ବିଜେଡି ଆନ୍ଦୋଳନର ପ୍ରଭାବ ଯାଜପୁରରେ ପଡ଼ିବ ନାହିଁ କିମ୍ବା ଓଡ଼ିଶାରେ ବି ପଡ଼ିବ ନାହିଁ

NEWS7
yuvraj-singh-will-again-play-cricket

ଭୁବନେଶ୍ବର ୧୧।୨: ଯାଜପୁରରେ ବିଜେଡିର ଚାଷୀ ଆନ୍ଦୋଳନ ନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ବଡ଼ ବୟାନ । ବିଜେଡି ଯେଉଁମାନଙ୍କୁ ନେଇ ଆନ୍ଦୋଳନ କରୁଛି ୨୦୦ ଟଙ୍କା ଦେଲେ ଆସିଯିବେ । ବିଜେଡ଼ି ଆନ୍ଦୋଳନର ପ୍ରଭାବ ଯାଜପୁରରେ ପଡ଼ିବ ନାହିଁ କିମ୍ବା ଓଡିଶାରେ ବି ପଡ଼ିବ ନାହିଁ ।

ମନ୍ତ୍ରୀ କହିଛନ୍ତି, ଯେଉଁମାନେ ଆନ୍ଦୋଳନ କରୁଛନ୍ତି ୨୦୦ ଟଙ୍କା ଦେଲେ ଆନ୍ଦୋଳନ ପାଇଁ ଆସିଯିବେ । ଏବେ କହିଲେ ତିନି ଘଣ୍ଟାରେ ୧୦ ହଜାର ଲୋକ ଗଦେଇ ଦେବି । ସେଭଳି ଲୋକ ବହୁତ ଅଛନ୍ତି, ତାଙ୍କର ଦଳ ନାହିଁ, ଯିଏ ଡ଼ାକିବ ଯିବେ, ଖାଇବେ ପିଇବେ ଆସିବେ । ଚାଷୀ ଏଠିକି କାହିଁକି ଆସିବେ । ଚାଷୀ ଆରାମରେ ଅଛନ୍ତି । ଚାଷୀ ୮୦୦ ଟଙ୍କା ପାଇଲେ ଘରେ ଆରାମରେ ଅଛନ୍ତି । ଚାଷୀ ତାଙ୍କ କାମରେ ଅଛନ୍ତି, ତାଙ୍କ ପାଖରେ ସମୟ କାହିଁ । ବିଜେଡ଼ି ଆନ୍ଦୋଳନର ପ୍ରଭାବ ଯାଜପୁରରେ ପଡ଼ିବ ନାହିଁ କିମ୍ବା ଓଡିଶାରେ ବି ପଡ଼ିବ ନାହିଁ ।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଧାନ କିଣା ଯେମିତି ଚାଲିବା କଥା ଚାଲିଛି । ମିଲର ମାନଙ୍କ ଷ୍ଟୋରେଜ କାପାସିଟି କମ ଥିବାରୁ ଧାନ କିଣା କିଛି ସମୟ ପାଇଁ ଧୀର ହୋଇଯାଉଛି । ବିରୋଧୀ ଦଳ ଯାହା କହୁଛନ୍ତି ଠିକ ଠାକ ଚାଲିନି, ତାଙ୍କ ବେଳେ ବୈଠକ ଚାଲୁଥିଲା । ତାଙ୍କର କିଛି ସ୍ଥିତି ନାହିଁ, ତାଙ୍କର ଲୋକ କେହି ନାହାନ୍ତି । ଏବେ ସବୁ ବିଜେପିରେ । ତେଣୁ ତାଙ୍କ ମୁଣ୍ଡ ଖରାପ ହୋଇଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।