LIVE TV
LIVE TV

ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ଛାତ୍ରୀ ମୃତ, କଲେଜ ଯିବାବେଳେ ଦୁର୍ଘଟଣା

NEWS7
youth-killed-by-miscreants-in-sundergarh

ଭଦ୍ରକ ୦୪/୧୨: ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ କଲେଜ ଛାତ୍ରୀ ମୃତ । ଛାତ୍ରୀ ଜଣକ ସାଇକେଲରେ କଲେଜ୍ ଯାଉଥିବା ବେଳେ ଧକ୍କା ଦେଲା ବେଆଇନ ବାଲି ବୋଝେଇ ଟ୍ରାକ୍ଟର । ମୃତା ଛାତ୍ରୀ ତାଳପଦା ଅଞ୍ଚଳର ଶ୍ରଦ୍ଧାଞ୍ଜଳି ପଣ୍ଡା ବୋଲି ସୂଚନା ମିଳିଛି ।

ସାଇକେଲରେ କଲେଜ୍ ଯିବା ବେଳେ ପଛ ଆଡୁ ଧକ୍କା ଦେଇଛି ବାଲି ବୋଝେଇ ଟ୍ରାକ୍ଟର । ଘଟଣା ସ୍ଥଳରେ ଉତ୍ତେଜନା ଜାରି ରହିଛି । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ବୟାଁବନାପୂର୍ ପଞ୍ଚାୟତ ଅଧୀନ ହଳଦୀଗଡିଆ ଛକଠାରେ ଦୁର୍ଘଟଣା ଘଟିଛି ।

​​​​​​​ସୂଚନାଥାଉକି, ସବୁଦିନ ଭଳି ଛାତ୍ରୀ ଜଣଙ୍କ କଲେଜ ଯାଉଥିଲେ । ଗୁରୁବାର ବି ସକାଳୁ ସେ କଲେଜ ଯାଉଥିଲେ ସାିକେଲ୍‌ରେ । ହେଲେ ଏତିକିବେଳେ ତାଙ୍କୁ ଧକ୍କା ଦେଇଥିଲା ବାଲି ବୋଝେଇ ଟ୍ରାକ୍ଟର । ଫଳରେ ତାଙ୍କର ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ସେପଟେ ଅଘଟଣ ପରେ ଛାତ୍ରୀଙ୍କ ସାଙ୍ଗସାଥୀ ଓ ସଂପର୍କୀୟ ମାନେ ନ୍ୟାୟ ଦାବିରେ ରାସ୍ତାରୋକ କରିଥିଲେ ।