୨୦୨୬ ମସିହା ପାଇଁ ପଦ୍ମ ପୁରସ୍କାର ଘୋଷଣା, ପ୍ରାରମ୍ଭିକ ସୂଚୀରେ ଅଛନ୍ତି ଓଡ଼ିଶାରୁ ତିନି ଜଣ !

NEWS7
youth-missing-after-drowned-in-river-in-muniguda

ନୂଆଦିଲ୍ଲୀ: ୨୦୨୬ ମସିହା ପାଇଁ ପଦ୍ମ ପୁରସ୍କାର ଘୋଷଣା ହୋଇଛି । ପୁରସ୍କାର ବିଜେତାଙ୍କ ପ୍ରାରମ୍ଭିକ ସୂଚୀ ସାମନାକୁ ଆସିଛି । ସୂତ୍ର ଅନୁସାରେ ପ୍ରାରମ୍ଭିକ ସୂଚୀରେ ଥିବା ନାୟକମାନଙ୍କୁ ଚଳିତ ବର୍ଷ ପଦ୍ମ ପୁରସ୍କାରରେ ସମ୍ମାନ କରାଯିବା । ତେବେ ପୂର୍ଣ୍ଣ ଓ ଆନୁଷ୍ଠାନିକ ସୂଚୀ ସରକାରଙ୍କ ପକ୍ଷରୁ ସଂଧ୍ୟାରେ ଜାରି କରାଯିବ ।

ସୂତ୍ର ଅନୁସାରେ, ଏହି ପ୍ରାରମ୍ଭିକ ସୂଚୀରେ ସାହିତ୍ୟ, ଶିକ୍ଷା, ସମାଜସେବା, ଚିକିତ୍ସା, କଳା ଓ ଜନକଲ୍ୟାଣ ସହ ଜଡ଼ିତ ବ୍ୟକ୍ତି ବିଶେଷଙ୍କ ନାଁ ସାମିଲ ରହିଛି । ଜାତୀୟ ରିପୋର୍ଟ ଅନୁସାରେ ଏହି ସୂଚୀରେ ତିନି ଓଡ଼ିଆଙ୍କ ନାଁ ରହିଛି । ଚରଣ ହେମ୍ୱ୍ରମ, ମହେନ୍ଦ୍ର କୁମାର ମିଶ୍ର, ସୀମାଞ୍ଚଳ ପାତ୍ରଙ୍କୁ ୨୦୨୬ ପାଇଁ ପଦ୍ମ ସମ୍ମାନ ମିଳିବ ।

ସାନ୍ତାଳୀ ଲେଖକ ଚରଣ ହେମ୍ବ୍ରମ୍‌, ଶିକ୍ଷା ଓ ସାହିତ୍ୟ କ୍ଷେତ୍ରରେ ମହେନ୍ଦ୍ର କୁମାର ମିଶ୍ର ଓ ସଖୀ ନାଟ ଥିଏଟର ଆର୍ଟିଷ୍ଟ ସୀମାଞ୍ଚଳ ପାତ୍ରଙ୍କୁ ପଦ୍ମ ସମ୍ମାନ ମିଳିବ ।

ସାଧାରଣ ଭାରତୀୟଙ୍କ ଅସାଧାରଣ ଅବଦାନକୁ ସମ୍ମାନିତ କରିବାର ପରମ୍ପରାକୁ ଜାରି ରଖି, ଏହି ବର୍ଷର ପଦ୍ମ ପୁରସ୍କାର ସାରା ଦେଶର ଅଗଣିତ, ଲୁଚି ରହିଥିବା ଅଦୃଶ୍ୟ ନାୟକମାନଙ୍କୁ ସ୍ୱୀକୃତି ପ୍ରଦାନ କରୁଛି  । ବ୍ୟକ୍ତିଗତ ସଂଘର୍ଷ, କଷ୍ଟ ଏବଂ ଦୁଃଖଦ ପରିସ୍ଥିତି ସତ୍ତ୍ୱେ ଏହି ପ୍ରଖ୍ୟାତ ବ୍ୟକ୍ତିମାନେ କେବଳ ନିଜ ନିଜ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ହାସଲ କରିନଥିଲେ ବରଂ ସମାଜ ସେବାକୁ ନିଜ ଜୀବନର ଲକ୍ଷ୍ୟ କରିଥିଲେ ।