ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣା, ଚାଲିଗଲା ୨ ଜୀବନ

NEWS7
youth-beaten-up-by-villagers-in-karanjia

ବ୍ରହ୍ମପୁର ୨୭।୦୨ : ପୃଥକ ପୃଥକ ସ୍ଥାନରେ ସଡ଼କ ଦୁର୍ଘଟଣା । ଯେଉଁଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛନ୍ତି।

ଖବର ଅନୁଯାୟୀ, ବ୍ରହ୍ମପୁର ଝାଡ଼ାଆଙ୍କୁରୀ ନିକଟରେ ଏକ ଦୁର୍ଘଟଣାରେ ଘଟିଛି । ବୋରଓ୍ୱେଲ୍‌ ଗାଡ଼ି ଓଲଟି ଜଣଙ୍କର ମୃତ୍ୟୁ ହୋଇଥିବା ଅନେକ ଆହତ ହୋଇଛନ୍ତି । ଏପିରିକି କେତେ ଜଣ ଗାଡ଼ି ତଳେ ଚାପି ହୋଇ ରହିଥିବା ସୂଚନା ମିଳିଛି।ସେହିପରି ଖଜୁରିଆ ପେଟ୍ରୋଲ ପମ୍ପ ନିକଟରେ ଅଟୋ-ବାଇକ୍‌ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ଦୁଇ ଜଣ ଗୁରୁତର ଥିବା ଜଣାପଡିଛି ।