ମାସେରୁ ଅଧିକ ଦିନ ସେ କେବଳ ବିୟର ପିଇ ରହି ଥିଲେ, ଘରୁ ମିଳିଲା ମୃତଦେହ

Published By : Prameya-News7 Bureau | July 25, 2025 IST

ନୂଆଦିଲ୍ଲୀ : କେହି ବ୍ୟକ୍ତି କେବଳ ବିୟର ପିଇ କେତେ ଦିନ ଯାଏ ବଞ୍ଚି ପାରିବ ? ଏହି ପ୍ରଶ୍ନର ବୋଧହୁଏ କୌଣସି ଉତ୍ତର ନାହିଁ। ଥାଇଲ୍ୟାଣ୍ଡର ଜଣେ ବ୍ୟକ୍ତି ଏମିତି ହିଁ କରିବାକୁ ଚେଷ୍ଟା କରିଥିଲେ ଏବଂ ଶେଷରେ ତାଙ୍କର ମୃତ୍ୟୁ ହୋଇଛି। Odditycentral.comର ରିପୋର୍ଟ ମୁତାବିକ, ଥାଇଲ୍ୟାଣ୍ଡର ରାୟୋଙ୍ଗରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ବିୟର ପିଇବା କାରଣରୁ ହୋଇଛି। ତାଙ୍କ ଘରୁ ୧୦୦ରୁ ଅଧିକ ବିୟରର ବୋତଲ ମିଳିଛି। ସବୁ ବୋତଲକୁ ଘରର ଚଟଣାରେ ସଜାଇ ରଖା ଯାଇ ଥିଲା। କୁହାଯାଏ କି, ସେହି ବ୍ୟକ୍ତି ମାସେରୁ ଅଧିକ ଦିନ ହେବ ଭୋଜନ କରିବା ଛାଡ଼ି ଦେଇ ଥିଲେ ଏବଂ କେବଳ ବିୟର ହିଁ ପିଇ ରହୁ ଥିଲେ।

ଗତ ସପ୍ତାହରେ , ସିୟାମ ରାୟୋଙ୍ଗ ଫାଉଣ୍ଡେସନର କର୍ମୀଙ୍କୁ ରାୟୋଙ୍ଗର ବାନ ଚାଙ୍ଗ୍‌ ଜିଲ୍ଲାରେ ଏକ ଘରକୁ ଜଣେ ବ୍ୟକ୍ତିଙ୍କ ସାହାଯ୍ୟ ପାଇଁ ଡକାଯାଇ ଥିଲା। ତାଙ୍କୁ ହୃଦଘାତ୍‌ ହୋଇଥିଲା ଏବଂ ସେ ବେହୋସ ହୋଇ ଯାଇଥିଲେ। ଦୁର୍ଭାଗ୍ୟବଶତଃ, ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ରୋଗୀର ମୃତ୍ୟୁ ହୋଇ ସାରିଥିଲା।

୪୪ ବର୍ଷିୟ ଏହି ବ୍ୟକ୍ତିଙ୍କ ନାଁ ଥାୱିସାକ୍‌ ନାମୱୋଙ୍ଗସା। ତାଙ୍କର ବିବାହ ବିଚ୍ଛେଦ ଘଟିଥିଲା। ସେ ୧୬ ବର୍ଷିୟ ଜଣେ ପିଲାର ପିତା ଥିଲେ। ତାଙ୍କ ପୁଅଙ୍କ ଅନୁସାରେ, ନାମୱୋଙ୍ଗସା ମାସେରୁ ଅଧିକ ଦିନରୁ କେବଳ ବିୟର ପିଉ ଥିଲେ। ସେ କିଛି ବି ଖାଉ ନଥିଲେ। ଦିନେ ସେ ସ୍କୁଲରୁ ଫେରି ଦେଖିଲେ , ତାଙ୍କ ଶେଯରେ ତାଙ୍କ ଚାରିକଡ଼େ ଖାଲି ବିୟର ବୋତଲ ଥିଲା। ଯେତେବେଳେ ଉଦ୍ଧାରକାରୀମାନେ ଘଟଣା ସ୍ଥଳରେ ପହଞ୍ଚିଲେ, ତ ସେମାନେ ବେଡରୁମ୍‌ର ଚଟାଣରେ ୧୦୦ରୁ ଅଧିକ ଖାଲି ଥିବା ବିୟର ବୋତଲ ସଜା ହୋଇ ରଖାଯାଇ ଥିବାର ଦେଖିଲେ। ତା ମଧ୍ୟରେ କିଛି ସ୍ଥାନ ଥିଲା। ବ୍ୟକ୍ତି ଜଣଙ୍କ ସେହି ବାଟ ଦେଇ ଯା' ଆସ କରୁ ଥିଲେ। 

ସେହି ବ୍ୟକ୍ତିଙ୍କର ପୁଅ ପୁଲିସକୁ କହିଥିଲେ ଯେ , ସେ ସ୍କୁଲରୁ ଆସିବା ପରେ ପ୍ରତିଦିନ ବାପାଙ୍କ ପାଇଁ ଉଷୁମ ଖାଦ୍ୟ ପ୍ରସ୍ତୁତ କରୁଥିଲେ, କିନ୍ତୁ ସେ କିଛି ବି ଖାଉ ନଥିଲେ। ମାସେରୁ ଅଧିକ ସମୟ ସେ କେବଳ ବିୟର ପିଇ ରହୁଥିଲେ। ହେଲେ ବାପାଙ୍କର ଆଉ କୌଣସି ରୋଗ ଥିବାର ପୁଅକୁ ଜଣା ନଥିଲା।

ବ୍ୟକ୍ତିଙ୍କର ପୁଅ କହିଛନ୍ତି ,ତାଙ୍କ ବାପା ବିବାହ ବିଚ୍ଛେଦ ଚିନ୍ତାରୁ ବର୍ତ୍ତିବା ପାଇଁ ମଦକୁ ଆପଣାଇ ଥିଲେ। ଏହା ମଧ୍ୟ ସନ୍ଦେହ କରାଯାଉଛି ଯେ, ଏହି ଭାବନାତ୍ମକ ଅବସାଦ କାରଣରୁ ସେ ଖାଦ୍ୟ ସ୍ଥାନରେ ବିୟର ପିଇବା ଆରମ୍ଭ କରିଦେଇ ଥିବେ।

କ୍ୟାଲୋରୀରେ ଭରପୂର ଥିବା ସତ୍ତ୍ୱେ , ବିୟରରେ ଜରୁରୀ ପୋଷକ ତତ୍ତ୍ୱର ଅଭାବ ଥାଏ ଏବଂ ଏହାକୁ ଖାଦ୍ୟର ବିକଳ୍ପ ଭାବେ ବ୍ୟବହାର କରିବା ଖୁବ୍‌ ବିପଦପୂର୍ଣ୍ଣ ହୋଇପାରେ। ପୋଷକ ତତ୍ତ୍ୱର ଅଭାବ ସହ ଏଥିରେ ଲିଭରର କ୍ଷତି କରୁଥିବା ତତ୍ତ୍ୱ ଥାଏ । କାରଣ ଏଥିରେ ଆଲକହଲର ମାତ୍ରା ଅଧିକ ଥାଏ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.