ଯୁଦ୍ଧ ଭିତର ମିନିଟ୍‌ମ୍ୟାନ୍-୩ କ୍ଷେପଣାସ୍ତ୍ର ପରୀକ୍ଷଣ, ହିରୋସୀମାଠାରୁ କରିପାରେ ଅଧିକ କ୍ଷୟକ୍ଷତି

NEWS7
youth-mrutadeha-found-after-2days-of-missing-in-khurda

ନୂଆଦିଲ୍ଲୀ ୦୬/୦୩: ମଧ୍ୟପ୍ରାଚ୍ୟ ଜଳୁଛି,ଆକାଶରୁ ନିଆଁ ବର୍ଷୁଛି।ଇସ୍ରାଏଲ ଓ ଆମେରିକାର ମିଳିତ ଆକ୍ରମଣ।ଥରିଉଠୁଛି ତେହରାନ।ମୃତ୍ୟୁ ସଂଖ୍ୟା ହଜାରରୁ ଅଧିକ।ଆହତଙ୍କ ସଂଖ୍ୟା ଟପିଲା ୫ ହଜାର। ମହାଯୁଦ୍ଧର ଷଷ୍ଠ ଦିନରେ ଆକ୍ରମଣ ଆହୁରି ତୀବ୍ର ହୋଇଛି। ଗଣମାଧ୍ୟମର ରିପୋର୍ଟ ଅନୁସାରେ ଇରାନରେ ୭୮୭, ଲୋବାନରରେ ୬୦ରୁ ଅଧିକ, ଇସ୍ରାଏଲରେ ୧୨ରୁ ଅଧିକ ନାଗରିକ ଓ ଆମେରିକାର ୬ ଜଣ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହାରି ଭିତରେ ଆମେରିକା କରିଛି ଶକ୍ତୀଶାଳୀ ପରୀକ୍ଷଣ । ଯାହା ହିରୋସୀମାଠାରୁ କରିପାରେ ଅଧିକ କ୍ଷୟକ୍ଷତି ।

ଆମେରିକାକାଲିଫର୍ଣ୍ଣିଆରୁ ମିନିଟ୍ମ୍ୟାନ୍-୩ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷଣ। ଏହି ପରମାଣୁ କ୍ଷମତା ସମ୍ପନ୍ନ କ୍ଷେପଣାସ୍ତ୍ର ହିରୋସୀମାରେ ପକାଯାଇଥିବା ବୋମା ଅପେକ୍ଷା ପ୍ରାୟ ୨୦ ଗୁଣା ଅଧିକ ଶକ୍ତିଶାଳୀ। ଏହି କ୍ଷେପଣାସ୍ତ୍ର ଆମେରିକାର ପରମାଣୁ ପ୍ରତିରୋଧକ ବ୍ୟବସ୍ଥାର ଏକ ପ୍ରମୁଖ ଅଂଶ । ହଜାର ହଜାର କିଲୋମିଟର ଦୂରରେ ଥିବା ଲକ୍କ୍ଷ୍ୟଭେଦ କରିପାରିବ ।

 

ଏହାରଲମ୍ବ ୧୮ମିଟର ଥିବାବେଳେ ଓଜନ ୩୦ ଟନ୍ରୁ ଅଧିକଥିବା କୁହାଯାଉଛି । ଏହାର ବେଗ ଘଣ୍ଟାପ୍ରତି ପ୍ରାୟ ୨୪ ହଜାର କିଲୋମିଟର। ଏହାରଲକ୍ଷ୍ୟଭେଦ କ୍ଷମତା ପ୍ରାୟ ୧୩ ହଜାର କିଲୋମିଟରବୋଲି କୁହାଯାଉଛି ।୭-ଯୁଦ୍ଧ ଭିତରୋେ ମିନିଟ୍ମ୍ୟାନ୍-୩ କ୍ଷେପଣାସ୍ତ୍ର ପରୀକ୍ଷଣ, ହିରୋସୀମାଠାରୁ କରିପାରେ ଅଧିକ କ୍ଷୟକ୍ଷତି