ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ : ଜଳି ଯାଉଥିଲେ ଲୋକ, କିନ୍ତୁ ବିବାହ ଭୋଜିରେ ନାଚୁଥିଲେ ଲୁଥ୍ରା ବ୍ରଦର୍ସ

NEWS7
youth-raped-and-murdered-odia-girl-in-chennai

ନୂଆଦିଲ୍ଲୀ, ୧୨/୧୨:ଜଳୁଥିଲା ନାଇଟ୍ କ୍ଲବ୍ । ଚିତ୍କାର କରୁଥିଲେ ଲୋକେ । କିନ୍ତୁ ଏପଟେ ବିବାହ କାର୍ଯ୍ୟକ୍ରମରେ ଖୁସି ମନାଉଥିଲେ ଲୁଥ୍ରା ବ୍ରଦର୍ସ ।୨୫ଟି ଜୀବନ ଅକାଳରେ ଝଡି ଯାଉଥିବା ବେଳେ ଦିଲ୍ଲୀରେ ବିବାହ କାର୍ଯ୍ୟକ୍ରମରେ ନାଇଟ୍ କ୍ଲବର ମାଲିକ ଏବଂ ସହ ମାଲିକମାନେ ଯୋଗ ଦେଇଥିଲେ ବୋଲି ଜଣା ପଡିଛି । ଏହାପରେ ବିର୍ଚ ବାଏ ରୋମିଓ ଲେନର ମାଲିକ ସୌରଭ ଏବଂ ଗୌରବ ଲୁଥ୍ରା ଦେଶ ଛାଡି ପଳାଇଥିଲେ ।

କୋର୍ଟରେ ଦାଖଲ ହୋଇଥିବା ତଥ୍ୟ ଅନୁସାରେ, ଡିସେମ୍ବରତାରିଖ ରାତିଟା୧୭ରେ ଲୁଥ୍ରା ବ୍ରଦର୍ସ ଥାଇଲାଣ୍ଡର ଫୁକେଟ୍ ଗସ୍ତ ପାଇଁ ବିମାନ ଟିକେଟ୍ ବୁକ୍ କରିଥିଲେ । ଅଗ୍ନିକାଣ୍ଡର ଘଣ୍ଟାକ ପରେ ସେମାନେ ଟିକେଟ୍ ବୁକ୍ କରିଥିଲେ ।.୨୦ରେ ଉଭୟ ଦେଶ ଛାଡିଥିଲେ ।

ଗୋଆ ପୋଲିସର କହିବାନୁସାରେ, କୋର୍ଟ ଉଭୟଙ୍କୁ ଆଗୁଆ ଜାମିନ ଦେବାକୁ ମନା କରିଦେଇଛନ୍ତି । ସେମାନଙ୍କୁ ଥାଇଲାଣ୍ଡରେ ଅଟକ ରଖାଯାଇଛି । ପ୍ରଥମେ ସେମାନେ ଫେରାର ହୋଇଗଲେ ଏବେ ଆଇନର ସାହାଯ୍ୟ ଲୋଡୁଛନ୍ତି । ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।୨୫ଟି ମୃତ୍ୟୁ ପାଇଁ ଦୁଇ ଭାଇଙ୍କୁ ଦାୟୀ କରାଯାଇଛି । କାରଣ କ୍ଲବରେ ସୁରକ୍ଷାକୁ ଯାଞ୍ଚ୍ କରାଯାଇନଥିଲା ।

ପୋଲିସ ଆହୁରି କହିଛି ଯେ, ରାଜ୍ୟର ଅନେକ ସ୍ଥାନରେ ବାଣ ତଥା ଅନ୍ୟଆତସବାଜିକୁ ନିଷିଦ୍ଧ କରାଯାଇଛି। କିନ୍ତୁ ନାଇଟ୍ କ୍ଲବରେ ଏହାକୁ ଖୁଲମଖୁଲା ଉଲ୍ଲଙ୍ଘନ କରାଯାଇଥିଲା । ସବୁଠୁ ବଡ କଥା ହେଉଛି ଯେ, ଅନ୍ୟତମ ଅଭିଯୁକ୍ତ ସହ ମାଲିକ ଅଜୟ ଗୁପ୍ତା ଅଘଟଣ ଦିନ ଗୋଆରେ ଥିଲେ । କିନ୍ତୁ ସେ ଘଟଣାସ୍ଥଳକୁ ଯାଇନଥିଲେ । ବରଂ ଦିଲ୍ଲୀ ଚାଲି ଆସିଥିଲେ । ପରେ ତାଙ୍କୁ ବିଭିନ୍ନ ସ୍ଥାନରେ ଚଢଉ କରି ଗିରଫ କରାଯାଇଥିଲା ।