LIVE TV

ଏକାଥରେ ଇସ୍ତଫା ଦେଲେ ଗୁଜରାଟର ସବୁ ମନ୍ତ୍ରୀ

NEWS7
youth-dead-body-found-in-boudh-murder-suspect

ନୂଆଦିଲ୍ଲୀ: ଗୁଜରାଟର ଭୁପେନ୍ଦ୍ର ପଟେଲ ସରକାରରେ ଗୁରୁବାର ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ବଡ଼ ଧରଣର କ୍ୟାବିନେଟ୍ ଅଦଳବଦଳ ହେବାକୁ ଯ।ଉଥିବାରୁ ମନ୍ତ୍ରୀମାନେ ଇସ୍ତଫା ଦେଇଛନ୍ତି। ପୁରୁଣା କ୍ୟାବିନେଟରେ କେବଳ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଇସ୍ତଫା ଦେଇ ନାହାନ୍ତି।

ଗୁରୁବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଏକ ବୈଠକ ହୋଇଥିଲା। ବୈଠକରେ ବିଜେପି ଜାତୀୟ ସାଧାରଣ ସମ୍ପାଦକ (ସଂଗଠନ) ସୁନୀଲ ବଂଶଲ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ପଟେଲ ଯୋଗ ଦେଇଥିଲେ। ଏହି ବୈଠକରେ ହିଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ବିଜେପି ନେତମାନେ କହିଛନ୍ତି।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବଂଶଲ ଏବଂ ପଟେଲ ପ୍ରତ୍ୟେକ ମନ୍ତ୍ରୀଙ୍କୁ ବ୍ୟକ୍ତିଗତ ଭାବେ ଭେଟି କେନ୍ଦ୍ରୀୟ ନେତୃତ୍ୱଙ୍କ ନିଷ୍ପତ୍ତି ବିଷୟରେ ଜଣାଇଥିଲେ। ଏହାପରେ ଯାଇ ମନ୍ତ୍ରୀମାନେ ଆଜି ଇସ୍ତଫା ଦେଇଛନ୍ତି।

ଘଟଣାକୁ ନେଇ ଦଳୀୟ ନେତାମାନେ କହିଛନ୍ତି ଯେ ପରବର୍ତ୍ତୀ ରାଜନୈତିକ ଏବଂ ସାଂଗଠନିକ ଚ୍ୟାଲେଞ୍ଜକୁ ଦେଖି ରାଜ୍ୟ ମନ୍ତ୍ରିମଣ୍ଡଳର ପୁନର୍ଗଠନ ଯୋଜନା କରାଯାଇଥିଲା। ସେହି ଅନୁସାରେ ଇସ୍ତଫା ଦିଆଯାଇଛି। ତେବେ ନୂଆ କ୍ୟାବିନେଟ୍‌ରେ ୫-୬ ମନ୍ତ୍ରୀଙ୍କୁ ନିଜ ସ୍ଥାନ ବଜାଇ ରଖିବେ। ଏମାନଙ୍କର ଇସ୍ତଫାପତ୍ର ରାଜ୍ୟପାଳଙ୍କ ପାଖକୁ ପଠା ଯାଇ ନାହିଁ। ବାକି ବିଭାଗଗୁଡ଼ିକରେ ନୂଆ ମନ୍ତ୍ରୀ ନିଯୁକ୍ତ କରାଯାଇପାରେ। ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ପଟେଲ ଆଜି ରାତିରେ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ଭେଟି ଆନୁଷ୍ଠାନିକ ଭାବରେ ଇସ୍ତଫାପତ୍ର ଦାଖଲ କରିବେ ବୋଲି କରିବେ।