ସୋଆ ଏସ୍‌ଏଚ୍‌ଏମ୍‌ର ୧୩ ତମ ବାର୍ଷିକ ଉତ୍ସବ ପାଳିତ

Published By : Prameya-News7 Bureau | July 23, 2025 IST

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ (ଏସ୍‌ଏଚ୍‌ଏମ୍‌)ର ୧୩ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବୁଧବାର ଏସଏଚ୍‌ଏମ୍ ପରିସରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଓଲିଉଡ୍ ଅଭିନେତା ପୁପିନ୍ଦର ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଟ୍ରାଇଡେଣ୍ଟ ହୋଟେଲର ଜେନେରାଲ ମ୍ୟାନେଜର ରୋହିତ ତିୱାରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । 

ଓଡ଼ିଶାର ଖାଦ୍ୟ ଆସନ୍ତା ୪ ରୁ ୫ ବର୍ଷ ମଧ୍ୟରେ ସାରା ବିଶ୍ୱରେ ଅଧିକ ପ୍ରସିଦ୍ଧି ଲାଭ କରିବ ବୋଲି ପୁପିନ୍ଦର କହିବା ସହ ଏସ୍‌ଏଚ୍‌ଏମ୍‌ର ଛାତ୍ରଛାତ୍ରୀଙ୍କ କାର୍ଯ୍ୟ ଓ ଦକ୍ଷତାକୁ ପ୍ରଶଂସା କରିଥିଲେ । ସେହିପରି ଶ୍ରୀ ତିୱାରୀ ଏସ୍‌ଏଚ୍‌ଏମ୍‌ର ଛାତ୍ରଛାତ୍ରୀ ଖୁବ ଭଲ କାର୍ଯ୍ୟ କରୁଛନ୍ତି ବୋଲି କହିଥିଲେ । 

ଏହି ଅବସରରେ ଏସ୍‌ଏଚ୍‌ଏମ୍‌ର ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପ୍ରଫେସର ସ୍ମିତା ସୁଚରିତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଉତ୍ସବରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବା ବେଳେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.