ଯମଦୂତ ଭଳି ମାଡ଼ି ଆସିଲା ଦ୍ରୁତଗାମୀ ବୋଲେରୋ, ନେଇଗଲା ଦୁଇ ଭାଇଙ୍କ ଜୀବନ

NEWS7
youth-killed-in-attack-by-miscreants-in-khurda

ବଡ଼ବିଲ ୧୮।୧: କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ମଥୁରାପୁର ନିକଟରେ ହିଟ୍ ଆଣ୍ଡ୍ ରନ୍ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ । ମୃତକ ଜଡ଼ିପଦା ଗାଁର ଯଶୋବନ୍ତ ମହାନ୍ତ । ଶନିବାର ଦୁର୍ଘଟଣା ସ୍ଥଳରେ ସାନ ଭାଇ ଯୁଧିଷ୍ଠିର ମହାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ, ସଙ୍କଟାପନ୍ନ ଅବସ୍ଥାରେ କେନ୍ଦୁଝରରେ ଚିକିତ୍ସାଧୀନ ଅବସ୍ଥାରେ ବଡ଼ ଭାଇ ଯଶୋବନ୍ତ ମହାନ୍ତଙ୍କ ମୃତ୍ୟୁ ଘଟିଛି । ସେପଟେ ଦୁର୍ଘଟଣା ଘଟାଇ ଫେରାର୍ ହୋଇଥିବା ବୋଲେରୋ ଗାଡ଼ିକୁ ଲୋକଙ୍କ ସୂଚନା ଆଧାରରେ ବସାସାହି ଗାଁର ଜଣେ ବ୍ୟକ୍ତିଙ୍କ ଘର ନିକଟରୁ ପୋଲିସ ଠାବ କରିଥିବା କୁହାଯାଉଛି । ତେବେ ବୋଲେରୋ ଡ୍ରାଇଭର ଏବେବି ଫେରାର୍ ରହିଛି । ଚମ୍ପୁଆ ପୋଲିସ ଏନେଇ ଅଧିକ ଛାନଭିନ୍ ଚଳାଇଛି ।

​​​​​​​

ସୂଚନାଯୋଗ୍ୟ ଯେ, ଶନିବାର ସନ୍ଧ୍ୟାରେ ଜଡ଼ିପଦା ଗାଁରୁ ଚାରି ଜଣ ରାସ୍ତା କଡ଼ରେ ଚାଲି ଚାଲି ଯାଉଥିବା ବେଳେ ମଥୁରାପୁର ନିକଟରେ ସେମାନଙ୍କୁ ପଛରୁ ଏକ ବୋଲେରୋ ଧକ୍କା ଦେଇ ପଳାଇଥିଲା । ଘଟଣାସ୍ଥଳରେ ସାନ ଭାଇଙ୍କର ମୃତ୍ୟୁ ହୋଇଥିବା ବେଳେ, ବଡ଼ ଭାଇ ଗମ୍ଭୀର ଭାବରେ ଆହତ ହୋଇଥିଲେ । ଆଉ ଦୁଇ ଜଣ ଅଳ୍ପ ଆହତ ହୋଇଥିଲେ । ଏହି ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।