ଆରାବଳୀ ମାମଲା : ନିଜ ରାୟ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ, ସରକାରଙ୍କୁ ମାଗିଲେ ରିପୋର୍ଟ

NEWS7
zoho-founder-sridhar-vembu-s-tweet-about-king-cobra-goes-vira

ନୂଆଦିଲ୍ଲୀ, ୨୯/୧୨: ନିଜ ରାୟ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ । ବହୁ ଚର୍ଚ୍ଚିତ ଆରାବଳୀ ଖଣି ଖନନ ମାମଲାରେ କୋର୍ଟ ପୂର୍ବରୁ ଦେଇଥିବା ରାୟରେ ସ୍ଥଗିତାଦେଶ ଜାରି କରିଛନ୍ତି । ପ୍ରଧାନବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି ।

ସୋମବାର ବହୁ ଚର୍ଚ୍ଚିତ ଆରାବଳୀ ମାମଲାର ଶୁଣାଣି ହୋଇଥିଲା । ଶୁଣାଣିରେ କୋର୍ଟ ଗତ ମାସରେ ଦେଇଥିବା ରାୟ ଉପରେ ରୋକ୍ ଲଗାଇଛନ୍ତି । ଯେଉଁଥିରେ ଆରାବାଳୀ ପର୍ବତ ଶ୍ରେଣୀର ସଜ୍ଞା ବାବଦରେ ଉଲ୍ଲେଖ ହୋଇଥିଲା । ତେବେ ସୁପ୍ରିମକୋର୍ଟ ପର୍ବତ ଶ୍ରେଣୀର ନୂଆ ସଜ୍ଞା ବାବଦରେ ଉଲ୍ଲେଖ କରିବା ପରେ ବିବାଦ ହୋଇଥିଲା । ଅନେକ ପରିବେଶବିତ ରାୟକୁ ବିରୋଧ କରିଥିଲେ । ଆରାବଳୀ ଜୈବ ବିବିଦ୍ଧତା ପାଇଁ ଜରୁରୀ । ଏହାର ସଜ୍ଞା ବଦଳାଇ ଖଣି ଖନନ କରିବା ଠିକ୍ ହେବନି ବୋଲି ପ୍ରକୃତି ପ୍ରେମୀ ଯୁକ୍ତି ବାଢିଥିଲେ । ​​​​​​​