LIVE TV

ମାଲକାନଗିରି କାଲିମେଳାରେ ମାଓ ଡମ୍ପ ଠାବ, ମିଳିଲା ୧୫୦ ରାଉଣ୍ଡ ଅଫୁଟା ଗୁଳି ସହ ବ୍ୟାପକ ନକ୍ସଲ ସାମଗ୍ରୀ ଜବତ

NEWS7
youth-missing-after-jumping-into-mahanadi-river-in-banki

ମାଲକାନଗିରି: ମାଓ ବିରୋଧୀ ଅପରେସନ ବେଳେ ମାଲକାନଗିରି ପୋଲିସକୁ ବଡ଼ ସଫଳତା । କାଲିମେଳା ଥାନା ଅନ୍ତର୍ଗତ ଗୋରେଗନ୍ଧି ଜଙ୍ଗଲରେ ଡିଭିଏଫ ଓ ବିଏସଏଫ ବାହିନୀ ପକ୍ଷରୁ ଅପରେସନ ସମୟରେ ଜଙ୍ଗଲ ଭିତରୁ ଠାବ ହୋଇଛି ମାଓ ଡମ୍ପ।

ମିଳିଥିବା ସୂଚନା ଅନୁସାରେ, ଏଥିରେ ଲ୍ୟାଣ୍ଡମାଇନ, ଜିଲୋଟିନ ଷ୍ଟିକ୍ ନକ୍ସଲ ପ୍ରଚାର ପତ୍ର, ପିସ୍ତଲ ଓ ୧୫୦ ରାଉଣ୍ଡ ଅଫୁଟା ଗୁଳି ରହିଛି। ଛତିଶଗଡ଼ରେ ଜୋରଦାର ଅପରେସନ ଚାଲିଥିବାବେଳେ ମାଓବାଦୀମାନେ ମାଲକାନଗିରି ସୀମା ଭିତରେ ପ୍ରବେଶ କରି ଏସବୁ ବିସ୍ଫୋରଣ ସାମଗ୍ରୀକୁ ଡମ୍ପ କରିଥିବା ନେଇ ସୂଚନା ଦେଇଛନ୍ତି ମାଲକାନଗିରି ଏସପି ।

ଏହା ପୂର୍ବରୁ ମାଲକାନଗିରି ଛତିଶଗଡ଼ ସୀମାନ୍ତ ସୁକୁମା ଜିଲ୍ଲାରେ ରବିବାର ଏନକାଉଣ୍ଟର ହୋଇଥିଲା। ସୁରକ୍ଷା କର୍ମୀଙ୍କ ଗୁଳିରେ ତିନି ଜଣ ମାଓବାଦୀ ନିହତ ହୋଇଛନ୍ତି । ଘଟଣାସ୍ଥଳରୁ ତିନିଟି ବନ୍ଧୁକ ସହ ବହୁ ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷା କର୍ମୀ। ତେବେ ଏହି ଏନକାଉଣ୍ଟର, ଚିନ୍ତାଗୁମ୍ଫା ଜଙ୍ଗଲରେ ମାଓବାଦୀମାନେ ଏକତ୍ରିତ ହୋଇ ଏକ ବୈଠକ କରିବାର ଯୋଜନା କରୁଥିବା ଗୁଇନ୍ଦା ସୂଚନା ପରେ ହୋଇଥିଲା। ଡିଆରଜି ଓ ସିଆରପିଏଫ ବାହିନୀ ପକ୍ଷରୁ ପ୍ରାୟ ଦୁଇ ଘଣ୍ଟା ଧରି ଏନକାଉଣ୍ଟର ଚାଲିଥିଲା। ଏବେବି ସେଠାରେ ଅପରେସନ ଚାଲିଥିବା ସୂଚନା ଦେଇଛନ୍ତି ସୁକୁମା ଏସପି କିରଣ ଚୌହାନ।