ଇଣ୍ଡିଗୋର ବଡ଼ ଘୋଷଣା, ଅଧିକ ପ୍ରଭାବିତ ଯାତ୍ରୀଙ୍କୁ ମିଳିବ ୧୦ ହଜାର ଟଙ୍କାର ଟ୍ରାଭେଲ୍ ଭାଉଚର୍

NEWS7
youth-congress-worker-protest-in-chandikhol

ନୂଆଦିଲ୍ଲୀ: ବିମାନ ପରିଚାଳନାରେ ସଂକଟର ସାମନା କରୁଥିବା ଇଣ୍ଡିଗୋ ଗୁରୁବାର ଗ୍ରାହକଙ୍କ ପାଇଁ ଏକ ବଡ଼ ଘୋଷଣା କରିଛି । କମ୍ପାନି କହିଛି ଯେ ଡିସେମ୍ୱର ତିନିରୁ ପାଞ୍ଚ ମଧ୍ୟରେ ଯେଉଁ ଯାତ୍ରୀମାନେ ଅଧିକ ପ୍ରଭାବିତ ହୋଇଥିଲେ, ସେମାନଙ୍କ ପାଇଁ କମ୍ପାନି ୧୦ ହଜାର ଟଙ୍କାର ଟ୍ରାଭେଲ୍ ଭାଉଚର୍ ଘୋଷଣା କରିଛି । ଅଧିକ ପ୍ରଭାବିତ ଯାତ୍ରୀଙ୍କ ମଧ୍ୟରେ କେଉଁମାନଙ୍କୁ ସାମିଲ କରାଯିବ ତାହା କମ୍ପାନି ସ୍ପଷ୍ଟ କରି ନାହିଁ ।

କମ୍ପାନି ଏକ ବୟାନରେ କହିଛି ଯେ, "ଇଣ୍ଡିଗୋ ଦୁଃଖର ଏହା ସ୍ୱୀକାର କରୁଛି ଯେ ଡିସେମ୍ୱର ୩, ୪, ୫ରେ ଯାତ୍ରା କରୁଥିବା ଆମର କିଛି ଗ୍ରାହକ ଅନେକ ଘଣ୍ଟା ଯାଏ କିଛି ବିମାନ ବନ୍ଦରରେ ଫସି ରହିଥିଲେ ଓ ଭିଡ଼ କାରଣରୁ ସେମାନଙ୍କ ମଧ୍ୟରୁ ଅନେକ ଅଧିକ ପ୍ରଭାବିତ ହୋଇଥିଲେ । ଏପରି ଗମ୍ଭୀର ଭାବେ ପ୍ରଭାବିତ ଗ୍ରାହକଙ୍କୁ ୧୦,୦୦୦ ଟଙ୍କାର ଟ୍ରାଭେଲ୍ ଭାଉଚର୍ ଦେବୁ ।" ଏଥିରେ ଆହୁରି କୁହାଯାଇଛି ଯେ, ଏହି ଟ୍ରାଭେଲ୍ ଭାଉଚରକୁ ଆସନ୍ତା ୧୨ ମାସ ମଧ୍ୟରେ ଇଣ୍ଡିଗୋର ଯେକୌଣସି ଯାତ୍ରା ପାଇଁ ବ୍ୟବହାର କରିପାରିବେ ।

ଇଣ୍ଡିଗୋ କହିଛି ଯେ, ଏହି କ୍ଷତିପୂରଣ ସରକାରୀ ନିର୍ଦ୍ଦେଶରେ ଦିଆଯାଉଥିବା କ୍ଷତିପୂରଣଠାରୁ ଅଲଗା ରହିବ । ସେପଟେ ଆଜି ମଧ୍ୟର ଇଣ୍ଡିଗୋର ସଂକଟ ଶେଷ ହୋଇନାହିଁ । ଇଣ୍ଡିଗୋ ବେଙ୍ଗାଲୁରୁ ବିମାନବନ୍ଦରରୁ ୬୦ ବିମାନ ଆଜି ରଦ୍ଦ କରିଛି । ବିମାନ କମ୍ପାନି ଗୁରୁବାର ୧୯୫୦ରୁ ଅଧିକ ବିମାନ ପରିଚାଳନା କରିବା ପାଇଁ ନିଜ ଯୋଜନା ଘୋଷଣା କରିଥିଲା । ନୂଆ ପାଇଲଟ୍ ଓ କ୍ରୁ ଡ୍ୟୁଟି ନିୟମକୁ ଲାଗୁ କରିବାରେ ତ୍ରୁଟି ଯୋଗୁ ବିମାନ ସେବା ବାଧାପ୍ରାପ୍ତ ହୋଇଛି । ସରକାର ଏହି ଘଟଣାର ତଦନ୍ତ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି । ସେପଟେ ଡିଜିସିଏ ମଧ୍ୟ ଲଗାତାର ଏହି ପ୍ରସଙ୍ଗ ଉପରେ ନଜର ରଖିଛି । ଇଣ୍ଡିଗୋ ଅଧ୍ୟକ୍ଷ ବ୍ରିକମ୍ ମେହଟ୍ଟା ୧୦ ଦିନ ପରେ ଏହି ଘଟଣା ଉପରେ ବୁଧବାର ମୁହଁ ଖୋଲିଥିଲେ । ଅରାଜକତା ପାଇଁ କ୍ଷମା ମାଗିବା ସହ ବିମାନ ପରିଚାଳନାରେ ବାଧା ପାଇଁ ଆଭ୍ୟନ୍ତରୀଣ ଓ ବାହାରର ଘଟଣାକୁ ଦାୟୀ କରିଥିଲେ ।