ରାସ୍ତା କଡ଼କୁ ଓଲଟିଲା ୧୦୮ ଆମ୍ବୁଲାନ୍ସ, ରୋଗୀଙ୍କ ସମେତ ୫ ଆହତ ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | June 18, 2025 IST

ଆନନ୍ଦପୁର ୧୮।୬: ରୋଗୀ ନେଇ ଯାଉଥିଲା । କିନ୍ତୁ ଡାକ୍ତରଖାନାରେ ପହଞ୍ଚି ପାରିଲାନି । ଅଧା ରାସ୍ତାରେ ଓଲଟି ପଡିଲା ଆମ୍ବୁଲାନ୍ସ । ରାସ୍ତା କଡରେ ଥିବା ଗଛକୁ ଧକ୍କା ଦେଇ ରାସ୍ତା କଡକୁ ଓଲଟି ପଡିଲା ୧୦୮ ଆମ୍ବୁଲାନ୍ସ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଟୁକୁଣା ଗାଁ ନିକଟରେ ଏଭଳି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଦୁର୍ଘଟଣା ଫଳରେ ୫ ଜଣ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । 

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ନସିରପୁର ଗାଁରୁ ଜଣେ ରୋଗୀ ଓ ତାଙ୍କର ଦୁଇ ସମ୍ପର୍କୀୟଙ୍କୁ ନେଇ ଡାକ୍ତରଖାନା ଯାଉଥିଲା ୧୦୮ ଆମ୍ବୁଲାନ୍ସ । ବୁଧବାର ଭୋର ୫ଟା ସମୟରେ ଆମ୍ବୁଲାନ୍ସଟି ନନ୍ଦିପଦା ଥାନା ଟୁକୁଣା ନିକଟରେ ରାସ୍ତା କଡ଼ରେ ଥିବା ଏକ ଗଛକୁ ଧକ୍କା ଦେଇଥିଲା । ଫଳରେ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିଲା । ଆମ୍ବୁଲାନ୍ସଟି ଓଲଟିବା ଫଳରେ ସେଥିରେ ଥିବା ରୋଗୀ ଓ ତାଙ୍କର ଦୁଇ ସମ୍ପର୍କୀୟ, ଆମ୍ବୁଲାନ୍ସ କର୍ମଚାରୀ ଯଥା ଡ୍ରାଇଭର, ଫାର୍ମାସିଷ୍ଟ ଆହତ ହୋଇଥିଲେ । ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ୧୧୨ ଆମ୍ବୁଲାନ୍ସ ଯୋଗେ ଆହତ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଆମ୍ବୁଲାନ୍ସର ଡ୍ରାଇଭର ଓ ଫାର୍ମାସିଷ୍ଟଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।

ତେବେ କେଉଁ ପରିସ୍ଥିତିରେ ଆମ୍ବୁଲାନ୍ସଟି ଦୁର୍ଘଟଣାଗ୍ରସ୍ତ ହେଲା ଏବଂ ଏଥିପାଇଁ କିଏ ଦାୟୀ ତାର ତଦନ୍ତ ହେବା ଜରୁରୀ ବୋଲି କୁହାଯାଉଛି ।

You Can Read:

ଆଗେଇଲା ମୌସୁମୀ, ଆଜି ଓ କାଲି ରାଜ୍ୟରେ ବଡ଼ ବର୍ଷା ନେଇ ଆଲର୍ଟ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.