ଆମେରିକାର ଆକ୍ରମଣ ପୂର୍ବରୁ ୪୦୦ କିଲୋ ୟୁରେନିୟମ ବାହାର କରିସାରିଥିଲା ଇରାନ ? ୧୦ ପରମାଣୁ ବୋମାର ଶକ୍ତି

Published By : Prameya-News7 Bureau | June 24, 2025 IST

ନୂଆଦିଲ୍ଲୀ: ଇରାନ ଓ ଇସ୍ରାଏଲ୍ ମଧ୍ୟରେ ଜୁନ୍ ୧୨ରୁ ଆରମ୍ଭ ହୋଇଥିବା ଭୀଷଣ ସଂଘର୍ଷରେ ଶତାଧିକ ଲୋକଙ୍କ ମୃତ୍ୟୁ ପରେ ଶେଷରେ ଅସ୍ତ୍ରବିରତି ହୋଇଛି । ତେବେ ଏହି ଘୋଷଣାର କିଛି ସମୟ ପରେ ହିଁ ଦୁଇ ଦେଶ ପୁଣି ଥରେ ପରସ୍ପର ଉପରକୁ ଆଟାକ୍ କରିଥିଲେ । ଏଥିପାଇଁ ଟ୍ରମ୍ପ ଓ ଇରାନ ଉଭୟ ଉପରେ ଟ୍ରମ୍ପ କ୍ଷୁଗ୍ଧ ହୋଇଛନ୍ତି । ଏହାରି ଭିତରେ ଇରାନ ଏକ ବଡ଼ ଖୁଲାସା କରିଛି । ରପୋର୍ଟ ଅନୁସାରେ ଇସ୍ରାଏଲ ଓ ଆମେରିକା ପରମାଣୁ ଠିକଣା ଉପରେ ଆକ୍ରମଣ କରିବା ପୂର୍ବରୁ ତିନି ସାଇଟରୁ ୪୦୦ କିଲୋ ୟୁରେନିୟମ ଗୁପ୍ତ ଭାବେ ବାହାର କରିନେଇଥିଲା ।

ଆକ୍ରମଣ ପୂର୍ବରୁ ତେହରାନ ତିନି ବଡ଼ ପରମାଣୁ ଠିକଣା-ଫୋର୍ଡୋ, ନତାଞ୍ଜ ଓ ଇସ୍ଫହାନରୁ ପ୍ରାୟ ୪୦୦ କିଲୋଗ୍ରାମ ୟୁରେନିୟମକୁ ଭଣ୍ଡାରରୁ ହଟାଇ ସାରିଥିଲା । ଏହି ୟୁରେନିୟମରେ ୯ରୁ ୧୦ ପରମାଣୁ ବୋମା ତିଆରି କରାଯାଇପାରିବ । ଏହି ୟୁରେନିୟମ ସ୍ୱତନ୍ତ୍ର ବ୍ୟାରେଲ୍ସ ଲୁଚାଇ ରଖାଯାଇଥିଲା, ଯାହାକୁ ୧୦ଟି କାରରେ ସହଜରେ ଶିଫ୍ଟ କରାଯାଇପାରିବ । ଆମେରିକାର ଗୁଇନ୍ଦା ରିପୋର୍ଟରେ ଏହି ଦାବି କରାଯାଇଛି ।   

ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଓ ଅନ୍ତର୍ଜାତୀୟ ପରମାଣୁ ଉର୍ଜା ଏଜେନ୍ସିର ମୁଖ୍ୟ ରାଫେଲ ମାରିଆନୋ ଗ୍ରୋସି ଏହି ୟୁରେନିୟମ ଗାଏବ ଖବରକୁ ସ୍ପଷ୍ଟ କରିଛନ୍ତି । ଜେଡି ଭାନ୍ସ ଏବିସି ନ୍ୟୁଜକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଏହି ପରମାଣୁ ଇନ୍ଧନ ଭବିଷ୍ୟତରେ ଇରାନ ସହ ହେବାକୁ ଥିବା କୌଣସି ବି ଶାନ୍ତି ଆଲୋଚନାର ଏକ ବଡ଼ ପ୍ରସଙ୍ଗ ରହିବ । ଆଗାମୀ କିଛି ସପ୍ତାହରେ ଆମେ ଏହା ଉପରେ କାମ କରିବୁ । ଭାନ୍ସ ଏହା ବି ସ୍ପଷ୍ଟ କରିଛନ୍ତି ଯେ ଆମେରିକାର ଆକ୍ରମଣରେ ତେହରାନ ଏବେ ୟୁରେନିୟମକୁ ହତିଆରରେ ବଦଳାଇବାର କ୍ଷମତାକୁ ହରାଇ ସାରିଛି । କାରଣ ଅନେକ ଗୁରୁତ୍ୱପୂର୍ଣ୍ଣ ଉପକରଣକୁ ନଷ୍ଟ କରାଯାଇଛି ।

IAEA ମୁଖ୍ୟ ଗ୍ରୋସି ସିଏନଏନକୁ କହିଛନ୍ତି ଯେ ଇରାନ ଏହି ସାମଗ୍ରୀକୁ ସୁରକ୍ଷିତ ରଖିବାର କୌଣସି ରହସ୍ୟ ନାହିଁ । ପରେ ନ୍ୟୁୟର୍କ ଟାଇମ୍ସ ନିଜ ରିପୋର୍ଟରେ ଏହି ପରିମାଣ ୪୦୦ କିଲୋ ଥିବା ସେ ସ୍ପଷ୍ଟ କରିଥିଲେ । ତେବେ ଆମେରିକାର ଆକ୍ରମଣ ପୂର୍ବରୁ ଏହି ସାମଗ୍ରୀକୁ ଇସ୍ଫହାନ ପରମାଣୁ ଠିକଣାରେ ରଖାଯାଇଥିଲା । ମ୍ୟାକ୍ସର ଟେକ୍ନୋଲୋଜି ଦ୍ୱାରା ଜାରି ସାଟେଲାଇଟ୍ ଫଟୋରେ ଇରାନର ତିନି ପରମାଣୁ ଠିକଣାକୁ ବ୍ୟାପକ କ୍ଷତି ପହଞ୍ଚିଥିବା ନଜର ଆସୁଛି । ଆମେରିକାର ଆକ୍ରମଣରେ ଫୋର୍ଡୋ, ନତାଞ୍ଜ ଓ ଇସ୍ଫହାନ ଧ୍ୱଂସ ହୋଇଥିଲା ।
 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.