କମୁନି ମୁମ୍ବାଇ ଅଡୁଆ : ସିନ୍ଦେଙ୍କ ଶିବସେନାରେ ମିଶିଲେ ୪ NCP କାଉନସିଲର, କିଏ ହେବ ମେୟର ?

NEWS7
youth-dead-body-found-in-boudh-murder-suspect

ମୁମ୍ବାଇ,୨|୦୨ : ରୋଚକ ସ୍ଥିତିରେ ମୁମ୍ବାଇ ରାଜନୀତି । ମୁମ୍ବାଇ ମେୟର ପଦକୁ ନେଇ ଏବେସୁଦ୍ଧା ଅଙ୍କ ଛିଡୁନି । ଏକନାଥ ସିନ୍ଦେଙ୍କ ଶିବସେନା ବିଏମସିକୁ ହାତେଇବାକୁ ଯୋଜନା କରୁଛି । ଏପରିକି ଏନସିପିର ଉଭୟ ଗୋଷ୍ଠୀର ୪ କାଉନସିଲର ସିନ୍ଦେଙ୍କ ଶିବସେନା ସହ ସାମିଲ ହେବା ନେଇ ଘୋଷଣା କରିଛନ୍ତି ।

ସୂତ୍ରାନୁସାରେ, ଅଜିତ ପାଓ୍ୱାରଙ୍କ ଗୋଷ୍ଠୀର ତିନି ଜଣ କାଉନସିଲର ଏବଂ ଶରଦ ପାଓ୍ୱାରଙ୍କ ଗୋଷ୍ଠୀର ଜଣେ କାଉନସିଲର ସିନ୍ଦେଙ୍କ ସେନା ସହ ସାମିଲ ହୋଇଯାଇଛନ୍ତି । ଏହାସହ ବିଏମସିରେ ଶିବସେନା ଏକ ମହାମେଣ୍ଟ ତିଆରି କରିଛି । ଯେଉଁଥିରେ ଏନସିପିର ଦୁଇ ଗୋଷ୍ଠୀର ସମର୍ଥନ ରହିଛି ।

ମଙ୍ଗଳବାର ମହାରାଷ୍ଟ୍ରରେ ସରକାରରେ ଥିବା ମହାୟୁତି ବିଏମସିରେ ଦୁଇଟି ପୃଥକ ପୃଥକ ଗୋଷ୍ଠୀ ଭାବେ ପଞ୍ଜୀକରଣ କରିବେ । ଭାରତୀୟ ଜନତା ପାର୍ଟି ଏକ ସ୍ୱତନ୍ତ୍ର ମେଣ୍ଟ ତିଆରି କରିଛି । ଅନ୍ୟ ଦିଗରେ ଶିବସେନା-ଏନସିପି ଅନ୍ୟ ଏକ ମେଣ୍ଟ ତିଆରି କରିଛନ୍ତି । ଫଳରେ ସିନ୍ଦେଙ୍କ ଦଳର ସଂଖ୍ୟା୨୯ରୁ୩୩କୁ ବୃଦ୍ଧି ପାଇଛି । ଦେଖିବାକୁ ଗଲେ ମହାୟୁତିର ବିଏମସି କାଉନସିଲର ସଂଖ୍ୟା ୧୨୨ରେ ପହଁଚିଯାଇଛି ।

ସୂଚନାଯୋଗ୍ୟ, ବୃହନ ମୁମ୍ୱାଇର ଜନାଦେଶ ମହାୟୁତି ପାଇଁ ଐତିହାସିକ ଥିଲା । ନିର୍ବାଚନରେ ଦୀର୍ଘ୩୦ବର୍ଷ ଧରି ଚାଲିଥିବା ଠାକରେ ପରିବାରର ଦବଦବା କମିଥିଲା । ବିଜେପି ନେତୃତ୍ୱରେ ମହାୟୁତି ୧୧୮ ଆସନ ଦଖଲ କରିବାରେ ସଫଳ ହୋଇଛି । ବିଜେପି ଏକାକି୯୦ଟି ଆସନ ଜିତିଛି । ସେହିପରି ସିନ୍ଦେଙ୍କ ଶିବସେନା୨୯ଟି ଆସନରେ ବାଜିମାତ୍ କରିଥିଲା ।

ଅନ୍ୟ ଦିଗରେ ଉଦ୍ଧବ ଠାକରେଙ୍କ ଶିବସେନା ପାଇଁ ନିର୍ବାଚନ ଖୁବ୍ ନୈରାଶ୍ୟଜନକ ଥିଲା । ଦଳକୁ କେବଳ ୬୫ ଆସନ ମିଳିଛି । ୨୦୧୭ରେ ଏହା ୮୪ସିଟ୍ ପାଇଥିଲା ।ବର୍ଷରେ ଦଳ ୧୯ଟି ଆସନର କ୍ଷତି ସହିଛି । ଯାହା ପରିବର୍ତ୍ତିତ ରାଜନୀତିକୁ ଇଙ୍ଗିତ କରୁଛି ।