ରାହୁଲଙ୍କ ସ୍ତ୍ରୀ ଆଣିଲେ ସାଂଘାତିକ ଅଭିଯୋଗ, କହିଲେ ତାଙ୍କୁ ଷଡ଼ଯନ୍ତ୍ର କରି ମାରିଛନ୍ତି...

NEWS7
youth-beaten-by-villagers-in-patna

ଭୁବନେଶ୍ୱର ୦୧।୦୩ : ଭୁବନେଶ୍ବର ମଞ୍ଚେଶ୍ୱରରେ ୟୁଟୁବର୍ ରାହୁଲ ମହାରଣାଙ୍କୁ ଛୁରି ଭୁସି ହତ୍ୟା ଘଟଣାରେ ଛାନଭିନ୍। ଆରମ୍ଭ ହୋଇଛି ଯାଞ୍ଚ୍ ପ୍ରକ୍ରିୟା। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଛାନଭିନ୍ କରିଛି । ମର୍ଡର ସ୍ପଟ୍ ରୁ ସମସ୍ତ ନମୁନା ସଂଗ୍ରହ କରିଛି ସାଇଣ୍ଟିଫିକ ଟିମ୍ ଓ ମଞ୍ଚେଶ୍ୱର ଥାନା ପୋଲିସ। ରାହୁଲ ହତ୍ୟା ମାମଲାରେ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି ମଞ୍ଚେଶ୍ବର ଥାନା ପୋଲିସ ଓ ସ୍ପେଶାଲ ସ୍କ୍ବାଡ୍ । ହତ୍ୟାକାଣ୍ଡରେ ବ୍ୟବହୃତ ଛୁରି ଜବତ କରାଯାଇଛି । ସିସିଟିଭି ଆଧାରରେ ଅଭିଯୁକ୍ତଙ୍କୁ ଧରିଛି ପୋଲିସ। ଏନେଇ ସୂଚନା ଦେଇଛନ୍ତି ଡିସିପି ଜଗମୋହନ ମୀନା।

ଏ ଖବର ବି ପଢନ୍ତୁ:-ୟୁଟ୍ୟୁବର୍ ରାହୁଲ ମହାରଣା ହତ୍ୟା ଘଟଣାରେ ଆକ୍ସନ, ତିନି ଜଣଙ୍କୁ ବାନ୍ଧିଲା ପୋଲିସ

ଜିଜିପି କଲୋନୀରେ ରହୁ ଥିଲେ ରାହୁଲ ମହାରଣା। ରାତି ସାଢ଼େ ୯ଟା ବେଳେ ସେ ଜିଜିପି କଲୋନୀ ସ୍କୁଲ ପଡ଼ିଆରେ ସାଙ୍ଗ ସହିତ ବସିଥିବା ବେଳେ ୩ ଜଣ ଯୁବକ ଏକ ବାଇକରେ ସେଠାରେ ପହଞ୍ଚି ତାଙ୍କୁ ଅତର୍କିତ ଭାବେ ଛୁରି ଭୁସି ଦେଇ ପଳାଇଥିଲେ। ରାହୁଲଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତୁରନ୍ତ ନିକଟସ୍ଥ ଏକ ମେଡିକାଲ କଲେଜକୁ ନିଆଯାଇଥିଲା। ସେଠାରୁ ପୁଣି ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ତାଙ୍କୁ ଫେରାଇ ଦେବାରୁ ଶେଷରେ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ କୁ ନିଆଯାଇଥିଲା। ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।

 

ସେପଟେ ହତ୍ୟାକାଣ୍ଡ ଘଟାଇଥିବା ଯୁବକଙ୍କ ମଧ୍ୟରେ ଜଣେ 120 ବାଟାଲିୟନ କାର୍ଯ୍ୟରତ କର୍ମଚାରୀ ଅଛନ୍ତି । ଧରା ପଡିଥିବା ତିନି ଅଭିଯୁକ୍ତ ଘଟଣା ସ୍ଥଳରେ ମଦ୍ୟପାନ କରୁଥିଲେ। କୌଣସି କଥାକୁ ନେଇ ରାହୁଲ ଓ 120 ବାଟାଲିୟନ କର୍ମଚାରୀଙ୍କ ମଧ୍ୟରେ ଝଗଡା ହୋଇଥିଲା। ହଠାତ୍ 120 ବାଟାଲିୟନ କର୍ମଚାରୀ ଜଣକ ପାଖରେ ରଖିଥିବା ଛୁରିରେ ରାହୁଲଙ୍କ ଛାତିକୁ ଭୁସି ଦେଇଥିଲେ। ଅଭିଯୁକ୍ତମାନଙ୍କ ଘର ଆଠଗଡରେ ବୋଲି ଜଣାପଡିଛି। ତିନି ଅଭିଯୁକ୍ତ ନିକଟସ୍ଥ ଏକ ଆପାର୍ଟମେଣ୍ଟରେ ଭଡାରେ ରହୁଥିଲେ।