋଲିସ ଜୁଭେନାଇଲ୍ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେଉଛି । ଅଭିଯୁକ୍ତ ଛାତ୍ର ବ୍ୟତୀତ ଅଭିଭାବକମାନେ ସ୍କୁଲର ପ୍ରଧାନଶିକ୍ଷକ ଏବଂ ପରିଚାଳନା ବିରୋଧରେ ଅଭିଯୋଗ ଦାୟର କରିବାକୁ ଦାବି କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.