ନୂଆଦିଲ୍ଲୀ : ସାରା ବିଶ୍ୱରେ କୋଟି କୋଟି ଲୋକ ପରସ୍ପର ସହ କଥାବାର୍ତ୍ତା ହେବାକୁ ହ୍ୱାଟ୍ସଆପ୍ର ବ୍ୟବହାର କରିଥାନ୍ତି। ଏହା ମାଧ୍ୟମରେ ଭଏସ୍ କଲ୍ ଓ ଭିଡ଼ିଓ କଲ୍ ମଧ୍ୟ କରାଯାଉଛି। ଏହି ମଧ୍ୟରେ ଭାରତରେ ଏହି ସମୟରେ ଖୁବ୍ ଜୋରରେ ଏକ ମେସେଜ୍ ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଉଛି ଯେ, ସରକାର ହ୍ୱାଟ୍ସଆପ୍ କଲ୍ ଓ ଭିଡ଼ିଓ କଲ୍କୁ ନେଇ ନୂଆ ନିୟମ କରିଛନ୍ତି। ଏହି ଅନୁସାରେ , କଲ୍କୁ ରେକର୍ଡ ସହ ସେଭ୍ ମଧ୍ୟ କରାଯିବ। ହ୍ୱାଟ୍ସଆପ୍ , ଫେସବୁକ୍ , ଟ୍ୱିଟର , ଇନଷ୍ଟାଗ୍ରାମ୍ ସମେତ ସବୁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମକୁ ସରକାରଙ୍କ ଦ୍ୱାରା ମନିଟର କରାଯିବ। ସରକାର ଏହି ଦାବିକୁ ମିଥ୍ୟା ବୋଲି କହିଛନ୍ତି।
ସରକାରଙ୍କ ଫ୍ୟାକ୍ଟ ଚେକ୍ ୟୁନିଟ୍ ପିଆଇବି ଫ୍ୟାକ୍ଟ ଚେକ୍କୁ ଏକ୍ସରେ ପୋଷ୍ଟ କରିଛନ୍ତି, ଆପଣ କଣ ଏହିପରି ମେସେଜ ପଢିଛନ୍ତି , ଯେଉଁଥିରେ ଦାବି କରାଯାଇଛି ଯେ, ହ୍ୱାଟ୍ସଆପ୍କୁ ନେଇ ସରକାର ନୂଆ ଗାଇଡଲାଇନ୍ସ ତିଆରି କରିଛନ୍ତି ? ପିଆଇବି ଫ୍ୟାକ୍ଟ ଚେକ୍ରେ ଏହି ସୂଚନା ଫେକ୍ ବୋଲି ଜଣାପଡ଼ିଛି। ସରକାର ଏମିତି କୌଣସି ବି ନିୟମ ବା ଗାଇଡଲାଇନ୍ସ ତିଆରି କରି ନାହାନ୍ତି।
ଏହାସହ ହିଁ , ସେ ସେମେଜ ମଧ୍ୟ ପୋଷ୍ଟ କରାଯାଇଛି, ଯେଉଁଥିରେ ହ୍ୱାଟ୍ସଆପ୍କୁ ନେଇ ବିଭିନ୍ନ ପ୍ରକାରର ଫେକ୍ ଦାବି ହୋଇଛି। ୧୧ଟି ପଏଣ୍ଟ ଯୁକ୍ତ ଏହି ମେସେଜରେ ଲେଖାଯାଇଛି ଯେ, କାହାକୁ ମଧ୍ୟ ଭୁଲ୍ ମେସେଜ କରନ୍ତୁ ନାହିଁ। ଆପଣଙ୍କର ଡିଭାଇସ ମନ୍ତ୍ରଣାଳୟର ସିଷ୍ଟମ ସହ କନେକ୍ଟ ରହିବ। ସରକାର ବା ପ୍ରଧାନମନ୍ତ୍ରୀଙ୍କ ବିରୁଦ୍ଧରେ କୌଣସି ବି ଭୁଲ ମେସେଜ ବା ଭିଡ଼ିଓ ପଠାନ୍ତୁ ନାହିଁ। ଯଦି ଖରାପ ପଲିଟିକାଲ ଓ ଧାର୍ମିକ ମେସେଜ ପଠାନ୍ତି , ତ ବିନା ୱାରେଣ୍ଟରେ ଗିରଫ ହୋଇ ପାରନ୍ତି। ଏହା ବ୍ୟତୀତ , ସବୁ କଲର ରେକର୍ଡ କରାଯିବା ଓ ସେଭ୍ ହେବା ଭଳି ଦାବି ମଧ୍ୟ କରାଯାଇଛି। ହେଲେ , ଏବେ ସରକାରଙ୍କର ଫ୍ୟାକ୍ଟ ଚେକ୍ ୟୁନିଟ୍ ପକ୍ଷରୁ ସ୍ପଷ୍ଟ କରିଦିଆ ଯାଇଛି ଯେ,ଭାଇରାଲ ହେଉଥିବା ଏହି ମେସେଜ୍ ସଂପୂର୍ଣ୍ଣ ରୂପେ ଫେକ୍ ।