ବାଲିଯାତ୍ରା ୨୦୨୫
LIVE TV

ବିଳାଶମୟ ଘର, ସାମାଜିକ ପ୍ରତିଷ୍ଠା ସବୁ ଛାଡି ଗାଁରୁ ପଳାୟନ କରିଛନ୍ତି ଅଲ-ଫଲାହ ମାଲିକ

NEWS7
youth-injured-in-unknowns-firing-at-tarabha

ଇନ୍ଦୋର ୧୨।୧୧: ଅଲ ଫଲାହ ୟୁନିବର୍ସିଟିକୁ ନେଇ ଏବେ ବିଭିନ୍ନପ୍ରକାରର କଥା ଉଠୁଛି। ଏହାର ମାଲିକ ଓ ଚାନ୍ସେଲର ଜବାଦ ଅହମଦ ସିଦ୍ଦିକୀ ମହୁ ବାସିନ୍ଦା ଏଠାରେ ସିଦ୍ଦିକୀଙ୍କ ବିଳାଶମୟ ଭବନ ରହିଛି। ଯାହାକୁ ଛାଡି ପୁରା ପରିବାର ଅନେକ ବର୍ଷ ହେଲା ପଳାୟନ କରିଛନ୍ତି। ଏହି ଘରେ ଜବାଦ ଅହମଦ ସିଦ୍ଦିକୀ ତାର ପ୍ରାଇଭେଟ ବ୍ୟାଙ୍କ ଆରମ୍ଭ କରିଥିଲା। ଲୋକଙ୍କୁ ପଇସା ଡବଲ କରିଦେବାର ଲୋଭ ଦେଇ ସେମାନଙ୍କ ଜମା ଟଙ୍କା ହଡ଼ପ କରିଯାଇଥିଲା। ଏହି ମାମଲାରେ ଲୋକେ ପୋଲିସରେ ଏତଲା ଦେଇଥିବା ବେଳେ ସିଦ୍ଦିକୀ ପରିବାର ସହର ଛାଡି ପଳାଇଛନ୍ତି।

ସ୍ଥାନୀୟ ଲୋକଙ୍କ ଅନୁସାରେ ଜବାଦ ଅହମ୍ମଦ ସିଦ୍ଦିକୀ ୩ ଭାଇ। ତାଙ୍କ ପିତା ହିମାଦ ସିଦ୍ଦିକୀ ମହୁ ସହରର କାଜି ଥିଲେ। ଏଣୁ ସହରରେ ତାଙ୍କର ବେଶ୍ ସମ୍ମାନ ଥିଲା ଓ ପରିବାରର ବେଶ୍ ପ୍ରତିଷ୍ଠା ମଧ୍ୟ ଥିଲା। ଲୋକେ ଏହି ଭରସାରେ ଜବାଦ ସିଦ୍ଦିକୀର ବ୍ୟାଙ୍କ ଫଲାହ ଓ ଅଲ-ଫହଦରେ ଟଙ୍କା ଜମା କରିଥିଲେ। ହେଲେ ଜବାଦ ସିଦ୍ଦିକୀ ଲୋକଙ୍କୁ ଟଙ୍କା ପୈଠ ନ କରି ସହର ଛାଡି ପଳାଇଥିଲା।ଏଣୁ ଜବାକ ସିଦ୍ଦିକୀ ବିରୋଧରେ କୋଟିକୋଟି ଟଙ୍କା ଠକେଇ ଅଭିଯୋଗ ହୋଇଥିଲା।

ଅଲ-ଫଲାହ ବ୍ୟାଙ୍କ ସଞ୍ଚାଳନ କରୁଥିବା ଜବାଦ ସିଦ୍ଦିକୀକୁ ପରେ ପୋଲିସ ଗିରଫ କରିଥିବା ବେଳେ ସେ ୬ ବର୍ଷ ଜେଲରେ ଥିଲା। ତେବେ ତା ଭାଇ ହମୁଦ ସିଦ୍ଦିକୀ ଦୀର୍ଘ ବର୍ଷ ଜେଲ କାଟିଥିଲା। ଜବାବ ସିଦ୍ଦିକୀର ଘରକୁ ମହୁ ପତି ବଜାରରେ ମୌଲାନା ବିଲ୍ଡିଂ ନାମରେ ପ୍ରସିଦ୍ଧ ଥିଲା। ୨୦୦୦ ମସିହାରେ ବ୍ୟାଙ୍କ ନାମରେ ଲୋକଙ୍କ ଟଙ୍କା ଖାଇଯିବା ଅଭିଯୋଗରେ ପୋଲିସ ଏହି ଘରଟିକୁ ସିଲ କରିଦେଇଥିଲା। ତେବେ ପରେ ଜବାଦର ସାନ ଭାଇ ଅଫାମ ସିଦ୍ଦିକୀ ତାଙ୍କ ମାଙ୍କ ସହ ଏହି ଘରେ ରହୁଥିଲେ। ପ୍ରାୟ ୪ ବର୍ଷ ପୂର୍ବେ ସେ ଏହି ଘରଟିକୁ ବିକି ଦିଲ୍ଲୀ ପଳାଇଥିବା ଲୋକେ କହୁଛନ୍ତି।

ସ୍ଥାନୀୟ ଲୋକଙ୍କ ଅନୁସାରେ ସିଦ୍ଦିକୀ ପରିବାର ଏହି ଘରଟିକୁ ବିକ୍ରି କରିଦେଇଛନ୍ତି। ଗତ ୪ ବର୍ଷ ହେଲା ତାଙ୍କ ପରିବାରର କେହି ହେଲେ ଏଠାକୁ ଆସି ନାହାନ୍ତି। ଦିଲ୍ଲୀ ବିସ୍ଫୋରଣ ଘଟଣାର ଯାଞ୍ଚରେ ପୋଲିସ ଏହି ଘରକୁ ଆସିଥିଲା। ହେଲେ ଏହି ଘରେ ଏବେ ହାଫିଜ ମଜିଦ ନାମରେ କେହି ରହୁଛନ୍ତି। ସୂତ୍ର ଅନୁସାରେ ପୋଲିସ ମଉରେ କିଛି ଲୋକଙ୍କୁ ପଚରା ଉଚରା କରିଛି। ଏହି ଲୋକେ ଜବାଦ ସିଦ୍ଦିକୀଙ୍କ ସହ ସମ୍ପର୍କରେ ଥିଲେ ବୋଲି ଅନୁମାନ କରାଯାଏ। ହେଲେ ମାମଲାରେ ପୋଲିସ ଏବେ ନିରବତା ଅବଲମ୍ବନ କରୁଛି।