ଭାରତ ବିରୋଧରେ ଆଉ ଏକ ମୁସଲିମ୍ ଦେଶର ବଡ଼ ଷଡ଼ଯନ୍ତ୍ର, ଗୁଇନ୍ଦା ରିପୋର୍ଟରେ ବଡ଼ ଖୁଲାସା

Published By : Prameya-News7 Bureau | June 09, 2025 IST

ନୂଆଦିଲ୍ଲୀ : ଭାରତର ଶତ୍ରୁଙ୍କର କଥା ଆସିଲେ ଚୀନ ଓ ପାକିସ୍ତାନର ନାଁ ସବୁଠୁ ଆଗରେ ଆସେ। ହେଲେ କିଛି ଦେଶ ଅଛନ୍ତି ଯିଏ ଭାରତ ପିଠିରେ ଛୁରି ଭୁଶିବାର ସୁଯୋଗରେ ଅଛନ୍ତି। ତୁର୍କୀ ଯେଉଁଭଳି ଭାବେ ପାକିସ୍ତାନକୁ ସପୋର୍ଟ କରୁଛି, ତା ଉପରେ କେବେ ଭରସା କରାଯାଇ ପାରିବ ନାହିଁ। ସେପଟେ ବାଂଲାଦେଶରେ ଶେଖ୍‌ ହସିନାଙ୍କ ସରକାର ହଟିବା ପରେ ଏହାର ହରକତ ବି ଭାରତ ବିରୋଧରେ ଥିବାର ନଜର ଆସିଛି। ଗୁଇନ୍ଦା ରିପୋର୍ଟରେ ଖୁଲାସା ହୋଇଛି ଯେ, ବାଂଲାଦେଶର ଇସଲାମିକ କଟ୍ଟରପନ୍ଥୀ ସଂଗଠନ ଜମାନ-ଏ-ଇସଲାମୀକୁ ତୁର୍କୀରୁ ବଡ଼ ଫଣ୍ଡିଂ ମିଳୁଛି। ତୁର୍କୀ ଏହା ଏଥିପାଇଁ କରୁଛି , ଯାହାକି ଭାରତର ପୂର୍ବୋତ୍ତରରେ ଆତଙ୍କ ପ୍ରସାର କରାଯାଇ ପାରିବ।

ରିପୋର୍ଟ ମୁତାବିକ, ତୁର୍କୀର ଗୁଇନ୍ଦା ଏଜେନ୍ସିମାନେ ବାଂଲାଦେଶର କଟ୍ଟରପନ୍ଥୀ ସଂଗଠନର ପୂରା ସାହାଯ୍ୟ କରିବାରେ ଲାଗିଛନ୍ତି। ଏହି ଏଜେନ୍ସିମାନେ ବିଚାର ସ୍ତରରେ ନୁହେଁ ବରଂ ଆର୍ଥିକ ଓ ସାମରିକ ସହଯୋଗ ସ୍ତରରେ ମଧ୍ୟ କଟ୍ଟରପନ୍ଥୀଙ୍କ ସହ ଅଛନ୍ତି। ରିପୋର୍ଟ ମୁତାବିକ , ତୁର୍କୀର ଗୁଇନ୍ଦା ଏଜେନ୍ସିମାନେ ଢାକାର ମୋଘବଜାରରେ ଜମାତ-ଏ-ଇସଲାମୀର ନୂଆ ଅଫିସ ତିଆରି କରିବାର ଦାୟିତ୍ୱ ନିଜ ଉପରେ ନେଇଛନ୍ତି। ଏଥିପାଇଁ ବଡ଼  ପାଣ୍ଠି ମଧ୍ୟ ପଠାଯାଇ ସାରିଛି। ଅନ୍ୟପଟେ ଜମାତ୍‌ର ଛାତ୍ର ନେତା ସାଦିକ୍‌ କୟାମ ତୁର୍କୀ ଯାତ୍ରା କରୁଛନ୍ତି। ଯାତ୍ରା ନୁହେଁ ତାଙ୍କୁ ଅସ୍ତ୍ରଶସ୍ତ୍ରର ଗୋଦାମ ଓ କାରଖାନ ଗୁଡ଼ିକ ବୁଲାଇ ଦେଖା ଯାଉଛି। ତୁର୍କୀର ରାଷ୍ଟ୍ରପତି ତୈୟପ ଏର୍ଦୋଗନ ଦକ୍ଷିଣ ଏସିଆର ଇସଲାମିକ ସଙ୍ଗଠନରେ ନିଜର ପ୍ରଭାବ ବୃଦ୍ଧି କରାଇବାକୁ ଚାହାନ୍ତି। ସେ ଦକ୍ଷିଣ ଏସିଆର ମୁସଲମାନଙ୍କୁ ଟାର୍ଗେଟ୍‌ କରି ଅନେକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଇଥାନ୍ତି।

ଏହି ମଧ୍ୟରେ ବାଂଲାଦେଶର ଇନଭେଷ୍ଟମେଣ୍ଟ ଡେଭଲପମେଣ୍ଟ ଅଥୋରିଟିର ମୁଖ୍ୟ ଆଶିକ୍‌ ଚୌଧୁରୀ ମଧ୍ୟ ତୁର୍କୀରେ ପହଞ୍ଚିଛନ୍ତି। ସେ ତୁର୍କୀରେ ଅସ୍ତ୍ରଶସ୍ତ୍ରର କାରଖାନା ଗସ୍ତ କରିଛନ୍ତି। ବାଂଲାଦେଶ ସିଧା ଭାବେ କୌଣସି ସାମରିକ ଅଧିକାରୀଙ୍କୁ ତୁର୍କୀ ପଠାଇ ନାହିଁ। ଗୁଇନ୍ଦା ରିପୋର୍ଟରେ କୁହାଯାଇଛି ଯେ , ତୁର୍କୀରେ ବାଂଲାଦେଶର ନ୍ୟାସନାଲ ସିକ୍ୟୁରିଟି ଆଣ୍ଡ ଇନଫର୍ମେସନ ଆଡଭାଇଜର ମଧ୍ୟ କ୍ଲୋଜ୍‌ ଡୋର ମିଟିଂ କରିଛନ୍ତି। ଏହି କଥାର ସମ୍ଭାବନା ଯେ, ଭାରତ ପାଖରେ ମିଆଁମାରରେ ଆରାକାନ ଆର୍ମିକୁ ମଧ୍ୟ ତୁର୍କୀର ସହଯୋଗ ମିଳୁଛି।

ଭାରତ ପାଇଁ କେତେ ବଡ଼ ଚ୍ୟାଲେଞ୍ଜ –

ତୁର୍କୀ ଦକ୍ଷିଣ ଏସିଆର ଦେଶ ଗୁଡ଼ିକରେ ୱାର୍କସପ୍‌ କରାଇ ଓ ସ୍କଲାରସିପ୍‌ ବାଣ୍ଟି କଟ୍ଟରତା ପ୍ରସାର କରିବାକୁ ଚେଷ୍ଟା କରୁଛି। ଇସଲାମିକ ସଂସ୍ଥାରେ ତୁର୍କୀ ଖର୍ଚ୍ଚ କରୁଛି। ସେ ଜିହାଦୀ ଭାବନାକୁ ବଢାଇବାରେ ଲାଗିଛି। ତୁର୍କୀ ଯେଉଁ ଭଳି କଟ୍ଟରପନ୍ଥୀ ସଙ୍ଗଠନକୁ ବଢାଇବାରେ ଲାଗିଛି, ଏଥିରେ ଆସାମ , ତ୍ରିପୁରା ,ମେଘାଳୟ, ମିଜୋରମ ଭଳି ରାଜ୍ୟ ପ୍ରଭାବିତ ହୋଇପାରେ। ଜମାତ-ଏ-ଇସଲାମୀ ଭଳି ସଙ୍ଗଠନ ତୁର୍କୀ ଠାରୁ ଅର୍ଥ ଓ ହତିଆର ନେଇ ପୂର୍ବୋତ୍ତରରେ ଜିହାଦୀ ବିଚାରଧାରାକୁ ବଢାଇବାର କାମ କରିବ। କେରଳରେ ପୂର୍ବରୁ ହିଁ ଜମାତ୍‌ ସହ ଜଡିତ ଏନଜିଓ ଆକ୍ଟିଭ୍‌ ଅଛି। ଗୁଇନ୍ଦା ରିପୋର୍ଟ ମୁତାବିକ ତୁର୍କୀ ଆଇଏସଆଇକୁ ମଧ୍ୟ ଟଙ୍କାଦେଇଥାଏ। ଏହିପରି ତୁର୍କୀ ବାଂଲାଦେଶକୁ ଭାରତ ସାମ୍ନାରେ ନୂଆ ଚ୍ୟାଲେଞ୍ଜ ଦେବାକୁ ଷଡ଼ଯନ୍ତ୍ର ରଚୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.