ସିଙ୍ଗଡା-ଜିଲାପୀ ଦେହ ପାଇଁ ବିଷ ! ୨୦୫୦ ସୁଦ୍ଧା ୪୫ କୋଟି ଲୋକ ମୋଟାପଣର ହୋଇପାରନ୍ତି ଶିକାର

Published By : Prameya-News7 Bureau | July 14, 2025 IST

ନୂଆଦିଲ୍ଲୀ: ଅଧିକ ଜିଲାପୀ ଓ ସିଙ୍ଗଡ଼ା ଖାଇବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ସିଗାରେଟ୍ ପିଇବା ପରି କ୍ଷତି ପହଞ୍ଚାଇପାରେ । ଖୁବଶୀଘ୍ର ସାର୍ବଜନୀନ ସ୍ଥାନରେ ଓ ଜିଲାପୀ ଓ ସିଙ୍ଗଡ଼ା ଦୋକାନ ବାହାରେ ଚେତାବନୀ ବୋର୍ଡ ଝୁଲୁଥିବା ଦେଖିବାକୁ ମିଳିବ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମାର୍ଗଦର୍ଶିକା ଜାରି କରି ଜିଲାପୀ ଓ ସିଙ୍ଗଡ଼ାକୁ ୱାର୍ଣ୍ଣିଂ ଲିଷ୍ଟରେ ସାମିଲ କରିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିବା ଅନୁସାରେ ଦେଶରେ ମୋଟାପଣର ବିପଦ ରହିଛି । ୨୦୫୦ ସୁଦ୍ଧା ୪୫ କୋଟି ଲୋକ ମୋଟାପଣର ଶିକାର ହୋଇପାରନ୍ତି । ଏହାପରେ ଭାରତ ଏହି ମାମଲାରେ କେବଳ ଆମେରିକାଠାରୁ ପଛରେ ରହିଛି । ସିଙ୍ଗଡ଼ା ଓ ଜିଲାପୀ ସ୍ୱାସ୍ଥ୍ୟକୁ ଅଧିକ କ୍ଷତି ପହଞ୍ଚାଉଛି ।

ଭାରତ ସରକାର ସମସ୍ତ କେନ୍ଦ୍ରୀୟ ଅନୁଷ୍ଠାନକୁ ‘ତେଲ ଓ ଚିନି ବୋର୍ଡ’ ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ରଙ୍ଗୀନ ପୋଷ୍ଟର ଆକାରର ବୋର୍ଡଗୁଡ଼ିକ ନୀତିଦିନିଆ ଖାଦ୍ୟରେ ଥିବା ଚର୍ବି ଓ ଚିନିର ପରିମାଣ ବିଷୟରେ ସୂଚନା ଦେବ । ପରସା ଯାଉଥିବା ଖାଦ୍ୟ ଆମ ସ୍ୱାସ୍ଥ୍ୟ ଉପରେ କେତେ ଖରାପ ପ୍ରକାଶ ପକାଇପାରେ, ତାହା ଦର୍ଶାଇବ । ଏହା ଜଙ୍କ୍ ଫୁଡ୍‌କୁ ସିଗାରେଟ୍‌ ଭଳି ଗୁରୁତର ଭାବେ ବିବେଚନା କରିବାର ପ୍ରଥମ ପଦକ୍ଷେପ । ସରକାରୀ ଅନୁଷ୍ଠାନରେ ଏହି ବୋର୍ଡଗୁଡ଼ିକ ନାଗରିକମାନଙ୍କୁ ପାରମ୍ପରିକ ଖାଦ୍ୟ ଯେମିତି ଲଡୁ, ୱଡ଼ା ପାଓ, ପୋକୁଡ଼ି ଆଦିରେ ଥିବା ତେଲ ଓ ଚିନିର ପରିମାଣ ବିଷୟରେ ସତର୍କ କରିବ ।

କାର୍ଡିଓଲୋଜିକଲ୍ ସୋସାଇଟ୍ ଅଫ୍ ଇଣ୍ଡିଆ ଲାଗପୁର ଚାପ୍ଟରର ଅଧ୍ୟକ୍ଷ ଅମର ଓମାଲେ କହିଛନ୍ତି, 'ଏହା ଖାଦ୍ୟର ଲେବଲିଂକୁ ସିଗାରେଟର ଚେତାବନୀ ପରି ଗମ୍ଭୀର ଦର୍ଶାଯିବାର ପ୍ରଥମ ପଦକ୍ଷେପ । ଚିନି ଓ ଟ୍ରାନ୍ସ ଫ୍ୟାଟ୍ ଆଜିର ସମୟରେ ନୂଆ ତମାଖୁ ପାଲଟିଛି । ଲୋକମାନେ କଣ ଖାଉଛନ୍ତି, ତାହା ଜାଣିବାର ଅଧିକାର ସେମାନଙ୍କ ପାଖରେ ଅଛି ।' କୁହାଯାଉଛି ଯେ ସରକାର ଫାଷ୍ଟ ଫୁଡ୍ ଉପରେ କଟକଣା ଲଗାଇବା ପରିବର୍ତ୍ତେ ୱାର୍ଣ୍ଣିଂ ବୋର୍ଡ ଜରିଆରେ ଲୋକଙ୍କୁ ନିଜ ସ୍ୱାସ୍ଥ୍ୟର ଯନ୍ତ୍ର ନେବା ପାଇଁ ଶିକ୍ଷା ଦେବ ।

ଉଲ୍ଲେଖଯୋଗ୍ୟ ଯେ ବର୍ତ୍ତମାନ ଆମ ସହରାଞ୍ଚଳରେ ପ୍ରତି ପାଞ୍ଚ ଜଣରେ ଜଣେ ବ୍ୟକ୍ତି ମୋଟାପଣ ସମସ୍ୟାର ସାମନା କରୁଛନ୍ତି । ପିଲାଙ୍କ ମଧ୍ୟରେ ମୋଟାପଣ ଖାଦ୍ୟ-ପେୟ ଓ କମ ଶାରୀରିକ ଗତିବିଧି ଯୋଗୁଁ ବଢୁଛି । ଏହି ସଂଖ୍ୟା ଚିନ୍ତାଜନକ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏହି ପଦକ୍ଷେପ କେବଳ ମୋଟାପଣ ଯାଏ ସୀମିତ ନୁହେଁ । ଏହା ଏକ ବଡ଼ ରଣନୀତିକ ଅଂଶ ଅଟେ, ଯାହା ଉଦ୍ଦେଶ୍ୟ ମଧୁମେହ, ଉଚ୍ଚ ରକ୍ତଚାପ, ହୃଦଘାତ ପରି ରୋଗରୁ ସମୟ ପୂର୍ବରୁ ଲୋକଙ୍କୁ ରକ୍ଷା କରିବା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.