ହନିମୁନ୍ ପାଇଁ ନୁହେଁ, ରାଜାଙ୍କୁ ହତ୍ୟା କରିବାକୁ ମେଘାଳୟ ଧରି ଯାଇଥିଲେ ସୋନମ୍ ! ମଧ୍ୟପ୍ରଦେଶରୁ ଆସିଥିଲେ ସୁପାରୀ କିଲର୍

Published By : Prameya-News7 Bureau | June 09, 2025 IST

ନୂଆଦିଲ୍ଲୀ: ୧୬ ଦିନର ସସ୍‌ପେନ୍ସ ପରେ ଇନ୍ଦୋରର ରାଜା ଓ ସୋନମଙ୍କ କାହାଣୀରେ ନୂଆ ଟ୍ୱିଷ୍ଟ ଆସିଛି । ମେଘାଳୟରେ ହତ୍ୟାର ଶିକାର ହୋଇଥିବା ରାଜାଙ୍କ ପତ୍ନୀଙ୍କୁ ଉତ୍ତର ପ୍ରଦେଶର ଗାଜିପୁରରୁ ଗିରଫ କରାଯାଇଛି । ମେଘାଳୟ ଡିଜିପିଙ୍କ ସୂଚନା ଅନୁସାରେ ସୋନମ ରଘୁବଂଶୀ ଏହି ହତ୍ୟାକାଣ୍ଡରେ କଥିତ ରୂପେ ସାମିଲ ଥିଲେ । ଏହାସହ ସେ ତିନି ହତ୍ୟାକାରୀଙ୍କୁ ଟଙ୍କା ଦେଇ ମଧ୍ୟପ୍ରଦେଶରୁ ଆଣିଥିଲେ ।

ମେଘାଳୟକୁ ହନିମୁନ୍ ପାଇଁ ଯାଇଥିବା ଇନ୍ଦୋରର ରାଜା ରଘୁବଂଶୀଙ୍କ ହତ୍ୟା ମାମଲାରେ ଏକ ବଡ଼ ଖୁଲାସା ହୋଇଛି । ପୋଲିସ କହିଛି ଯେ ରାଜାଙ୍କ ହତ୍ୟାରେ ତାଙ୍କ ପତ୍ନୀ ସୋନମ ରଘୁବଂଶୀ ସାମିଲ ଥିଲେ । ସେପଟେ ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମା ଟ୍ୱିଟରରେ ଲେଖିଛନ୍ତି, "ସାତ ଦିନ ମଧ୍ୟରେ, ରାଜା ହତ୍ୟା ମାମଲାରେ ପୋଲିସ ଏକ ବଡ଼ ସଫଳତା ହାସଲ କରିଛି । ମଧ୍ୟପ୍ରଦେଶର ତିନି ଜଣ ଆକ୍ରମଣକାରୀଙ୍କୁ ଗିରଫ କରାଯାଇଛି । ଜଣେ ମହିଳା ଆତ୍ମସମର୍ପଣ କରିଛନ୍ତି । ଆଉ ଜଣେ ଆକ୍ରମଣକାରୀଙ୍କୁ ଧରିବା ପାଇଁ ଅଭିଯାନ ଜାରି ରହିଛି।"

ସୋମବାର ସକାଳେ ମେଘାଳୟ ଡିଜିପି ନୋଙ୍ଗରାଙ୍ଗ କହିଥିଲେ ଯେ ଇନ୍ଦୋର ପର୍ଯ୍ୟଟକ ରାଜା ରଘୁବଂଶୀଙ୍କୁ ତାଙ୍କ ପତ୍ନୀଙ୍କ ଦ୍ୱାରା ସୁପାରୀ ଲିକରଙ୍କୁ ଲଗାଇ ହତ୍ୟା କରାଯାଇଥିବା ଜଣାପଡିଛି । ଆହୁରି ସୂଚନା ଦେଇ ସେ କହିଛନ୍ତି ଯେ ଉତ୍ତର ପ୍ରଦେଶରୁ ଜଣେ ଓ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଇନ୍ଦୋରରୁ ଗିରଫ କରାଯାଇଛି । ସୋନମ ଉତ୍ତର ପ୍ରଦେଶର ନନ୍ଦଗଞ୍ଜ ପୋଲିସ ଷ୍ଟେସନରେ ଆତ୍ମସମର୍ପଣ କରିଥିଲେ ଏବଂ ପରେ ତାଙ୍କୁ ଗିରଫ କରାଯାଇଛି । ନୋଙ୍ଗରାଙ୍ଗ କହିଛନ୍ତି ଯେ ଗିରଫ ବ୍ୟକ୍ତିମାନେ ରାଜାଙ୍କୁ ହତ୍ୟା କରିବା ପାଇଁ ପତ୍ନୀ ସୋନମ ସେମାନଙ୍କୁ ଟଙ୍କା ଦେଇଥିଲେ । ଅପରାଧରେ ସାମିଲ ଆଉ କିଛି ଲୋକଙ୍କୁ ଧରିବା ପାଇଁ ମଧ୍ୟପ୍ରଦେଶରେ ଅଭିଯାନ ଜାରି ରହିଛି ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.