ଭୁବନେଶ୍ବର ୧୧।୫: ବାର୍ ସିକ୍ୟୁରିଟିଗାର୍ଡଙ୍କୁ ଗୁଳିମାଡ ଘଟଣାରେ ୧୧ ଜଣଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ । ବାର୍ ବନ୍ଦ ପରେ ମଧ୍ୟ ଖୋଲିବାକୁ କରିଥିଲେ ବାଧ୍ୟ । ବାର୍ ନ ଖୋଲିବାରୁ କଲେ ଗୁଳିମାଡ଼ । ମାଷ୍ଟର ମାଇଣ୍ଡ ଶିବା ପାତ୍ରଙ୍କ ସହ ଏକାଧିକ ଏବେବି ଫେରାର ।
ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଥିବା ଏକ ବାର୍ରେ ସିକ୍ୟୁରିଟି ଗାର୍ଡଙ୍କୁ ଗୁଳିକାଣ୍ଡ ଘଟଣାର ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ । ଘଟଣାରେ ୧୧ ଜଣଙ୍କୁ ଗିରଫ କରିଛି ପୋଲିସ । ହେଲେ ଖସି ଯାଇଛି ଗୁଳିକାଣ୍ଡର ମାଷ୍ଟର ମାଇଣ୍ଡ ଶିବା ପାତ୍ର । ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ କମିଶନର ଏସ୍. ଦେବଦତ୍ତ ସିଂ କହିଛନ୍ତି, ଶୁକ୍ରବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଡମଣାରେ ଥିବା ଏହି ବାର୍ ଭିତରେ ପଶିଥିଲେ ଶିବା ଓ ତାର ଗ୍ୟାଙ୍ଗ । ରାତି ୨ଟାରେ ବାର୍ ବନ୍ଦ କରିବାକୁ ସିକ୍ୟୁରିଟି ଗାର୍ଡ କହିବାରୁ ବଚସା ହୋଇଥିଲା । ଯାହାକୁ ନେଇ ବାର୍ ତଳେ ସିକ୍ୟୁରିଟି ଗାର୍ଡଙ୍କୁ ୫ ରାଉଣ୍ଡ ଗୁଳି ଚଳାଇଥିଲେ । ଫଳରେ ସିକ୍ୟୁରିଟି ଗାର୍ଡଙ୍କ ଗୋଡ଼ରେ ଗୁଳି ବାଜିଥିଲା । ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
ସେପଟେ ଶନିବାର ବାର୍ ଉପରେ ଅବକାରୀ ବିଭାଗ ଚଢ଼ାଉ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ବାର୍ ଖୋଲିବା ଅଭିଯୋଗରେ ସିଲ୍ କରିଥିଲା ।
You Can Read:
ପରିତ୍ୟକ୍ତ ଖାଦାନରେ ପଡି ଯୁବକଙ୍କ ମୃତ୍ୟୁ, ମାସେ ନପୁରୁଣୁ ଗଲା ଆଉ ଏକ ଜୀବନ