ଆମେ ବଳ ପୂର୍ବକ ୟୁକ୍ରେନ ଠାରୁ ଡୋନବାସ ଛଡ଼ାଇ ନେବୁ: ଭ୍ଲାଦିମୀର ପୁଟିନ

NEWS7
youth-hanging-dead-body-found-in-soro-2

ମସ୍କୋ:ୟୁକ୍ରେନ ପୂର୍ବାଞ୍ଚଳ ଡୋନବାସକୁ ନେଇ ଆଉ କୌଣସି ବୁଝାମଣା କରାଯିବ ନାହିଁ। ୟୁକ୍ରେନ୍ ସେନାକୁ ସେଠାରୁ ହଟିବାକୁ ପଡ଼ିବ ଓ ଆମେ ସେହି ଅଞ୍ଚଳକୁ ସିଜ୍ କରିବୁ। ଇଣ୍ଡିଆଟୁଡେ ଗ୍ରୁପ୍କୁ ସାକ୍ଷାତ୍କାର ଦେଇ ଏଭଳି ଦୃଢୋକ୍ତି ପ୍ରକାଶ କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ।

ମସ୍କୋ ଡୋନବାସର ପ୍ରାୟ ୮୫% ଅଂଶ ନିୟନ୍ତ୍ରଣ କରି ସାରିଛି। ତେଣୁ ସେ ସେହି ସ୍ଥାନରୁ ହଟିବାକୁ ନାରାଜ। ଇଣ୍ଡିଆ ଟୁଡେକୁ ପୁଟିନ କହିଛନ୍ତି " ୟୁକ୍ରେନୀୟ ସୈନ୍ୟମାନେ ଏହି ଅଞ୍ଚଳଗୁଡ଼ିକୁ ଛାଡ଼ି ଦିଅନ୍ତୁ। ନଚେତ୍ ଆମେ ବଳପୂର୍ବକ ଏହି ଅଞ୍ଚଳଗୁଡ଼ିକୁ ୟୁକ୍ରେନ୍ ଠାରୁ ମୁକ୍ତ କରିଦେବୁ।" ସେପେଟ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି କିନ୍ତୁ ଏହି ଅଞ୍ଚଳକୁ ଋଷକୁ ହସ୍ତାନ୍ତର କରିବାକୁ ମନା କରିଦେଇଛନ୍ତି।

ଅନ୍ୟପଟେ ଟ୍ରମ୍ପ କହିଛନ୍ତି ଯେ ଯୁଦ୍ଧ ବନ୍ଦ କରିବା ପାଇଁ ଆଲୋଚନା କରୁଥିବା ଆମେରିକାର ପ୍ରତିନିଧିଙ୍କ ବିଶ୍ୱାସ ରହିଛି ଯେ ଋଷ ବି ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛି। ମସ୍କୋରେ ଥିବା ଟ୍ରମ୍ପଙ୍କ ପ୍ରତିନିଧି ଷ୍ଟିଭ୍ ୱିଟକଫ ଫ୍ଲୋରିଡାରେ ୟୁକ୍ରେନର ଦଳକୁ ଭେଟିବାର ଥିଲା। ଏନେଇ ୟୁକ୍ରେନ୍ ପକ୍ଷ ସହିତ ମଧ୍ୟ ଆଲୋଚନା କରିବାର ଅଛି।

କ୍ରେମଲିନରେ ମଙ୍ଗଳବାରର ଆଲୋଚନା ଯଥେଷ୍ଟ ଭଲ ରହିଛି। ତେବେ ଆଗକୁ କଣ ହେବା ତାହା କହିବା ତରବର ହୋଇଯିବ। କାରଣ ତାଳି ଗୋଟିଏ ହାତରେ ବାଜେନି। ସେପଟେ ମଙ୍ଗଳବାର ଆମେରିକା ସହ ଆଲୋଚନା ପରେ ଶୁକ୍ରବାର ଏନେଇ ପ୍ରତିକ୍ରିୟା ଦେଇଛି କ୍ରେମଲିନ୍। ରୁଷରେ ଅନୁଷ୍ଠିତ ବୈଠକ ପରେ ମସ୍କୋ ୱାଶିଂଟନର ପ୍ରତିକ୍ରିୟାକୁ ଅପେକ୍ଷା କରିଛି ବୋଲି କୁହାଯାଇଛି। ତେବେ ଏନେଇ ଟ୍ରମ୍ପ ଓ ପୁଟିନଙ୍କ ମଧ୍ୟରେ କୌଣସି ଫୋନ୍ କଲ୍ କିମ୍ବା ସାକ୍ଷାତ୍କାର ଆଲୋଚନା ନେଇ କୌଣସି ପ୍ଲାନ ନାହିଁ ବୋଲି ଋଷ ରାଷ୍ଟ୍ରପତି ସହାୟକ ଉରୀ ଉଷାକୋଭ କହିଛନ୍ତି।

ଆମେରିକାର ଶାନ୍ତି ଯୋଜନାର ମୂଳ ପ୍ରସ୍ତାବରେ ୟୁକ୍ରେନର ନିୟନ୍ତ୍ରଣରେ ଥିବା ଡୋନବାସର ଅଞ୍ଚଳଗୁଡ଼ିକୁ ପୁଟିନଙ୍କୁ ହସ୍ତାନ୍ତର କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ହେଲେ ୟୁକ୍ରେନ୍ ଏଥିପାଇଁ ରାଜି ନହେବାରୁ ୱିଟକଫ ଦଳ ମସ୍କୋ ପାଖରେ ଏକ ପରିବର୍ତ୍ତିତ ପ୍ରସ୍ତାବ ଦେଇଛନ୍ତି।

ତେବେ ଦିଲ୍ଲୀକୁ ସରକାରୀ ଗସ୍ତରେ ଆସିବା ପୂର୍ବରୁ ପୁଟିନ ଦେଇଥିବା ଇଣ୍ଟରଭ୍ୟୁରେ ସେ କହିଛନ୍ତି ଯେ ୱିଟକଫ ଏବଂ ଟ୍ରମ୍ପଙ୍କ ଜ୍ୱାଇଁ ଜାରେଡ କୁଶନରଙ୍କ ସହ ଆଲୋଚନା ପୂର୍ବରୁ ତାଙ୍କୁ ନୂଆ ପ୍ରସ୍ତାବ ଦେଖା ଯାଇ ନଥିଲା। ସେଥିପାଇଁ ଆମକୁ ପ୍ରତ୍ୟେକ ବିନ୍ଦୁକୁ ଗୁରୁତର ସହ ଦେଖିବାକୁ ପଡ଼ିଥିଲା। ଆଉ ଏଥିପାଇଁ ଅଧିକ ସମୟ ଲାଗିଥିଲା ବୋଲି ପୁଟିନ କହିଛନ୍ତି।

ତେବେ ଆମେରିକାର ପ୍ରସ୍ତାବରେ ଗୋଟିଏ ଦିଗ ଉପରେ ମସ୍କୋ ରାଜି ନାହିଁ ବୋଲି ପୁଟିନ କହିଛନ୍ତି। ତେବେ ଅନେକ ଥର ଆମେ ଏନେଇ ଆଲୋଚନା କରିବୁ ବୋଲି କହିଥିଲୁ, କିନ୍ତୁ ତାର ଅର୍ଥ ନୁହେଁ ଯେ ଆମେ ଏଥିରେ ରାଜି ହୋଇଯିବୁ।

ତେବେ ସେ ଏହି ଆଲୋଚନା ବେଳେ ଆମେରିକା ପ୍ରସ୍ତାବରେ ଥିବା ଦୁଇଟି ବିବାଦର କାରଣ ବିଷୟରେ କିଛି କହି ନଥିଲେ। ତେବେ ଅତି କମରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିବାଦୀୟ ବିଷୟ ରହିଛି। ତାହା ହେଲା- ରୁଷିଆ ସେନା ଦ୍ୱାରା କବଜା କରାଯାଇଥିବା ୟୁକ୍ରେନୀୟ ଅଞ୍ଚଳର ଫେରାଇବା ଏବଂ ୟୁକ୍ରେନର ସୁରକ୍ଷା ଗ୍ୟାରେଣ୍ଟି।