ନୂଆଦିଲ୍ଲୀ: ବୈଶ୍ୱିକ ରାଜନୀତିରେ ଗୋଟିଏ ପ୍ରବାଦ ରହିଛି ଯେ ଏଠି କେହି ପୂରା ଶତ୍ରୁ ନୁହନ୍ତି କି ବନ୍ଧୁ ନୁହନ୍ତି । ବରଂ ସମୟ ହିସାବରେ ବନ୍ଧୁ ଏବଂ ଶତ୍ରୁ ବଦଳିଥାନ୍ତି । ତେବେ ଅନେକ ଦେଶ ଏପରି ଥାଆନ୍ତି, ଯାହାଙ୍କ ଉପରେ ଯେକୌଣସି ସମୟରେ ବି ବିଶ୍ୱାସ କରିପାରିବ । ଭାରତର ବିଦେଶ ମନ୍ତ୍ରୀ ଏସ୍.ଜୟଶଙ୍କର ୟୁରୋପରେ ଭାରତର ସବୁଠୁ ବିଶ୍ୱାସଯୋଗ୍ୟ ବନ୍ଧୁ ଫ୍ରାନ୍ସ ବୋଲି କହିଛନ୍ତି । ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ ଫ୍ରାନ୍ସ ଅନେକ ଦୃଷ୍ଟିରୁ ଭାରତର ବିଶ୍ୱାସଯୋଗ୍ୟ ସହଭାଗୀ ।
ରାୟସୀନା ମେଡିଟେରିନିୟନ ୨୦୨୫ କାର୍ଯ୍ୟକ୍ରମରେ ନିଜ ମତ ରଖି ସେ ୟୁରୋପର ବର୍ତ୍ତମାନ ବୈଶ୍ୱିକ ନୀତି ଉପରେ ନିଜ ମତ ରଖିଛନ୍ତି । ସେ କହିଛନ୍ତି ଯେ ୟୁରୋପ ଏବେ ପୂର୍ବ ଅପେକ୍ଷା ଅଧିକ ରଣନୈତିକ ଓ ନିଷ୍ପତ୍ତି ନେବା କ୍ଷମତାକୁ ନେଇ ଅଧିକ ସତର୍କ ହୋଇଛି । ସେ ବୈଶ୍ୱିକ ପ୍ରସଙ୍ଗରେ ସାମୂହିକ ଦୃଷ୍ଟିକୋଣ ପରିବର୍ତ୍ତେ ୟୁରୋପୀୟ ଦୃଷ୍ଟିକୋଣରୁ ପ୍ରାଧାନ୍ୟ ଦେଉଛି ।
ବିଦେଶ ମନ୍ତ୍ରୀ କହିଛନ୍ତି, 'ଫ୍ରାନ୍ସ ଅନେକ ଦୃଷ୍ଟିରୁ ୟୁରୋପରେ ଆମର ସବୁଠୁ ବିଶ୍ୱାସଯୋଗ୍ୟ ସହଯୋଗୀ, ମୁଁ କଥାରେ ଏକମତ ଅଛି । ଦୁଇ ଦେଶ ମଧ୍ୟରେ ପାରସ୍ପାରିକ ବିଶ୍ୱାସର ଅର୍ଥ ହେଉଛି, ଆମେ ପରସ୍ପର ସହ ସବୁ କ୍ଷେତ୍ରରେ ସହଜ ଅନୁଭବ କରୁ । ଅନେକ ଥର ସମାନ ମୂଲ୍ୟ ଜରିଆରେ ଓ ବେଳେବେଳେ ଅସୁବିଧା ବେଳେ ଆମ ସମର୍ଥନ କରି ବିଶ୍ୱାସ ହାସଲ କରିଛୁ । ଆମ ପ୍ରତିରକ୍ଷା ଆବଶ୍ୟକତା ପାଇଁ ନିଜର ପୂରା ସମର୍ଥନ ଦେଇଛି ।' ଜୟଶଙ୍କର କହିଛନ୍ତି ଯେ ଫ୍ରାନ୍ସ ସହ ଆମର ବିଶ୍ୱାସର ଏହି ସମ୍ପର୍କ ଗୋଟିଏ ଦିନରେ ହୋଇନି । ଏହି ସହଭାଗୀତା ଅନୁଭବ ଆଧାରରେ ହୋଇଛି । ନିକଟରେ ଆମ ଆମର କିଛି ସୁରକ୍ଷା ଚିନ୍ତା ଦେଇ ଗତି କରିଥିଲୁ, ଏହି ସମୟରେ ଆମେ ଦେଖିଥିଲୁ ଯେଉଁ ମାନେ ସହ ଅଛନ୍ତି...ଆମେ କାହା ଉପରେ ବିଶ୍ୱାସ କରିପାରିବୁ ।